ଚିଲିକାରେ ପୁଣି ସକ୍ରିୟ ହେଲେ ପକ୍ଷୀ ଶୀକାରୀ: ୨ଟି ମୃତ ବିଦେଶୀ ପକ୍ଷୀ ଜବତ, ଦୁଇ ଗିରଫ

Published: Jan 28, 2021, 1:40 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ପୁଣି ଚିଲିକା ହ୍ରଦରେ ପକ୍ଷୀ ଶିକାରୀ ସକ୍ରିୟ ହୋଇ ଉଠିଛନ୍ତି। ଚିଲିକାରେ ବଣ୍ୟ ପ୍ରାଣୀ ବିଭାଗର ସବୁ କଟକଣାକୁ ଫୁ କରି ସେମାନେ ବେଧଡକ ପକ୍ଷୀ ଶିକାର କରୁଛନ୍ତି।

ତେବେ ଆଜି ଦିନ ଦ୍ୱିପ୍ରହରେ ଦୁଇ ଜଣ ଯୁବକ ଚିଲିକାରେ ପକ୍ଷୀ ଶୀକାର କରି ବିକ୍ରି କରିବାକୁ ଯାଉଥିବା ବେଳେ ଧରାପଡିଥିଲେ। ବଣ୍ୟ ପ୍ରାଣୀ ବିଭାଗ ସେମାନଙ୍କୁ ଟାଙ୍ଗୀ ଥାନା ହରିପୁର ଛକ ନିକଟରୁ ଗିରଫ କରିଥିଲା। ଗିରଫ ଶୀକାରୀ ଦ୍ୱୟ ହେଲେ ରାଜେଶ ମହାରଣା ଓ ସୁଜିତ୍ ସ୍ୱାଇଁ। ସେମାନଙ୍କ ନିକଟରୁ ୨ ଟି ମୃତ କମନ୍ କୁଟ୍ ବିଦେଶାଗତ ପକ୍ଷୀ ସହ ଗୋଟିଏ ପଲସର୍ ବାଇକ୍ ଓ ୨ ଟି ମୋବାଇଲ ଫୋନ୍ ଜବତ କରାଯାଇଛି।

Related posts