ଧାରୁଆ ଅସ୍ତ୍ରରେ ହାଣି ପତ୍ନୀକୁ ହତ୍ୟା କଲା ଯୁବକ: ଆତ୍ମହତ୍ୟା ପୂର୍ବରୁ ନିଜ ଭଉଣୀକୁ କଲା ଗୁରୁତର

Published: May 27, 2021, 2:43 pm IST

ନୂଆଦିଲ୍ଲୀ: ପତ୍ନୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଜନୈକ ଯୁବକ ନିଜେ ଆତ୍ମହତ୍ୟା କରିଛି। ଭାଉଜକୁ ବଞ୍ଚାଇବା ପାଇଁ ଆସିଥିବା ନିଜ ଭଉଣୀକୁ ମଧ୍ୟ ଯୁବକଜଣଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଅନ୍ତର୍ଗତ ବିଜାନଗର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ପୋଲିସ ସୂଚନା ମୁତାବକ, ବିଜାନଗର ଗାଁର ସନ୍ତୋଷ ରେକୱାର (୩୫) ନାମକ ଯୁବକ ଜଣଙ୍କ ତାଙ୍କ ପତ୍ନୀ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଭାଉଜକୁ ରକ୍ଷା କରିବାକୁ ଆସିଥିବା ଆରତୀ ଭାଇ ସନ୍ତୋଷକୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ଆରତୀ ମଧ୍ୟ ନିଜ ଭାଇର ଆକ୍ରମଣର ଶିକାର ହୋଇଥିଲା। ଧାରୁଆ ଅସ୍ତ୍ରରେ ଆକ୍ରମଣ ଦ୍ଵାରା ପତ୍ନୀ ସରସ୍ଵତୀର ମୃତ୍ୟୁ ହେବା ପରେ ସନ୍ତୋଷ ମଧ୍ୟ ଉକ୍ତ ଅସ୍ତ୍ର ଦ୍ଵାରା ନିଜକୁ କ୍ଷତବିକ୍ଷତ କରିଥିଲା। ଯାହାଫଳରେ ସନ୍ତୋଷର ମଧ୍ୟ ମୃତ୍ୟୁ ହୋଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ଵାମୀ ସ୍ତ୍ରୀର ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ବର୍ତ୍ତମାନ ସନ୍ତୋଷର ଭଉଣୀ ଆରତୀ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related posts