ଟୁଇଟରରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗ: ପୂର୍ବତନ ଛାତ୍ର ନେତା ଶରଜୀଲଙ୍କ ବିରୋଧରେ ମାମଲା ରୁଜୁ

Published: May 22, 2021, 6:21 pm IST

ନୂଆଦିଲ୍ଲୀ: ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଶରଜୀଲ ଉସମାନୀ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏକ ଆପତ୍ତିଜନକ ଟ୍ବିଟ କରିଥିବା ଅଭିଯୋଗରେ ଉସମାନୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ଏହି ଟ୍ବିଟକୁ ନେଇ ଭାରତୀୟ ଜନତା ପାର୍ଟିର ଏକ ନେତାଙ୍କ ଅଭିଯୋଗ ପରେ ଧାରା ୫୦୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଏହା ପୂର୍ବରୁ ଗତ ମେ’ ୨୦ ତାରିଖ ଦିନ ମହାରାଷ୍ଟ୍ର ଜାଳନା ଜିଲ୍ଲାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେ ସାମାଜିକ ଗଣମାଧ୍ୟମରେ ଏକ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ଉସମାନୀ ହିନ୍ଦୁ ଦେବତା ଶ୍ରୀରାମଙ୍କ ଉପରେ ବିବାଦୀୟ ଭାଷା ଲେଖିଥିବାର ଅଭିଯୋଗ ହୋଇଥିଲା। ତେଣୁ ସେ ଧାର୍ମିକ ଭାବନାଙ୍କୁ ଆଘାତ ଦେଇଥିବାର ହିନ୍ଦୁ ଜାଗରଣ ମଞ୍ଚର ଜଣେ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଥିଲେ।

Related posts