Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ପୋଲିସ ଓ ତହସିଲର ମିଳିତ ଚଢ଼ାଉ, ୩ ମାଟି ବୋଝେଇ ଟ୍ରାକ୍ଟର ସହ ଜେସିବି ଜବତ
ଅପରାଧ

ବାଣପୁର: ପୋଲିସ ଓ ତହସିଲର ମିଳିତ ଚଢ଼ାଉ, ୩ ମାଟି ବୋଝେଇ ଟ୍ରାକ୍ଟର ସହ ଜେସିବି ଜବତ

June 18, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଉପଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଖୋର୍ଦ୍ଧା ଉପଖଣ୍ଡରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବା ନିମନ୍ତେ ସମସ୍ତ ତହସିଲଦାର ଏବଂ ଆଇଆଇସି ମାନଙ୍କୁ କଠୋର ପଦକ୍ଷେପ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ ଏବଂ ତହସିଲ ପ୍ରଶାସନ ଆହୁରି ସକ୍ରିୟ ହୋଇଉଠିଥିବା ଦେଖାଯାଇଛି। ଆଜି ମଧ୍ୟାହ୍ନରେ ବାଣପୁର ଥାନା ଆଙ୍କୁଲାପଦର ନିକଟରେ ଜେସିବି ମେସିନ ଦ୍ୱାରା କେତେଟି ଟ୍ରାକ୍ଟରରେ ବେଆଇନ ମାଟି ବୋଝେଇ ହେଉଥିବାର ଦେଖିବାକୁ ପାଇଥିଲେ ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ।

ଏନେଇ ଶ୍ରୀ ପାଢ଼ୀ ସଙ୍ଗେସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କୁ ଜଣାଇବାରୁ ସେ କିଛି କ୍ଷଣ ମଧ୍ୟରେ ସଦଳବଳେ ଉକ୍ତ ସ୍ଥାନରେ ପହଞ୍ଚି ଚଢ଼ାଉ କରିଥିଲେ। ପୋଲିସ ଆସୁଥିବାର ଜାଣି ବାଲି ମାଫିଆ ମାନେ ଜେସିବି ଓ ଟ୍ରାକ୍ଟରଗୁଡିକୁ ଘଟଣାସ୍ଥଳରେ ଛାଡି ଫେରାର ହୋଇଯାଇଥିଲେ।

ତେବେ ପୋଲିସ ସମୁଦାୟ ତିନି ଗୋଟି ମାଟି ବୋଝେଇ ଟ୍ରାକ୍ଟର ଏବଂ ଗୋଟାଏ ଜେସିବି ମେସିନ ଜବତ କରିଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଖୋର୍ଦ୍ଧା ଉପଜିଲ୍ଲାପାଳ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026
Latest News

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.