ଜବତ ହେଲା ହରିଣ ଚମଡା, ମୂଲ୍ୟବାନ ପଥର, ବିରଳ ମୁଦ୍ରା ଏବଂ ଏକ ରାଇଫଲ, ପୋଲିସ ତାଜୁବ

Published: Feb 14, 2021, 11:18 am IST

ମାଲକନାଗିରି, ଏ ସବୁ ଜିନିଷ ଦେଖି ପୋଲିସ ତାଜୁବ। କାରଣ ଏପରି ଜିନିଷ ଯେ ମାଲକାନାଗିରିରୁ ଅନ୍ତର୍ଜାତୀୟ ବଜାରକୁ ପଠାଯାଉଛି ତାହା ଜଣା ନ ଥିଲା। ଏହିପରି ତିନିଜଣ ଭିନ୍ନ ତସ୍କରକୁ ଗିରଫ କରିଛି ମାଲକାନାଗିରି ପୋଲିସ। ସେମାନଙ୍କଠାରୁ ବହୁ ପରିମାଣର ହରିଣ ଚମଡା, ମୂଲ୍ୟବାନ ପଥର ଓ ଧାତୁ, ବିରଳ ମୁଦ୍ରା ଜବତ କରାଯାଇଛି। ଏଥିସହିତ ଏମାନଙ୍କଠାରୁ ଏକ ରାଇଫଲ ମଧ୍ୟ ପୋଲିସ ଜବତ କରିଛି।

ଚିତ୍ରକୋଣ୍ଡା ପୋଲିସ ଇନସ୍ପେକ୍ଟର ଏସ ପି ନାୟକ ଏହି ଅନ୍ତର୍ଜାତୀୟ ତସ୍କରକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ତେବେ ପୋଲିସ ଏହି ଜିନିଷ ଜବତ କରିବା ସହିତ ଏହା ପଛରେ କେଉଁମାନେ ଅଛନ୍ତି ତାହାର ଖୋଳତାଡ କରୁଛି। କାରଣ ଏପରି ଜିନିଷ ମିଳିବା ମାଲକାନାଗିରି ପୋଲିସ ପାଇଁ ନୂଆକଥା।

Related posts