Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅପହୃତା ଯୁବତୀଙ୍କୁ ଉତ୍ତରପ୍ରଦେଶରୁ ଉଦ୍ଧାର କଲା ବାଣପୁର ପୋଲିସ: କିଛିଦିନ ତଳେ ଭାଇରଲ ହୋଇଥିଲା ଭିଡିଓ
ଅପରାଧ

ଅପହୃତା ଯୁବତୀଙ୍କୁ ଉତ୍ତରପ୍ରଦେଶରୁ ଉଦ୍ଧାର କଲା ବାଣପୁର ପୋଲିସ: କିଛିଦିନ ତଳେ ଭାଇରଲ ହୋଇଥିଲା ଭିଡିଓ

April 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ନିଖୋଜ ଅପହୃତା ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି। ଉତ୍ତରପ୍ରଦେଶର ଆଲ୍ଲାହାବାଦ ଅଞ୍ଚଳରୁ ଅପହୃତା ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରିବାରେ ବାଣପୁର ପୋଲିସ ସକ୍ଷମ ହୋଇଛି। ଏ ନେଇ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ତଳେ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ବାଣପୁର ଥାନା ସବ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ ଏବଂ ଖୋର୍ଦ୍ଧା ସାଇବର ସେଲର କର୍ମଚାରୀମାନେ ଉତ୍ତର ପ୍ରଦେଶ ଗସ୍ତ କରିଥିଲେ। ଅତି ଚତୁରତାର ସହ ସେମାନେ ଆଲ୍ଲାହାବାଦରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଗିରଫ କରି ବାଣପୁର ଥାନାରେ ହାଜର କରିଥିଲେ।

ଗିରଫ ଯୁବକଙ୍କ ନାମ ଅବିନାଶ ସିଂ ବୋଲି ଜଣାପଡିଛି। ସେ ଜନୈକା ଯୁବତୀଙ୍କୁ ଫେସବୁକ ଜରିଆରେ ହିମାଚଳ ପ୍ରଦେଶରେ ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶ ଡ଼କାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରୀ ଦେବା ପରିବର୍ତ୍ତେ ନାନା ପ୍ରକାର ନିର୍ଯ୍ୟାତନା ଦେଇଥିଲେ।

ଆଜି ଅବିନାଶଙ୍କୁ ବାଣପୁର କୋର୍ଟ ଚାଲାଣ କରାଯାଇଛି। ତେବେ ଯୁବତୀଙ୍କ ମା ଚଳିତ ମାସ ୮ ତାରିଖରେ ଆଉ ଏକ ଲିଖିତ ଅଭିଯୋଗ ବାଣପୁର ଥାନାରେ କରିଛନ୍ତି ଯାହାର ତଦନ୍ତ ଜାରିରହିଥିବାର ସୂଚନା ଦେଇଛନ୍ତି ଏସଡ଼ିପିଓ।

ଉଲ୍ଲେଖଯୋଗ୍ୟ ଯେ ବାଣପୁରରୁ ଜନୈକ ଯୁବତୀ ଦୁଇ ମାସ ହେଲା ନିଖୋଜ ଥିଲେ ଏବଂ ଏ ନେଇ ତାଙ୍କ ପରିବାର ପକ୍ଷରୁ ଫେବୃଆରୀ ୨ ତାରିଖରେ ଏକ ନିଖୋଜ ଏତଲା ବାଣପୁର ଥାନାରେ ରୁଜୁ କରାଯାଇଥିଲା। ତେବେ ଗତ ୩-୪ ଦିନ ତଳେ ଯୁବତୀଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା। ଯେଉଁଥିରେ ସେ ତାଙ୍କ ଭାଇଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ କାନ୍ଦି କାନ୍ଦି କହୁଥିବାର ଦେଖିବାକୁ ମିଳିଥିଲା।

ତେବେ ଏହାକୁ ଖୋର୍ଦ୍ଧା ଏସପି ଗୁରୁତର ସହ ନେଇ ତୁରନ୍ତ ପଦକ୍ଷେପ ନେବାପାଇଁ ବାଲୁଗାଁ ଏସଡ଼ିପିଓ ଏବଂ ବାଣପୁର ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉତ୍ତରପ୍ରଦେଶ ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026
Latest News

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.