ଏଥର ଦୀପାବଳିରେ ୪୯୯ ବର୍ଷ ପରେ ପଡୁଛି ଏକ ବିରଳ ସଂଯୋଗ, ଜାଣନ୍ତୁ କଣ

Published: Nov 11, 2020, 10:45 am IST

ନୂଆଦିଲ୍ଲୀ, ଆସନ୍ତା ୧୪ ନଭେମ୍ବର ଶନିବାର ଦିନ ପଡୁଛି ଚଳିତ ବର୍ଷର ଦୀପାବଳି। ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଏଥର ଦୀପାବଳିରେ ୪୯୯ ବର୍ଷ ପରେ କେତେକ ଗ୍ରହମାନଙ୍କର ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି। ପୂର୍ବେ ଏପରି ବିରଳ ସଂଯୋଗ ୧୫୨୧ ମସିହାରେ ଦେଖା ଦେଇଥିଲା।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ଧନୁ ରାଶି ଏବଂ ଶନି ମକର ରାଶିରେ ରହିବେ। ସେହିପରି ଶୁକ୍ର କନ୍ୟା ରାଶିରେ ରହିବେ। ଏହି ଗ୍ରହଙ୍କର ଏପରି ରାଶିରେ ରହିବା ପରି ବିରଳ ସଂଯୋଗ ୧୫୨୧ ମସିହାର ଦୀପାବଳିରେ ସଂଗଠିତ ହୋଇଥିଲା। ନିଜ ନିଜ ରାଶିରେ ଦେବଗୁରୁ ବୃହସ୍ପତି ଏବଂ ଶନିଙ୍କ ଉପସ୍ଥିତି ହେତୁ ଏହା ଅନେକ ଦେଶବାସୀଙ୍କ ପାଇଁ ଏକ ଶୁଭ ସମୟ ହେବ।

ଦେବଗୁରୁ ବୃହସ୍ପତି ଧନୁ ରାଶିରେ ଏବଂ ଶନି ମକର ରାଶିରେ ଏହି ଦିୱାଲୀରେ ରହିବା ଦ୍ବାରା କେତେକ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୁଖ ଏବଂ ସମୃଦ୍ଧତା ଆଣିବ। ଦୀପାବଳି ପର୍ବରେ ତୁଳା, କର୍କଟ, ବିଛା ଏବଂ କୁମ୍ଭ ମାନଙ୍କ ପାଇଁ ଏକ ବହୁତ ଭଲ ସମୟ ସୂଚାଉଛି। ମିଥୁନ, ସିଂହ ଏବଂ କନ୍ୟା ରାଶି ଟିକେ ସତର୍କ ହେବା ଆବଶ୍ୟକ। ଏଥର ସର୍ବାର୍ଥ ସିଦ୍ଧ ଯୋଗ ଯୋଗୁଁ ଦିୱାଲୀ ପର୍ଯ୍ୟନ୍ତ ବିଭିନ୍ନ ଜିନିଷ କିଣିବା ଶୁଭ ବୋଲି ବିବେଚନା କରାଯାଏ।

ନଭେମ୍ବର ୧୧ ରୁ ସର୍ବାର୍ଥ ସିଦ୍ଧି ଯୋଗ ଆରମ୍ଭ ହୋଇ ଯାହା ଦିୱାଲୀ ଅର୍ଥାତ୍ ୧୪ ନଭେମ୍ବର ପର୍ଯ୍ୟନ୍ତ ରହିବ। ଏହି ମୁହୁର୍ତ୍ତରେ ଗାଡି କିଣିବା ପାଇଁ ଏକ ଭଲ ସମୟ ହେବ। ଏହା ସହିତ, ଏହି ସମୟରେ ମଧ୍ୟ ଏକ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ।

Related posts