Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାଇବର ଠକାମୀର ଶିକାର ହେଲେ ବାଣପୁରର ଯୁବକ: ଚାକିରୀ ବାହାନାରେ ଲୁଟିନେଲେ ୬୦ ହଜାରରୁ ଉର୍ଦ୍ଧ ଟଙ୍କା
ଅପରାଧ

ସାଇବର ଠକାମୀର ଶିକାର ହେଲେ ବାଣପୁରର ଯୁବକ: ଚାକିରୀ ବାହାନାରେ ଲୁଟିନେଲେ ୬୦ ହଜାରରୁ ଉର୍ଦ୍ଧ ଟଙ୍କା

July 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ରାଜ୍ୟରେ ସାଇବର ଠକାମି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ସାଇବର ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ଏଥିରୁ ବାଦ ପଡ଼ିନି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳ। ବିଦେଶରେ ଚାକିରୀ ଦେବେ କହି ବାଣପୁରର ଜଣେ ଯୁବକଙ୍କ ନିକଟରୁ ସାଇବର ଠକ ବିଭିନ୍ନ କିସ୍ତିରେ ଆକାଉଣ୍ଟରୁ ୬୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ନେଇଗଲେ।

ଅନ୍ୟପଟେ ବିଦେଶରେ ନକଲି ଚାକିରୀ ଅଫର ଲେଟର ପାଇ ଖୁସିରେ ନିଜର ବର୍ତ୍ତମାନ ଚାକିରୀ ମଧ୍ୟ ଛାଡିଦେଲେ ଯୁବକ। ଶେଷରେ ବାଣପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ସାଇବର ଲୁଟର ଶିକାର ହୋଇଥିବା ଯୁବକ ଜଣକ।

ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅନିଲ କୁମାର ମାଝୀ(୨୭) ମୁମ୍ବାଇରେ ଟାଟା କମ୍ପାନୀରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ। ତେବେ ଜୁନ ମାସ ୧୫ ତାରିଖ ଦିନ ଅନିଲଙ୍କ ଇ-ମେଲ ଆଇଡିକୁ ଏକ ଅଜଣା ମେଲ ଆସିଥିଲା ଯେଉଁଥିରେ ‘ଅଲ ସଫର ଷ୍ଟିଲ ଇଞ୍ଜିନିଅରିଙ୍ଗ ଲିମିଟେଡ଼’, ନାମକ ଦୁବାଇ ସ୍ଥିତ ଏକ ନକଲି ସଂସ୍ଥାରେ ନିଯୁକ୍ତି ପାଇଁ ଅଫର ଲେଟର ଥିଲା। ହେଲେ ଉକ୍ତ ଅଫର ଲେଟରରେ କୌଣସି ଟଙ୍କା ଦେବାପାଇଁ ଉଲ୍ଲେଖ ନଥିଲା। ଟେଲିଫୋନ ମାଧ୍ୟମରେ ଅନିଲ ଏକ ନକଲି ସାକ୍ଷାତକାର ମଧ୍ୟ ଦେଇଥିଲେ। ଏହାପରେ ଜୁନ ୧୮ ତାରିଖରେ ଭିସା ଆପ୍ଲିକେସନ ପ୍ରୋସେସିଙ୍ଗ ଏବଂ ଆମ୍ବାସି ବାବଦକୁ ନୂଆ ଦିଲ୍ଲୀର ଏକ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ପଇଠ କରିବା ପାଇଁ ଅନିଲଙ୍କୁ ଏକ ମେଲ ଆସିଥିଲା। ଅନିଲ ସାଥିସାଥି ଉକ୍ତ ଆକଉଣ୍ଟକୁ ନିଜ ଗୁଗୁଲ ପେ ମାଧ୍ୟମରେ ୧୦ ହଜାର ଟଙ୍କା ପଠାଇଥିଲେ।

