2021 ମଧ୍ୟଭାଗରେ ଭାରତରେ ଲଞ୍ଚ ହେବ ଫାଇଭ-ଜି

Published: Dec 8, 2020, 1:24 pm IST

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି । 2021 ମଧ୍ୟଭାଗ ସୁଦ୍ଧା ଦେଶରେ 5ଜି ସେବା ଲଞ୍ଚ ହେବ ବୋଲି ସେ ଘୋଷଣା କରିଛନ୍ତି । ଇଣ୍ଡିଆ ମୋବାଇଲ କଂଗ୍ରେସ 2020ରେ ଅମ୍ବାନୀ ଏହି ଘୋଷଣା କରିଛନ୍ତି। ଦେଶରେ 5ଜି ସେବା ଯୋଗାଇବା ପାଇଁ ଜିଓ କ୍ୱାଲକମ ଏବଂ ସାମସଙ୍ଗ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛି ବୋଲି ଅମ୍ବାନୀ ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇ ଆତ୍ମନିର୍ଭର ଭାରତ ଡାକରାକୁ ସଫଳ କରିବ ବୋଲି ଅମ୍ବାନୀ କହିଛନ୍ତି ।

ଦେଶରେ 5ଜି ସେବା ଦୌଡରେ ଏୟାରଟେଲ ଏବଂ ଭିଆଇ ମଧ୍ୟ ରହିଛନ୍ତି । ତେବେ ଏହି ଦୁଇ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ୪ଜି ସଂଯୋଗ ପ୍ରଦାନ କରିନଥିବାରୁ ଜିଓ ଏହି ଦୌଡରେ ଆଗୁଆ ରହିଛି । ଜିଓର ସମସ୍ତ ଗ୍ରାହକ 4ଜି କନେକ୍ସନର ହୋଇଥିବାରୁ ଆସନ୍ତା 2021 ମଧ୍ୟଭାଗ ସୁଦ୍ଧା କମ୍ପାନୀ ଦେଶରେ 5ଜି ସେବା ଆରମ୍ଭ କରିବା ନେଇ ଅମ୍ବାନୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗୁଗୁଲ ସହିତ ମିଳିତ ଭାବରେ ଶସ୍ତା ଫୋନ ନିର୍ମାଣ କରୁଛି ଜିଓ । ସମସ୍ତ ଭାରତୀୟଙ୍କୁ ସ୍ମାର୍ଟ ଫୋନ ଯୋଗାଇବାକୁ ରିଲାଏନ୍ସ ବଦ୍ଧ ପରିକର ବୋଲି ଅମ୍ବାନୀ ପ୍ରକାଶ କରିଛନ୍ତି ।

Related posts