ଆଜି କେନ୍ଦ୍ର ସରକାର ଓଡିଶା ସରକାରଙ୍କୁ ଦେଲେ ଦୁଇଟି ଜାତୀୟ ପୁରସ୍କାର, ଜାଣନ୍ତୁ କଣ

Published: Nov 21, 2020, 3:21 pm IST

ନୂଆଦିଲ୍ଲୀ, ଆଜି କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ତରଫରୁ ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ବିଭାଗକୁ ଦୁଇଟି ପୁରସ୍କାର ପ୍ରଦାନ କରିଛି। ଏହି ପୁରସ୍କାର ହେଲା ଓଡିଶାକୁ ଶ୍ରେଷ୍ଠ ମେରାଇନ ରାଜ୍ୟ ପୁରସ୍କାର ଏବଂ କଳାହାଣ୍ଡିକୁ ଶ୍ରେଷ୍ଠ ମତ୍ସ୍ୟ ଜିଲ୍ଲା ପୁରସ୍କାର। ଶ୍ରେଷ୍ଠ ମେରାଇନ ରାଜ୍ୟ ଭାବେ ଦଶ ଲକ୍ଷ ଟଙ୍କା ଏବଂ କଳାହାଣ୍ଡିକୁ ତିନି ଲକ୍ଷ ଟଙ୍କା ପୁରସ୍କାର ମିଳିଛି।

ଏହି ପୁରସ୍କାରକୁ ନୂଆଦିଲ୍ଲୀରେ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଓଡିଶା ତରଫରୁ ବିଭାଗୀୟ ସଚିବ ଏମ ରଘୁ ପ୍ରସାଦ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି। ଓଡିଶା ସରକାର ମେରାଇନ ବା ସାମୁଦ୍ରିକ ପଦାର୍ଥ ଉତ୍ପାଦନରେ ବେଶ ସଫଳତା ହାସଲ କରିଛି। ବିଶେଷ କରି ସମୁଦ୍ରରୁ ମାଛ ସହିତ ସାମୁଦ୍ରିକ ପଦାର୍ଥ ଉତ୍ପାଦନକୁ ସଫଳ ରୂପାୟନ କରିଥିବାରୁ କେନ୍ଦ୍ର ଏହି ପୁରସ୍କାର ପ୍ରଦାନ କରିଛି।

Related posts