Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗୋମାଫିଆଙ୍କ ବାଣପୁର ଲିଙ୍କ୍: ୬ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ
ଅପରାଧ

ଗୋମାଫିଆଙ୍କ ବାଣପୁର ଲିଙ୍କ୍: ୬ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ

June 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବାବେଳେ ଜନସାଧାରଣ ଘରେ ରହୁଛନ୍ତି। ଏହାର ସୁଯୋଗ ନେଇ ଗୋ ମାଫିଆ ମାନେ ସକ୍ରିୟ ହୋଇଉଠିଛନ୍ତି। ଦିନ ହେଉ ବା ରାତି ବେଧଡକ ବେଆଇନ ଗୋରୁ ଚାଲାଣ କରିବାକୁ ମାଫିଆମାନେ ପଛାଉନାହାନ୍ତି।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ଟାଙ୍ଗୀ ଅଞ୍ଚଳ ଗୋମାଫିଆଙ୍କ ହିଟ ଲିଷ୍ଟରେ ରହିଆସୁଥିବାବେଳେ ବର୍ତ୍ତମାନ ଆଉ ଏକ ନୂଆ ଅଞ୍ଚଳ ଏଥିରେ ଯୋଡି ହୋଇଯାଇଛି ତାହା ହେଉଛି ବାଣପୁର। ବର୍ତ୍ତମାନ ବାଣପୁର ଅଞ୍ଚଳରେ ମଧ୍ୟ ଗୋମାଫିଆ ମାନେ ମୁଣ୍ଡଟେକିବା ଆରମ୍ଭ କଲେଣି। ଆଜି ରାତି ଭୋର ୪ ଘଟିକାରେ ନାଚୁଣୀ ଫାଣ୍ଡି ପୋଲିସ ବାଣପୁର ବ୍ଲକ ଜୀବନଦେଇପୁର ନିକଟରେ ଏକ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ୬ ଗୋଟି ଗୋରୁଙ୍କୁ ଉଦ୍ଧାର କରିଛି।

ସୂଚନା ମୁତାବକ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଗତକାଲି ରାତିତମାମ ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଚେକିଂ ବ୍ଲକିଙ୍ଗ ଚାଲିଥିଲା। ତେବେ ରାତି ୪ ଘଟିକା ସମୟରେ ଗମ୍ଭାରୀମୁଣ୍ଡା ଆଡୁ ଏକ ଗୋରୁ ବୋଝେଇ ଗାଡ଼ି ସୁନାଖଳା ଅଭିମୁଖେ ଯାଉଥିବାବେଳେ ଜୀବନଦେଇପୁର ଗ୍ରାମ ମା’ ମଙ୍ଗଳା ମନ୍ଦିର ନିକଟରେ ଦୂରରୁ ପୋଲିସ ଗାଡ଼ିକୁ ଦେଖି ଗାଡ଼ି ଚାଳକ ଘଟଣାସ୍ଥଳରେ ଗୋରୁ ବୋଝେଇ ଗାଡ଼ି ଛାଡି ଫେରାର ହୋଇଯାଇଥିଲା। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଉକ୍ତ ଗାଡ଼ିରୁ ୬ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ଗାଡିଟିକୁ ଜବତ କରିଛନ୍ତି।

ତେବେ ବାଣପୁର ପୋଲିସ ଏନେଇ ୧୯୪/୨୧ ରେ ଏକ ମାମଲା ରୁଜୁକରିବା ସହ ଉଦ୍ଧାର ଗୋରୁଙ୍କୁ ଭୁବନେଶ୍ୱର ସିଜୁଆ ସ୍ଥିତ ପିପୁଲ ଫର ଆନିମଲ ନାମକ ସାମାଜିକ ସଂଗଠନକୁ ହସ୍ତାନ୍ତର କରିଛି। ଉକ୍ତ ଚଢ଼ାଉରେ ନାଚୁଣୀ ଫାଣ୍ଡି ଏଏସଆଇ ହାଡିବନ୍ଧୁ ନାୟକ ଏବଂ ଅନ୍ୟାନ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ। ତେବେ ଫେରାର ଗାଡ଼ିଚାଳକ ଖୁବଶୀଘ୍ର ଧରାପଡିବ ବୋଲି ବାଣପୁର ଆଇଆଇସି ସୂଚନା ଦେଇଛନ୍ତି।

ସେହିପରି ଭାବେ ଦତ୍ତପୁର ଗ୍ରାମର ଜଣେ ଅଭିଯୋଗକାରୀଙ୍କ ଆଧାରରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଗତକାଲି ରାତି ୧୨ ଟାରେ ଦୁଇ ଜଣ ଗୋରୁ ଚୋରଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ତିନି ଗୋଟି ଗୋରୁଙ୍କୁ ଉଦ୍ଧାରକରି ଅଭିଯୋଗକାରୀଙ୍କ ଜିମା ଦେବାସହ ସମ୍ପୃକ୍ତ ଦୁଇ ଚୋରଙ୍କୁ ବାଣପୁର ଥାନାରେ ଅଟକ ରଖାଯାଇଛି। ତେବେ ଚିଲିକାରେ ଗୋ ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଖୋର୍ଦ୍ଧା ଏସପି ଙ୍କୁ ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026
Latest News

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.