Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଟଙ୍କା ଧାରକରଜକୁ ନେଇ ଯୁବକକୁ ସଂଘବଦ୍ଧ ଆକ୍ରମଣ
ଅପରାଧ

ଟଙ୍କା ଧାରକରଜକୁ ନେଇ ଯୁବକକୁ ସଂଘବଦ୍ଧ ଆକ୍ରମଣ

February 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟଙ୍କା ଧାରକରଜକୁ ନେଇ ଯୁବକକୁ ସଂଘବଦ୍ଧ ଆକ୍ରମଣ

ରେଢାଖୋଲ, ଆଜି ଅପରାହ୍ନ ୪ ଟାରେ ରେଢାଖୋଲ ଥାନା ଶୁଣ୍ଢିମୁଣ୍ଡା ଗ୍ରାମରେ ଥିବା କନ୍ୟାଶ୍ରମ ନିକଟରେ କୈଳାସ ନାମକ ଯୁବକକୁ କେତେଜଣ ବ୍ୟକ୍ତି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଜଣା ପଡିଛି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ , ରେଢାଖୋଲ ଡମ ସାହିର କୈଳାସ ବେହେରାଙ୍କ ପାଖରୁ କେନ୍ଦୁକଟା ଗ୍ରାମର କାଳିଆ ୧୫୦୦ ଟଙ୍କା ଧାର ସୂତ୍ରରେ ନେଇଥିଲା । କାଳିଆକୁ ଆଜି କୈଳାସ ସେଇ ଟଙ୍କା ମାଗିଥିଲା । ହେଲେ କାଳିଆ ଟଙ୍କା ଦେବାକୁ ରାଜି ହୋଇ ନ ଥିଲା ।

ଟଙ୍କା ମଗାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ପରେ ପରେ ନିଜ ନିଜ ଘରକୁ ପଳାଇ ଯାଇଥିଲେ । ହେଲେ କାଳିଆର ରାଗ ସରି ନ ଥିଲା ଘରକୁ ଯାଇ ତାର ୫ ଜଣ ସାଙ୍ଗକୁ ଡାକି ଆଣି ଶୁଣ୍ଢିମୁଣ୍ଡା ଠାରେ ଠିଆ ହୋଇ ଥିବା କୈଳାସକୁ ବିଭୀନ୍ନ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଗୁରୁତର କୈଳାସଙ୍କର ହାତ ,ଗୋଡ ଏବଂ ଶରୀରର ବିଭିନ୍ନ ସ୍ଥାନକୁ ହାଣି ପକାଇଥିବା ଜଣା ପଡିଛି ।

ଗୁରୁତର କୈଳାସକୁ ଗାଁ ଲୋକେ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ଗୁରୁତର ହେବାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣା ପଡିଛି । ପୋଲିସ୍ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ରେଢାଖୋଲ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଘନିଭୂତ ହେବାରେ ଲାଗିଛି ଲଘୁଚାପ, ଆଜି ଚାରିଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରୀ

September 3, 2025

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ବିରୋଧରେ ବିଜେପିର ବଡ ଯୋଜନା, ସେପ୍ଟେମ୍ବର 25 ରୁ ହେବ ଆରମ୍ଭ

September 3, 2025

ବିଜେଡି ନେତ୍ରୀ ଦୀପାଳି ଦାସ ମସଜିଦ ଭିତରେ କାହିଁକି ପ୍ରାର୍ଥନା କଲେ

September 3, 2025

ଆଜି ବସିବ ଜିଏସଟି ବୈଠକ, କଣ ହେବ ନିଷ୍ପତି, ରହିଛି ସମସ୍ତଙ୍କ ନଜର

September 3, 2025
Latest News

ଘନିଭୂତ ହେବାରେ ଲାଗିଛି ଲଘୁଚାପ, ଆଜି ଚାରିଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରୀ

September 3, 2025

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ବିରୋଧରେ ବିଜେପିର ବଡ ଯୋଜନା, ସେପ୍ଟେମ୍ବର 25 ରୁ ହେବ ଆରମ୍ଭ

September 3, 2025

ବିଜେଡି ନେତ୍ରୀ ଦୀପାଳି ଦାସ ମସଜିଦ ଭିତରେ କାହିଁକି ପ୍ରାର୍ଥନା କଲେ

September 3, 2025

ଦିଲ୍ଲୀରେ ପହଞ୍ଚିଲେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

September 3, 2025

ଆଜି ବସିବ ଜିଏସଟି ବୈଠକ, କଣ ହେବ ନିଷ୍ପତି, ରହିଛି ସମସ୍ତଙ୍କ ନଜର

September 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.