Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ତିର୍ତ୍ତୋଲରେ ଶିରାପ୍ ନିଶାର ବହୁଳ କାରବାର: ପଥଭ୍ରଷ୍ଟ ଯୁବସମାଜ, ପ୍ରଶାସନ ନିଷ୍କ୍ରିୟ
ଅପରାଧ

ତିର୍ତ୍ତୋଲରେ ଶିରାପ୍ ନିଶାର ବହୁଳ କାରବାର: ପଥଭ୍ରଷ୍ଟ ଯୁବସମାଜ, ପ୍ରଶାସନ ନିଷ୍କ୍ରିୟ

June 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବଜାର ଅଞ୍ଚଳରେ ଦିନକୁ ଦିନ ଶିରାପ୍ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହି ନିଶାକୁ ସେବନ କରି ଯୁବସମାଜ ପଥଭ୍ରଷ୍ଟ ହେବା ସହିତ ନିଜର ହିତାହିତ ଜ୍ଞାନ ହରାଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କାଶ ଶିରାପକୁ ବାନ୍ତି ବଟିକାରେ ମିଶ୍ରଣ କରି ନିଶା ଆକାରରେ ବ୍ୟବହାର କରାଯାଉଥିବା କୁହାଯାଉଛି। ଏଭଳି ଏକ ମାରାତ୍ମକ ନିଶାକୁ ତିର୍ତ୍ତୋଲ ଅଞ୍ଚଳର ଅନେକ ଭଦ୍ରମୁଖା ପିନ୍ଧା ବ୍ୟକ୍ତିଙ୍କ ସମେତ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀ ମାନେ ସେବନ କରି ମୃତ୍ୟୁ ମୁଖକୁ ଠେଲି ହୋଇଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କେତେକ ଔଷଧ ଦୋକାନୀ ଏହି ନିଶା ଶିରାପର ବହୁଳ ବିକ୍ରୟ କରି ମାଲେମାଲ୍ ହେଉଥିବା କୁହାଯାଉଛି।

ସୂଚନାନୁଯାୟୀ ଏଭଳି ଏକ ମାରାତ୍ମକ ନିଶା ଆକାରରେ ବ୍ୟବହାର କରାଯାଉଥିବା ଏହି ଶିରାପ୍ ଓ ବଟିକାକୁ ତିର୍ତ୍ତୋଲ ବଜାର ଅଞ୍ଚଳର ଜନୈକ ଭଦ୍ରମୁଖା ପିନ୍ଧା ଔଷଧ ଦୋକାନୀ ନିର୍ଭୟରେ ଖୁଲମ୍ ଖୁଲ୍ଲା ହୋଲସୋଲିଙ୍ଗ୍ କରୁଥିବା କୁହାଯାଉଥିବା ବେଳେ ଏପରି ଏକ ମାରାତ୍ମକ ନିଶାକୁ ସେବନ କରୁଥିବା ଜନୈକ ଇନ୍ସୁରାନ୍ସ୍ ଏଜେଣ୍ଟ ଉକ୍ତ ଔଷଧ ଦୋକାନରେ ରହି ଏହି ନିଶା ବେପାର ବୃଦ୍ଧିରେ଼ ସହଯୋଗ କରୁଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଦିନ ପୂର୍ବେ ଡ୍ରଗ୍ସ୍ ସ୍କ୍ୱାର୍ଡ ପକ୍ଷରୁ ଉକ୍ତ ଔଷଧ ଦୋକାନୀ ଉପରେ ଚଢାଉ କରାଯାଇଥିବା କୁହାଯାଉଥିବା ବେଳେ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଖସିଯିବା ପରେ ଏବେ ପୁଣି ଯୋରଦାର ବେପାର ଚଳାଇଥିବା ଶୁଣିବାକୁ ମିଳୁଛି।

ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଲକଡାଉନ୍ ଓ ସଟଡାଉନ୍ ବେଳେ ମଧ୍ୟ ଏହି ଶିରାପ୍ ନିଶା ବେପାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏମିତିକି ଏହି ବଜାରର ବିଭିନ୍ନ ସ୍ଥାନରେ କୁଢ କୁଢ ଶିରାପ୍ ବୋତଲ ଗଦା ହେଇଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ଅଞ୍ଚଳର ଯୁବସମାଜଙ୍କ ଜୀବନକୁ ଜଳାଞ୍ଜଳି ଦେଇ ଓ ବିପଥଗାମୀ କରୁଥିବା ଏହି ଭଦ୍ରମୁଖା ପିନ୍ଧା ବହୁଳ ଶିରାପ୍ ବେପାରୀ ଔଷଧ ଦୋକାନୀ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ପ୍ରଶାସନ ନିଷ୍କ୍ରିୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Latest News

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.