Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲକଡାଉନକୁ ଦେଖି ବାଣପୁରରେ ଦୋକାନୀଙ୍କ ମନମାନୀ: ଦୁଇଗୁଣା ଅଧିକା ଦରରେ ବିକୁଛନ୍ତି ପରିବା
ଅପରାଧ

ଲକଡାଉନକୁ ଦେଖି ବାଣପୁରରେ ଦୋକାନୀଙ୍କ ମନମାନୀ: ଦୁଇଗୁଣା ଅଧିକା ଦରରେ ବିକୁଛନ୍ତି ପରିବା

May 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା
ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲକଡ଼ାଉନ କଟକଣା ଆରମ୍ଭ ହେଉଛି। ଏହି ସମୟରେ ରାସନ ଏବଂ ପରିବା ଦୋକାନ ସକାଳ ୬ ଟା ରୁ ୧୨ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରିକି ଗତକାଲି ସ୍ୱତନ୍ତ ରିଲିଫ କମିଶନର ଜନସାଧାରଣଙ୍କୁ ଲକ ଡ଼ାଉନ ସମୟରେ ଭୟଭୀତ ନହେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି।

ତେବେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷ ପ୍ରଚୁର ପରିମାଣରେ ମହଜୁଦ ଥିବା ସରକାର କହୁଥୁବା ବେଳେ ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଜିଠୁ ପରିବାର କଳାବଜାରୀ ଆରମ୍ଭ ହୋଇଯାଇଥିବାର ଅଭିଯୋଗ ହେଉଛି। ବିଶେଷ କରି ବାଣପୁର ଏନଏସିରେ ଆଳୁ କେଜି ୩୨ ଟଙ୍କାରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।

ଏପରିକି କେତେ ଦୋକାନୀ କେବଳ ଆଳୁ ଦେବାକୁ ମନା କରୁଛନ୍ତି। ଅନ୍ୟ ପରିବା ନେଲେ ଆଳୁ ଦେବେ ବୋଲି ଗ୍ରାହକମାନଙ୍କୁ କିଛି ଦୋକାନୀ କହୁଥିବା ଅଭିଯୋଗ ହେଉଛି। ନଚେତ କେଜି ପିଛା ୩୨ ଟଙ୍କା ଦରରେ ଆଳୁ ନେବା ଲାଗି ଗ୍ରାହକମାନଙ୍କୁ କହୁଥିବା ଶୁଣିବାକୁ ମିଳିଛି।

ତେବେ କେତେକ ଅସାଧୁ ଦୋକାନୀଙ୍କ ଏଭଳି ମନମାନୀ ଯୋଗୁଁ କିଛି ଲୋକ ନାଚୁଣୀ ବଜାରରୁ ଆଳୁ କେଜି ୨୦ ଟଙ୍କା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। କୋଭିଡ଼ ସମୟରେ ଏପରି ଅଭିଯୋଗ ବାରମ୍ବାର ହେଉଥିଲେ ସୁଦ୍ଧା ଯୋଗାଣ ବିଭାଗର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ତେବେ ଏହି ଘଟଣାର ତଦନ୍ତ କରାଯାଇ ଯେଉଁ ଦୋକାନୀ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ  ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହାସହ ଅଭିଯୋଗ କରିବା ପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ହେଲ୍ପଲାଇନ ନମ୍ବର  ଜାରି କରାଯାଉ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଦାବି ହୋଇଛି।

ଏନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ବିଷୟରେ ଅବଗତ ନଥିବା ପ୍ରକାଶ କରିବା ସହ ସ୍ଥାନୀୟ ଅଧିକାରୀଙ୍କୁ ଏହା ଉପରେ ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।

ଲକଡାଉନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.