Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜବତ ହେଲା ହରିଣ ଚମଡା, ମୂଲ୍ୟବାନ ପଥର, ବିରଳ ମୁଦ୍ରା ଏବଂ ଏକ ରାଇଫଲ, ପୋଲିସ ତାଜୁବ

ମାଲକନାଗିରି, ଏ ସବୁ ଜିନିଷ ଦେଖି ପୋଲିସ ତାଜୁବ। କାରଣ ଏପରି ଜିନିଷ ଯେ ମାଲକାନାଗିରିରୁ ଅନ୍ତର୍ଜାତୀୟ ବଜାରକୁ ପଠାଯାଉଛି ତାହା ଜଣା ନ ଥିଲା। ଏହିପରି ତିନିଜଣ ଭିନ୍ନ ତସ୍କରକୁ ଗିରଫ କରିଛି ମାଲକାନାଗିରି ପୋଲିସ। ସେମାନଙ୍କଠାରୁ ବହୁ ପରିମାଣର ହରିଣ ଚମଡା, ମୂଲ୍ୟବାନ ପଥର ଓ ଧାତୁ, ବିରଳ ମୁଦ୍ରା ଜବତ କରାଯାଇଛି। ଏଥିସହିତ ଏମାନଙ୍କଠାରୁ ଏକ ରାଇଫଲ ମଧ୍ୟ ପୋଲିସ ଜବତ କରିଛି।

ଚିତ୍ରକୋଣ୍ଡା ପୋଲିସ ଇନସ୍ପେକ୍ଟର ଏସ ପି ନାୟକ ଏହି ଅନ୍ତର୍ଜାତୀୟ ତସ୍କରକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ତେବେ ପୋଲିସ ଏହି ଜିନିଷ ଜବତ କରିବା ସହିତ ଏହା ପଛରେ କେଉଁମାନେ ଅଛନ୍ତି ତାହାର ଖୋଳତାଡ କରୁଛି। କାରଣ ଏପରି ଜିନିଷ ମିଳିବା ମାଲକାନାଗିରି ପୋଲିସ ପାଇଁ ନୂଆକଥା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାବେରୀ ନଦୀ ଫୁଲିବାରୁ ପାଣି ଘେରରେ ମାଲାକାନାଗିରିର ବିଭିନ୍ନ ଗାଁ , 45 ଜଣଙ୍କୁ କରାଗଲା ଉଦ୍ଧାର

ମାଲାକାନାଗିରି, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ଓଡିଶାର ବିଭିନ୍ନ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମାଲାକାନାଗିରିର ସାବେରୀ ନଦୀ ଫୁଲିବାରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଏହି ନଦୀ ବୋଝାଗୁଡାଠାରେ ପାଣି ମାଡିଯିବାରୁ ପୋଡିଆ ବ୍ଲକର କେତେକ ଗାଁ ଜଳମଗ୍ନ ହୋଇପଡିଥିଲା। କେତେକ ଲୋକେ ପାଣିଘେରରେ ରହିଯାଇଥିଲେ। ଫଳରେ ପୋଡିଆ ଏବଂ ମାଲାକାନାଗିରି ଅଗ୍ନିଶମ ବିଭାଗ 45 ଜଣଙ୍କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ମଧ୍ୟ ସେଠାକାର ପରିସ୍ଥିତିରେ କୌଣସି ସୁଧାର ଆସି ନାହିଁ।