ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ଆଇପିଏସ୍ ପ୍ରାଚୀ ସିଂହଙ୍କ ଉପରେ ଆଣିଲେ ଏଭଳି ଅଭିଯୋଗ

Published: Mar 11, 2021, 12:45 pm IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିବାର କାରଣ ଏକ ଚିଠି ମାଧ୍ୟମରେ ଛାଡିଥିଲା। ତାଙ୍କୁ ମିଥ୍ୟା କେସରେ ଫସାଇ ଆଇପିଏସ ଅଧିକାରୀ  ଜେଲ ପଠାଇଥିବା ଏହି ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ। ସୁଇସାଇଡ ନୋଟ ମିଳିଲା ପରେ ମୃତକଙ୍କ ଦ୍ଵାରା ହୋଇଥିବା ଅଭିଯୋଗକୁ ପୋଲିସ କମିଶନର ନିରାଧାର ବୋଲି କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଜଣେ ଯୁବକ ପୋଲିସକୁ ଫୋନ କରି ହସନଗଞ୍ଜର ବିବେକାନନ୍ଦ ହସ୍ପିଟାଲ ରେଳବାଇ କ୍ରସିଂ ପାଖରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଯୁବକ ଜଣକ ସଚିବାଳୟରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସେ ରବିଦାସ ମନ୍ଦିର ନିକଟରେ ରହୁଥିଲେ। ନର୍ଥ ଜୋନର ଆଇପିଏସ ପ୍ରାଚୀ ସିଂହ ତାଙ୍କୁ ମିଥ୍ୟା କେସରେ ଜେଲ ପଠାଇଥିବା ନେଇ ଆତ୍ମହତ୍ୟା ଚିଠିରେ ଲେଖିଥିଲେ।

ମୃତକ ବିଶାଳ ସୋନୀ ସୁଇସାଇଡ ନୋଟରେ ଲେଖିଥିଲେ ଯେ, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି। ଏଥିପାଇଁ ଆଇପିଏସ ପ୍ରାଚୀ ସିଂହ ଦାୟୀ ଅଟନ୍ତି। କାରଣ ସେ ମୋର କ୍ୟାରିଆର ଖରାପ କରିଦେଇଛନ୍ତି। ଯାହାଫଳରେ ମୁଁ ସମାଜ ଏବଂ ପରିବାର ଆଗରେ ମୁହଁ ଦେଖାଇ ପାରୁନି। ଏହାକୁ ମୁଁ ସହ୍ୟ କରିପାରୁ ନାହିଁ। ସେଥିପାଇଁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି। ଯାହାଫଳରେ ଅନ୍ୟ ନିର୍ଦ୍ଦୋଷ ଲୋଗଙ୍କୁ ଜେଲ ପଠାଯାଇ ପାରିବ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଫେବୃୟାରୀ ୧୩ ତାରିଖରେ ଆଇପିଏସ ପ୍ରାଚୀ ସିଂହ ଇନ୍ଦିରା ନଗରରେ ଏକ ବିଉଟି ପାର୍ଲର ଏବଂ ସ୍ପା ସେନ୍ତରରେ ଚଢାଉ କରି ୫ ଜଣ ମହିଳାଙ୍କ ସମେତ ମୃତକ ବିଶାଳଙ୍କୁ ଗିରଫ ଗିରଫ କରିଥିଲା। ଜେଲରୁ ବାହାରିବା ପରେ ବିଶାଳ ମାନସିକ ଚାପରେ ରହୁଥିବାର ଦେଖିବାକୁ ମିଳିଥିଲା।

Related posts