Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବନ୍ଧୁକ ଦେଖାଇ ଲୁଟ୍ କରିବା ବେଳେ କାବୁ କଲେ ସ୍ଥାନୀୟ ଲୋକ: ଦୁର୍ଦ୍ଦାନ୍ତ ଅପରାଧୀ ଦ୍ଵୟଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ
ଅପରାଧ

ବନ୍ଧୁକ ଦେଖାଇ ଲୁଟ୍ କରିବା ବେଳେ କାବୁ କଲେ ସ୍ଥାନୀୟ ଲୋକ: ଦୁର୍ଦ୍ଦାନ୍ତ ଅପରାଧୀ ଦ୍ଵୟଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

July 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡ ପୁର ରେଳବାଇ ଫାଟକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟଙ୍କ ଠାରୁ ଲୁଟିବାକୁ ଉଦ୍ୟମ କରିଥିଲେ। ବନ୍ଧୁକ ଦେଖାଇ ସମ୍ପୃକ୍ତ ବ୍ୟବସାୟଙ୍କ ଠାରୁ ୩୪ ହଜାର ଟଙ୍କା ଛଡାଇ ନେଇଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଦୁର୍ବୃତ୍ତ ଦ୍ୱୟ ଧରା ପଡିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ଠାରୁ ଖସିଜୀବା ପାଇଁ ପ୍ରୟାସ କରୁଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ।

ସୂଚନା ଅନୁଯାୟୀ, ଗତ କାଲି ବଡି ଭୋରରେ ଭୁଷଣ୍ଡପୁର ଅଂଚଳର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀ ଘରକୁ ଫେରୁଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୁର୍ତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ୩୪ ହଜାର ଟଙ୍କା ଲୁଟିନେଇଥିଲେ। ହେଲେ ପୂର୍ଣ୍ଣଚନ୍ଦ୍ର ସେଠାରେ ଚିତ୍କାର କରିବାରୁ ଦୁର୍ବୃତ୍ତ ଦ୍ୱୟଙ୍କୁ ସ୍ଥାନୀୟ ଲୋକେ କାବୁ କରିନେଇଥିଲେ। ସେଠାରୁ ଦୁର୍ବୃତ୍ତ ଦ୍ୱୟ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଉତ୍ୟକ୍ତ ଲୋକେ ସେମାନଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ଟାଙ୍ଗି ପୋଲିସ୍ ପାଟ୍ରୋଲିଂ ଗାଡି ପହଂଚି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା। ଏମାନଙ୍କ ନାମରେ ପୂର୍ବରୁ ଚାନ୍ଦପୁର ଥାନାରେ ୭ ରୁ ଅଧିକ ଡକାୟତି ମାମଲା ରହିଛି। ଗିରଫ ରାଜା ଚାନ୍ଦପୁର ଥାନା ଅଂଚଳରେ ବିଭନ୍ନ ଅପରାଧ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ପୋଲିସ୍ ତାକୁ ଧରିବାରେ ସଫଳ ହୋଇପାରୁନଥିଲା।

ଗତ କିଛି ଦିନ ତଳେ ରାଜା ଚାନ୍ଦପୁର ବଜାରରେ ଥିବା ଏକ ମଦ ଦୋକାନ ନିକଟରେ ଗୁଳି ଫୁଟାଇ ଭୟଭୀତ କରିବା ସହ କନ୍ଧ ନୟାଗଡ ଆରଏସଏସ କାର୍ଯ୍ୟାଳୟ ଉପରକୁ ଗୁଳି ଚଳାଇ ଆତଙ୍କ ସ୍ରୁସୃଷ୍ଟି କରୁଥିଲା। ଦୁର୍ଦ୍ଦାନ୍ତ ଅପରାଧୀ ରାଜାକୁ ଟାଙ୍ଗୀ ପୋଲିସ୍ ଗିରଫ କରିବା ପରେ ଚାନ୍ଦପୁର ଅଂଚଳରେ ଲୋକେ ଖୁସି ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଏବଂ ନକଦ ୩୪ ହଜାର ଟଙ୍କା ପୋଲିସ ଜବତ କରିଛି। ଗିରଫ ଦ୍ୱୟ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ମଧୁବନ ସାହିର ନିଶିକାନ୍ତ ଓରଫ ରାଜା ବେହେରା (୨୮ ବର୍ଷ) ଏବଂ ଆଉ ଜଣେ ବାଲୁଗାଁର ଉଦ୍ଧବ ବେହେରା (୨୫ ବର୍ଷ) ବୋଲି ଜଣାପଡିଛି। ଟାଙ୍ଗୀ ମେଡିକାଲରେ ଗିରଫ ରାଜାର ଚିକିତ୍ସା ଜାରି ରହିଛି।

ଟାଙ୍ଗୀ ଆଇଆଇସି ବିଜୟ ମଲିକ ଏହାର ତଦନ୍ତ ଜାରି ରଖିଥିବା ବେଳେ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଏହି ଘଟଣା ଉପରେ କଡା ନଜର ରଖିଛନ୍ତି। ଅଭିଯୁକ୍ତଙ୍କ ନାମରେ ଟାଙ୍ଗୀ ଥାନାରେ କେସ ନଂ ୨୪୬/୨୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

ଟାଙ୍ଗୀ ଥାନା ଟାଙ୍ଗୀ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ବନ୍ଧୁକ ଦେଖାଇ ଲୁଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.