Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନାଚୁଣୀ: ପୁଣି ଜାତୀୟ ରାଜପଥରେ ମାତିଲେ କଳା ପଲସର ଲୁଟେରା, ଝାମ୍ପିନେଲେ ମହିଳାଙ୍କ ଭ୍ୟାନିଟି ବ୍ୟାଗ
ଅପରାଧ

ନାଚୁଣୀ: ପୁଣି ଜାତୀୟ ରାଜପଥରେ ମାତିଲେ କଳା ପଲସର ଲୁଟେରା, ଝାମ୍ପିନେଲେ ମହିଳାଙ୍କ ଭ୍ୟାନିଟି ବ୍ୟାଗ

June 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଦୁଇ ଜଣ ଦୁର୍ବୃତ୍ତ ଚଳନ୍ତା ବାଇକରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିବା ଖବର ହସ୍ତଗତ ହୋଇଛି। ଫଳରେ ମହିଳାଜଣଙ୍କ ବାଇକରୁ ପଡ଼ି ଗୁରୁତର ହୋଇପଡିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି।

ସୂଚନା ମୁତାବକ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ଦମ୍ପତି ଆଜି ସକାଳେ ନିଜ ବାଇକ ଯୋଗେ ବାଣପୁର ବ୍ଲକ ଅନ୍ତର୍ଗତ ବାଁଳୋଇ ଗ୍ରାମରେ ବିବାହ ହୋଇଥିବା ନିଜ ଝିଅ ଘରକୁ ସାବିତ୍ରୀ ଉପଲକ୍ଷେ ଯାଉଥିଲେ। ଦମ୍ପତି ଦ୍ୱୟ ହେଲେ ନଗେନ୍ଦ୍ର ବେହେରା ଏବଂ ମମତା ବେହେରା।

ତେବେ ସକାଳ ପାଖାପାଖି ୮.୩୦ ସମୟରେ ନାଚୁଣୀ ବାଇପାସ ନିକଟରେ ଏକ କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମମତାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଦୃତଗତିରେ ବାଲୁଗାଁ ଅଭିମୁଖେ ଫେରାର ହୋଇଯାଇଥିଲେ। ଫଳରେ ମମତା ବାଇକରୁ ତଳେ ପଡିଯାଇଥିଲେ ଏବଂ ଜୋରରେ ଚିତ୍କାର କରିଥିଲେ। ନଗେନ୍ଦ୍ର ଏହା ଜାଣିପାରି ସଙ୍ଗେସଙ୍ଗେ ବାଇକକୁ ରଖିଥିଲେ। ମମତାଙ୍କ ମୁଣ୍ଡ ଏବଂ ଶରୀରରେ ଗଭୀର କ୍ଷତ ହେବାସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ନଗେନ୍ଦ୍ର ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ମମତାଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରଥିଲେ।

ବର୍ତ୍ତମାନ ମମତା ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ପୀଡିତା ଏଯାବତ ଥାନାରେ ଏତଲା ଦେଇନାହାନ୍ତି। ତେବେ ମମତାଙ୍କ ସୂଚନା ଅନୁଯାୟୀ ଉକ୍ତ ଭ୍ୟାନିଟି ବ୍ୟାଗରେ ୫ ହଜାର ୫୦୦ ଟଙ୍କା, ଗୋଟେ ମୋବାଇଲ, ତିନି ଗୋଟି ଏଟିଏମ କାର୍ଡ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିଲା।

ଅନୁରୂପଭାବେ ଗତ ଶନିବାର ଦିନ ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ବାଇପାସରୁ ଜଣେ ମହିଳାଙ୍କ ଠାରୁ ୯୯ ହଜାର ଟଙ୍କା ଦୁର୍ବୁତ୍ତ ଲୁଟିନେଇଥିବା ବେଳେ ଆଜି ପୁଣି ସକାଳୁ ନାଚୁଣୀ ବାଇପାସରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଛଡାଇନେବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଜାତୀୟ ରାଜପଥ ନାଚୁଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.