Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭଉଣୀ ଗୋଡରେ ଶିକୁଳି ବାନ୍ଧି ବନ୍ଦି ରଖିଥିଲା ଭାଇ: ଉଦ୍ଧାର କଲା ସ୍ୱେଚ୍ଛାସେବୀ ସଂଗଠନ
ଅପରାଧ

ଭଉଣୀ ଗୋଡରେ ଶିକୁଳି ବାନ୍ଧି ବନ୍ଦି ରଖିଥିଲା ଭାଇ: ଉଦ୍ଧାର କଲା ସ୍ୱେଚ୍ଛାସେବୀ ସଂଗଠନ

January 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଡବାଲିକଣି ଗ୍ରାମରେ ଏକ ହୃଦୟବିଦାରକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଇର ମଙ୍ଗଳକାମନା କରିବା ସହ ନିଜର ସୁରକ୍ଷା ପାଇଁ ବହୁ ଆଶା ଭରସା କରି ଭଉଣୀଟିଏ ରାକ୍ଷୀ ବାନ୍ଧିଥାଏ ଭାଇ ହାତରେ। ହେଲେ ସେହି ଭାଇ ଯଦି ଭଉଣୀ ହାତରେ ଲୁହାର ବେଡି ପକେଇ ବନ୍ଦୀ ଜୀବନ ଅତିବାହିତ କରିବାପାଇଁ ବାଧ୍ୟ କରିବ ତେବେ କାହାକୁ ଗୁହାରି କରିବ ଭଉଣୀ। ଶିକୁଳିରେ ବନ୍ଧା ତାଙ୍କର ଲୋମଟାଙ୍କୁରା କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଛି।

ସୂଚନାନୁଯାୟୀ ବଡବାଲିକଣି ଗ୍ରାମର ଅର୍ଜୁନ ଦାସ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପୁଅ ଅଭୟ ଓ ଝିଅ ସୀତା ସେଠାରେ ରହୁଥିଲେ। ହେଲେ ଏମିତି କ’ଣ ଘଟିଲା ଯେ ଦୀର୍ଘ ସାତବର୍ଷ ହେବ ଏକ ପରିତ୍ୟକ୍ତ ଘରେ ଭଉଣୀର ଗୋଡକୁ ଶିକୁଳିରେ ବାନ୍ଧି ରଖିଥିଲା ଭାଇ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶୋଇବାକୁ ଦୁଇଟି ସିମେଣ୍ଟ ଅଖା ଦିଆଯାଇଥିବା ବେଳେ ଶୌଚ ହେବା ସହ ସବୁକିଛି ସେଇ ଗୋଟିଏ ଘରେ। ଖାଇବାକୁ ଦୁଇଓଳି ଦୁଇ ମୁଠା ମିଳିବା ମଧ୍ୟ କଷ୍ଟକର ହୋଇପଡୁଥଲା। ମାତ୍ର ଗାଁର କିଛି ଯୁବକ ଏସବୁ ଜାଣିବା ପରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସୀତାକୁ ଏହି ଅଜ୍ଞାତବାସରୁ ଉଦ୍ଧାର କରିବା ପାଇଁ ଅଣ୍ଟାଭିଡିଥିଲେ। ଏ

ଭଳି ବନ୍ଦି ଅବସ୍ଥାରେ ସୀତାକୁ ଦେଖି ସେମାନେ ହତବାକ୍ ହୋଇ ଯାଇଥିଲେ। ଦୁର୍ଗନ୍ଧରେ ଘର ଭିତରକୁ ପଶିବା ମୁସ୍କିଲ ହୋଇ ଯାଇଥିଲା। ଦିର୍ଘଦିନ ଧରି ଗାଧୁଆ ପାଧୁଆ ହୋଇନଥିବା କାରଣରୁ ସୀତାଙ୍କ ମୁଣ୍ଡ ଓ ଦେହରେ ପୋକ ସାଲୁବାଲୁ ହେଉଥିଲେ। ଏସବୁ ଦେଖିବା ପରେ ଯୁବକମାନେ ତୁରନ୍ତ ତାଙ୍କୁ ସଫା ସୁତୁରା କରିବାକୁ ଉଦ୍ୟମ କରିଥିଲେ।

ଏମିତିକି ଏତେଦିନ ପର୍ଯ୍ୟନ୍ତ ବନ୍ଦି ଜୀବନ ବିତାଉଥିବାରୁ କଥା କହିବାକୁ ମଧ୍ୟ ସୀତା ସକ୍ଷମ ହୋଇ ପାରୁନଥିଲେ। କେବଳ ସେ ଲୁହ ଗଡାଇ ଚାଲିଥିଲେ। ସୀତା ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଜଣେ ପଡୋଶୀଙ୍କ ଘରେ ରଖାଯିବା ସହ ଆସନ୍ତା ମଙ୍ଗଳବାର ଦିନ ସୀତାଙ୍କୁ ପାରାଦ୍ବୀପ ସ୍ଥିତ ଜରାନିବାସରେ ରଖାଯିବ ବୋଲି ସୂଚନା ମିଳିଛି।

କୁଜଙ୍ଗ ବ୍ଲକ ସ୍ୱେଚ୍ଛାସେବୀ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

Iran US War Update: ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି

April 8, 2026

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀର ଆତ୍ମହତ୍ୟା

April 8, 2026
Latest News

Assembly Election 2026: କେରଳରେ ସତ୍ତା ପରିବର୍ତ୍ତନର ସଂକେତ

April 8, 2026

Iran US War Update: ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି

April 8, 2026

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.