
ନୂଆଦିଲ୍ଲୀ, ଆସନ୍ତା ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଶିଳ୍ପ ଉଦ୍ୟୋଗ ମହାସଂଘ (ଫିକି)ର ୯୩ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ । ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିବା ସହ ସେ ଫିକିର ବାର୍ଷିକ ଏକସ୍ପୋ ୨୦୨୦କୁ ମଧ୍ୟ ଭର୍ଚୁଆଲ ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି ।
ଫିକିର ବାର୍ଷିକ ଅଧିବେଶନ ଭର୍ଚୁଆଲ ମୋଡରେ ଆସନ୍ତା ୧୧, ୧୨ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବ । ଚଳିତ ବର୍ଷର ବାର୍ଷିକ ଅଧିବେଶନରେ \’ଆକାଂକ୍ଷୀ ଭାରତ\’କୁ ମୁଖ୍ୟ ବିଷୟ ଭାବେ ନିଆଯାଇଛି । ଏଥିରେ ମନ୍ତ୍ରୀ, ଶିଳ୍ପପତି, ଅମଲା, କୂଟନୀତିଜ୍ଞ ଓ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଯୋଗଦେବେ। କୋଭିଡ-୧୯ ବୈଶ୍ଵିକ ମହାମାରୀ ଦେଶର ଅର୍ଥନୀତି ଉପରେ ଯେଉଁ ପ୍ରଭାବ ପକାଇଛି, ତାକୁ ସୁଧାରିବା ନେଇ ସଂସ୍କାରମୂଳକ ପଦକ୍ଷେପ ଉପରେ ଏହାର ଅଂଶଗ୍ରହଣକାରୀମାନେ ସୁଚିନ୍ତିତ ମତାମତ ରଖିବେ।
ଫିକି ଆନୁଆଲ ୨୦୨୦ ଆସନ୍ତା ୧୧ ତାରିଖଠାରୁ ଆରମ୍ଭ ହୋଇ ବର୍ଷକ ନିମନ୍ତେ ଚାଲିବ। ଏହି ଭର୍ଚୁଆଲ ଏକ୍ସପୋ ବିଶ୍ଵବ୍ୟାପୀ ପ୍ରଦର୍ଶନକାରୀମାନଙ୍କ ନିମନ୍ତେ ସେମାନଙ୍କ ସାମଗ୍ରୀର କିଣାବିକା ନେଇ ଏକ ସୁଯୋଗ ପ୍ରଦାନ କରିବ।