Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୁଇ ନକଲି ପୋଲିସ ଅଧିକାରୀ ଗିରଫ: ଡକାୟତୀ ଉଦ୍ୟମ ପଣ୍ଡ, ପୋଲିସ ପୋଷାକ ଅସ୍ତ୍ରଶସ୍ତ୍ର ଜବତ
ଅପରାଧ

ଦୁଇ ନକଲି ପୋଲିସ ଅଧିକାରୀ ଗିରଫ: ଡକାୟତୀ ଉଦ୍ୟମ ପଣ୍ଡ, ପୋଲିସ ପୋଷାକ ଅସ୍ତ୍ରଶସ୍ତ୍ର ଜବତ

March 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
arrest
RSS କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣା: ଅଭିଯୁକ୍ତମାନଙ୍କ ପାକିସ୍ତାନ ଲିଙ୍କ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ରାତ୍ରୀକାଳୀନ ପାଟ୍ରୋଲିଙ୍ଗ ବେଳେ ଡକାୟତୀ ଉଦ୍ୟମ କରୁଥିବା କଟକ ଅଂଚଳର ଦୁଇଜଣ ନକଲି ପୋଲିସ ଅଧିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ପୋଷାକ ସମେତ ନକଲି ପିସ୍ତଲ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି।

ସୂଚନା ଅନୁସାରେ ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଙ୍ଗ ବେଳେ ବାଲିଗୁଡା ଥାନା ପୋଲିସ ବାଲିଗୁଡା ଖଡଗ ନଦୀ ନିକଟରେ କିଛି ସନ୍ଦିଗ୍ଧ ଲୋକଙ୍କୁ ଦେଖିବାପରେ ସେମାନଙ୍କ ପିଛାକରିଥିଲା। ପୋଲିସକୁ ଦେଖି ସେମାନେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା। ସେମାନେ ପୋଲିସ ଏସ.ଆଇ ପୋଷାକରେ ନିଜକୁ ସଜାଇ ସ୍ଥାନୀୟ କିଛି ଲୋକଙ୍କ ସହଯୋଗରେ ସେହି ବାଟ ଦେଇ ଯାଉଥିବା ଲୋକଙ୍କଠାରୁ ଡକାୟତୀ କରିବାକୁ ମସୁଧା କରୁଥିଲେ।

ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ନକଲି ପୋଲିସ ପୋଷାକ, ଗୋଟିଏ ମାରୁତୀ ସ୍ୱିଫଟ୍ ଡିଜାୟାର(ଓଡି-୦୫-୬୮୬୬), ଲୁହା ରଡ, ନକଲି ପିସ୍ତଲ, ପୋଲିସ ଟୋପି ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି।

ତେବେ ଘଟଣା ସ୍ଥଳରୁ ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ମାନେ କଟକ ଜିଲ୍ଲା ଚଣ୍ଡି ଛକ ଅଂଚଳର ବୋଲି ଜଣାପଡିଛି। ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ୪୬/୨୧ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ନକଲି ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026
Latest News

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.