Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡ଼ ଡକାୟତ ଯୋଜନାକୁ ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଧରା ପଡିଲେ ୭ କୁଖ୍ୟାତ ଡକାୟତ
ଅପରାଧ

ବଡ଼ ଡକାୟତ ଯୋଜନାକୁ ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଧରା ପଡିଲେ ୭ କୁଖ୍ୟାତ ଡକାୟତ

June 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଛି। ପୋଲିସ ହାତରେ ୭ କୁଖ୍ୟାତ ଡକାୟତ ଧରା ପଡିଛନ୍ତି। ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମେଣ୍ଢାଶାଳ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଭଙ୍ଗା ଘର ମଧ୍ୟରେ କେତେଜଣ ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବାର ସୂଚନା କୌଣସିମତେ ପୋଲିସ ଜାଣିବାକୁ ପାଇଥିଲା।

ଖୋର୍ଦ୍ଧା ଏସପି ଓ ଏସଡ଼ିପିଓଙ୍କ ତତ୍ୱାବଧାନ ଏବଂ ଟାଉନ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଅଞ୍ଚଳର ଶେଖ ଇବାଦୁଲ୍ଲା, ଶେଖ ଯୁସୁଫ, ଟାଉନ ଥାନା ଅନ୍ତର୍ଗତ ଜେମାଦେଇ ଅଞ୍ଚଳର ମଇନା ବେହେରା, ସନ୍ତୋଷ ସାହୁ, ଦିପୁ ପରିଡା, ଭାଲିଆବାଡ଼ି ଅଞ୍ଚଳର ବିପିନ ବେହେରା ଏବଂ ଚନ୍ଦକା ଥାନା ଅନ୍ତର୍ଗତ ହରିଡ଼ାମଡ଼ ଅଞ୍ଚଳର ଲକ୍ଷ୍ମୀଧର ବେହେରା।

ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ପୋଲିସ ଥାନାରେ ଚୋରି, ଡକାୟତି, ରାହାଜାନି ଭଳି ଏକାଧିକ ଅପରାଧିକ ମାମଲା ଥିବାର ପୋଲିସ କହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶେଖ ଇବାଦୁଲ୍ଲା ଏବଂ ଶେଖ ଯୁସୁଫ ପୂର୍ବରୁ ଗଡ଼ଖୋର୍ଦ୍ଧାରେ ଥିବା ଜଗନ୍ନାଥ ମନ୍ଦିରରୁ ଏବଂ ବାଟମଙ୍ଗଳା ଛକରେ ଥିବା ଏକ ପାନଦୋକାନରୁ ଚୋରି ଘଟଣାରେ ସାମିଲ ଥିବାର ପୋଲିସ ଜାଣିବାକୁ ପାଇଛି।

ଏ ସଂକ୍ରାନ୍ତରେ ଉକ୍ତ ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଏକ ଚୋରା ହୁଣ୍ଡୀ ବାକ୍ସ, ବିସ୍କୁଟ, ସିଗାରେଟ, ସାନିଟାଇଜର, ଫେନୋଲ, ଟୁଥପେଷ୍ଟ ଆଦି ଜବତ କରିଛି। ତେବେ ସମସ୍ତ ସାତ ଜଣ ଡକାୟତଙ୍କ ନିକଟରୁ ଘଟଣାସ୍ଥଳରୁ ପୋଲିସ ଗୋଟାଏ ଖଣ୍ଡା, ଗୋଟେ ଫାର୍ଷା, ତିନି ଗୋଟି ଲୁହା ରଡ଼, ଚାରି ଗୋଟି ଟର୍ଚ୍ଚ ଲାଇଟ, ଦୁଇଟି ବାଇକ, ଗୋଟେ ହାତତିଆରି ନକ୍ସା ଏବଂ ଦୁଇ ଗୋଟି ମାଂସ କାଟିବା କାତି ଜବତ କରିଛି। ଉକ୍ତ ଚଢ଼ାଉରେ ଏସଆଇ ବିଜୟ କେତନ ବେହରା, ଏଏସଆଇ ଶରତ ଚନ୍ଦ୍ର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନାରେ କେସ ନମ୍ବର ୨୩୯/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

କୁଖ୍ୟାତ ଡକାୟତ ଖୋର୍ଦ୍ଧା ଟାଉନ ଥାନା ଡକାୟତି ଯୋଜନା ପଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026
Latest News

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.