ବାଲୁଗାଁ ନିକଟସ୍ଥ ସୋଲରୀ ଷ୍ଟେସନରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ: ହତ୍ୟା ସନ୍ଦେହ

Published: May 15, 2021, 3:05 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ରୋଡ଼ ରେଳ ଡ଼ିଭିଜନ ଅନ୍ତର୍ଗତ ସୋଲରୀ ଷ୍ଟେସନ ନିକଟରେ ଆଜି ପୂର୍ବାହ୍ନରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ପଡ଼ିରହିଛି। ତାଙ୍କର ବୟସ ୪୦ ରୁ ୪୫ ବର୍ଷ  ହେବ ବୋଲି ଅନୁମାନ କରାଯାଉଛି। ତେବେ ଉକ୍ତ ଖବର ସୋଲରି ଗ୍ୟାଙ୍ଗ ମ୍ୟାନ ବାଲୁଗାଁ ରେଳ ସୁରକ୍ଷା ବଳ ଥାନାଧିକାରୀ ମହେଶ୍ୱର ଚଣ୍ଡରାୟଙ୍କୁ ଜଣାଇବାରୁ ସେ ସଙ୍ଗେ ସଙ୍ଗେ ଏ ନେଇ ଖୋର୍ଦ୍ଧା ରୋଡ଼ ଜିଆରପିଙ୍କୁ ଜଣାଇଥିଲେ।

ବର୍ତ୍ତମାନ ଘଟଣା ସ୍ଥଳରେ ଖୋର୍ଦ୍ଧା ରୋଡ଼ ଜିଆରପି ଉପନିରୀକ୍ଷକ ଧରଣୀଧର ପ୍ରଧାନ ଏବଂ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡେଙ୍ଗୁଆ ପହଁଚି ତଦନ୍ତ ଜାରି ରଖିଛନ୍ତି। ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ମହିଳାଙ୍କ ମୃତ ଦେହ ନିବସ୍ତ୍ର ଅବସ୍ଥାରେ  ପଡିଥିବାରୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ହେଲେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଜିଆରପି ଉପନିରୀକ୍ଷକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Related posts