Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମୋହନା ବିଡ଼ିଓ ନିଲମ୍ବିତ: ଜବତ ହୋଇଥିବା କାଜୁକୁ କମ୍ ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ
ଅପରାଧ

ମୋହନା ବିଡ଼ିଓ ନିଲମ୍ବିତ: ଜବତ ହୋଇଥିବା କାଜୁକୁ କମ୍ ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ

March 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ମୋହନା: ଗଞ୍ଜେଇ ସହ ଜବତ ହୋଇଥିବା କାଜୁକୁ ଚଞ୍ଚକତା କରି କମ ଟଙ୍କାରେ ବିକ୍ରି ସହ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ପଞ୍ଚାୟତିରାଜ ବିଭାଗ ମୋହନା ବିଡ଼ିଓ ବଂଶୀଧର ଖୋସ୍ଲାଙ୍କୁ ନିଲମ୍ବନ କରିଛି। ପତ୍ର ସଂଖ୍ୟା ୪୩୯୭/୩.୩.୨୦୨୧ ରେ ବିଭାଗ ନିଲମ୍ବନ ଆଦେଶ ଦେଇଛି।

ଏହି ଘଟଣାରେ ୬ ଜଣଙ୍କ ନାମରେ ଅଡବା ଥାନାରେ ମାମଲା ରୁଜୁ ହୋଇଛି। ଏଥି ସହ ଏହି ଘଟଣାରେ ଜଣେ ଏସଆଇ  ଆଲୋକ ଜଗଦଲାଙ୍କୁ ପୂର୍ବରୁ ନିଲମ୍ବନ କରିଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ। ଗଜପତି ଜିଲ୍ଲା ଅଡ଼ବା ଥାନା ମାଣ୍ଡିମେରା ନିକଟରେ ଗତ ଅଗଷ୍ଟ ୨୪ ତାରିଖରେ ଏକ କାଜୁ ବୋଝେଇ ଟ୍ରକ ସହ ୩ କୁଇଣ୍ଟାଲ ୪୪ କେଜି ଗଞ୍ଜେଇ ଜବତ ହୋଇଥିଲା। ୧୭ ଟନ ୮୧୪  କିଲୋ କାଜୁ ମଧ୍ୟ ଜବତ ହୋଇଥିଲା। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଥିଲା।

ତେବେ ଏଥିରେ ଚୋପା ଛଡା କାଜୁ ଜବତ ହୋଇଥିବା ବେଳେ ଚୋପା ଥିବା ଗୋଟା କାଜୁ ବୋଲି ଉଲ୍ଲେଖ କରି ମାତ୍ର ୧୪ ଲକ୍ଷ ଟଙ୍କାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିଡ଼ିଓ ବଂଶୀଧର ଖୋସ୍ଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା ଓ ଥାନା ଅଧିକାରୀ ତପନ କୁମାର ପତିଙ୍କ ଉପସ୍ଥିତିରେ ବିକ୍ରି କରାଯାଇଛି ବୋଲି କୋର୍ଟକୁ ତଥ୍ୟ ପ୍ରଦାନ କରିଥିଲେ ତଦନ୍ତକାରୀ ଅଧିକାରୀ ଅଡବା ଥାନା ଏସଆଇ ଆଲୋକ ରଞ୍ଜନ ଜଗଦଲା।

ଏହି ତଥ୍ୟ ଉପରେ ପୁନଃ ତଦନ୍ତ ପାଇଁ ଗଜପତି ଏସପିଙ୍କୁ ନିର୍ଦ୍ଧେଶ ଦେଇଥିଲେ ମାନ୍ୟବର କୋର୍ଟ। ଗଜପତି ଏସପି ତପନ କୁମାର ପଟ୍ଟନାୟକ ଅତିରିକ୍ତ ଏସପି ସିତାରାମ ସତପଥୀଙ୍କୁ ଏହାର ତଦନ୍ତ ପାଇଁ ଗତ ନଭେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଏସପି ଅଡବା ଥାନାକୁ ଆସି ଏହାର ତଦନ୍ତ କରିଥିଲେ। ତଦନ୍ତ ପରେ ଏଥିରେ ବଡ ଧରଣର ଘୋଟାଲା ସାମନାକୁ ଆସିଥିଲା। ୧୭ଟନ ୮୧୪  କିଲୋ ଚୋପା ଛଡା କାଜୁ ଜବତ ହୋଇଥିବା ତଦନ୍ତରୁ ଜଣାପଡିଥିଲା କିନ୍ତୁ କୋର୍ଟକୁ ଚୋପା ଥିବା ଗୋଟା କାଜୁ ଜବତ ହୋଇଥିଲା ବୋଲି ମିଥ୍ୟା ତଥ୍ୟ ଦେଇଥିଲେ ଏସଆଇ ଆଲୋକ ଜଗଦଲା।

ଜବତ ହୋଇଥିବା  ୧୭ ଟନ ୮୧୪ କିଲୋ କାଜୁର ସରକାରୀ ମୂଲ୍ୟ ୬୭ ଲକ୍ଷରୁ ଅଧିକ ଟଙ୍କା ହେବା କଥା। କିନ୍ତୁ ଚଂଚକତା କରି ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଉଲ୍ଲେଖ କରାଯାଇଥିଲା। ଅତିରିକ୍ତ ଏସପି ଏହାର ତଦନ୍ତ ରିପୋର୍ଟ ଗତ ନଭେମ୍ବର ମାସ ୧୭ ତାରିଖରେ ଗଜପତି ଏସପିଙ୍କୁ ପ୍ରଦାନ କରିଥିଲେ।

ଏହା ପରେ ଅଡବା ଥାନା ଅଧିକାରୀ ତପନ କୁମାର ପତି, ବିଡ଼ିଓ ବଂଶୀଧର ଖୋସ୍ଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା, ଏସଆଇ ଆଲୋକ ରଞ୍ଜନ ଜଗଦଲା, କାଜୁ ବ୍ୟବସାୟୀ ଆନ୍ଧ୍ରପ୍ରଦେଶ ପଲାସାର କେ. ରବି କୁମାର ଓ ଟ୍ରକ ମାଲିକ ପଲାସାର ବି. ମୋହନ ରାଓ ଆଦି ୬ ଜଣଙ୍କ ନାମରେ ଏତଲା ଦେଇଥିଲେ ରା.ଉଦୟଗିରି ଏସ୍‌ଡ଼ିପିଓ ଦିଲ୍ଲିପ କୁମାର ନାୟକ।

ପଞ୍ଚାୟତିରାଜ ବିଭାଗ ମୋହନା
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.