Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କପଡା ଧୋଇବାକୁ କହିବାରୁ ସ୍ବାମୀ ଉପରକୁ ଗରମ ପାଣି ଫୋପାଡି ମାଡ ମାରିଲା ସ୍ତ୍ରୀ
ଅପରାଧ

କପଡା ଧୋଇବାକୁ କହିବାରୁ ସ୍ବାମୀ ଉପରକୁ ଗରମ ପାଣି ଫୋପାଡି ମାଡ ମାରିଲା ସ୍ତ୍ରୀ

December 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାନୀପତ : ହରିୟାଣାର ପାନୀପତରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ମଡେଲ୍‌ ଟାଉନ୍‌ ଥାନା କ୍ଷେତ୍ରର କଶ୍ୟପ୍‌ କଲୋନୀର ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିବାରୁ ସ୍ତ୍ରୀ ଜଣକ ରାଗରେ ସ୍ବାମୀ ଉପରେ ଗରମ ପାଣି ଫୋପାଡି ଥିଲେ । ଏହା ପରେ ଫ୍ରାଇଙ୍ଗ୍‌ ପ୍ୟାନ୍‌ରେ ମାଡ ମଧ୍ୟ ମାରିଛନ୍ତି । ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହରିୟାଣା ପୋଲିସ୍‌ ଏହି ମାମଲାର ଯାଞ୍ଚ କରୁଛି ।

ମିଳିଥିବା ସୂଚନା ଅନୁସାରେ ଗୁରୁତର ହୋଇଥିବା ସ୍ବାମୀଜଣକ ହେଉଛନ୍ତି ଜସବୀର ସିଂ । ସେ ମାତା ଜାଗରଣ ଟୋଲିର ଜଣେ ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍‌ କାରଣରୁ ଜାଗରଣ ପାର୍ଟି ବନ୍ଦ ହୋଇଯାଇଛି । ସେ ଏବେ ମୂଲ ମଜୁରୀ ଲାଗୁଛନ୍ତି । ତାଙ୍କର ପାଞ୍ଚ ଝିଅ ଓଗୋଟିଏ ପୁଅ । ତିନି ଝିଅଙ୍କର ବାହାଘର ହୋଇଯାଇଥିବାବେଳେ ଘରେ ସ୍ତ୍ରୀ ନିର୍ମଳା ଓ ଦୁଇ ସନ୍ତାନ ଅଛନ୍ତି ।

ଜସବୀର୍‌ କହିଛନ୍ତି ଯେ, ରାତ୍ର 9ଟା ସମୟରେ ସେ ଘରେ ପହଞ୍‌ଚିଥିଲେ । ସେ ତାଙ୍କ ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିଥିଲେ । କିନ୍ତୁ ରାତ୍ରି ହେବା ପରେ ବି କପଡା ଧୁଆ ହୋଇନଥିଲା । ସେ ରାତ୍ରିରେ ଘରେ ପହଞ୍ଚି ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିଥିଲେ । ସେହି ସମୟରେ ସ୍ତ୍ରୀ ରୋଷେଇ ଘରେ ଗ୍ୟାସ୍‌ରେ ପାଣି ଗରମ କରୁଥିଲେ । କପଡା ଧୋଇବାକୁ କହିବା ମାତ୍ରକେ ସ୍ତ୍ରୀ ରାଗରେ ଗରମ ପାଣି ଜସ୍‌ବୀରଙ୍କ ଉପରକୁ ଫୋପାଡିଥିଲେ । ଏହାପରେ ଫ୍ରାଇିଂ ପ୍ୟାନ୍‌ ଉଠାଇ ତାଙ୍କ ମୁଣ୍ଡକୁ ମାରିଥିଲେ ।  ଗରମ ପାଣିପଡି ଜସବୀରଙ୍କ ବେକ, ହାତ, କାନ ଆଜି ପୋଡିଯାଇଛି । ତାଙ୍କଭାଇ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ପୋଲିସ୍‌ ଆଇପିସି 323, 324 ଓ 506 ଧାରାରେ ସ୍ତ୍ରୀଙ୍କ ବିରୋଧରେ ମାମଲା ଦାଏର କରିଛି । (ଏଜେନ୍ସି)

husband wife
Share. Facebook Twitter LinkedIn Email WhatsApp Copy Link

Related Posts

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026
Latest News

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.