ପୁଣି ଜୁନ ୨୨ ତାରିଖରେ ଆଉ ଏକ ମେଲ ଅନିଲଙ୍କ ପାଖକୁ ଆସିଲା ଯେଉଁଥିରେ ଏକ ନକଲି ଭିସାର ଲିଙ୍କ ଥିଲା ଏବଂ ୨୫ ହଜାର ଟଙ୍କା ପଇଠ କରିବାକୁ କୁହାଯାଇଥିଲା। ଏଥିରେ ଅନିଲ ଖୁସି ହୋଇ ୨୫ ହଜାର ଟଙ୍କା ଏବଂ ପୁଣିଥରେ ବିମାନ ଟିକେଟ ଓ ଅନ୍ୟାନ୍ୟ ଗସ୍ତ ଖର୍ଚ୍ଚ ବାବଦକୁ ୨୬ ହଜାର ଟଙ୍କା ଉକ୍ତ ଆକାଉଣ୍ଟକୁ ପଠେଇଥିଲେ। ଏଯାବତ ଅନିଲ ନିଜ ଗୁଗୁଲ ପେ ମାଧ୍ୟମରେ ୬୧ ହଜାର ୧୦୦ ଟଙ୍କା ସମ୍ପୃକ୍ତ ଆକାଉଣ୍ଟକୁ ଦେଇ ସାରିଥିଲେ।

ଯେତେବେଳେ ବାରମ୍ବାର ଉକ୍ତ ନକଲି କମ୍ପାନୀ ଅନିଲଙ୍କୁ ପଇସା ମାଗିଲା ତେବେ ଅନିଲଙ୍କ ସନ୍ଦେହ ସୃଷ୍ଟି ହେଲା ଏବଂ ସମ୍ପୃକ୍ତ କମ୍ପାନୀର ୱେବସାଇଟ ଏବଂ ଅନ୍ୟାନ୍ୟ ସୂତ୍ରରୁ ତଦନ୍ତ କରିବାରୁ ଏପରି ୱେବସାଇଟ କିଛି ନଥିବାର ସେ ଜାଣିବାକୁ ପାଇଥିଲେ।

ତେବେ ଏହା ଏକ ସାଇବର ଠକେଇ ବୋଲି ଜାଣିବାରୁ ଅନିଲଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଅନିଲ ଆଉ ପଇସା ନଦେବାରୁ ଉକ୍ତ ନକଲି କମ୍ପାନୀ ଓଡ଼ିଶାର ଜଣେ ଏଜେଣ୍ଟଙ୍କ ଦ୍ୱାରା ଅନିଲଙ୍କୁ ଫୋନ କରିଥିଲା ଏବଂ ସମ୍ପୃକ୍ତ ଏଜେଣ୍ଟ ଜଣକ ନିଜକୁ ଅନିଲଙ୍କ ପରି ଆଶାୟୀ ପ୍ରାର୍ଥୀ ଦର୍ଶାଇଥିଲେ ଏବଂ ଉକ୍ତ କମ୍ପାନୀରେ ଚାକିରୀ ପାଇଁ ବିଦେଶ ଯିବେ ବୋଲି କହିଥିଲେ।

ଅନୁରୂପ ଭାବେ ସେ ମଧ୍ୟ ବିଦେଶ ଯିବା ପାଇଁ ଉକ୍ତ କମ୍ପାନୀକୁ ୧ ଲକ୍ଷ ଟଙ୍କା ଦେଇଛନ୍ତି ଏବଂ ସମ୍ପୃକ୍ତ କମ୍ପାନୀ ଅସଲି ବୋଲି ଅନିଲଙ୍କୁ କହିଥିଲେ। ଅନିଲ ଆଉ ସେ ସବୁକୁ ନଶୁଣି ଜାଣିଯାଇଥିଲେ ଯେ ସେ ସାଇବର ଠକାମୀର ଶିକାର ହୋଇଛନ୍ତି। ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି ଅନିଲ। ବିଦେଶରେ ଚାକିରୀ ଲୋଭରେ ଶେଷରେ ନିଜର ଟାଟା କମ୍ପାନୀରୁ ମଧ୍ୟ ଇସ୍ତଫା ଦେଇ ଘରକୁ ପଳାଇ ଆସିଛନ୍ତି ଅନିଲ। ତେବେ ଏ ନେଇ ଗତକାଲି ଅନିଲ ବାଣପୁର ଥାନାରେ ଲିଖିତ ଅଭିଯୋଗ କରି ଥାନାଧିକାରୀ ଏବଂ ବାଲୁଗାଁ ଏସଡ଼ିପିଓଙ୍କ ନିକଟରେ ନ୍ୟାୟଭିକ୍ଷା କରିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026
Latest News

୩୦ ବର୍ଷ ବୟସ ପରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ? ଜାଣନ୍ତୁ କେଉଁ ଟେଷ୍ଟ କେବେ କରିବେ

September 27, 2026

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.