Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପାଞ୍ଚ ଆନ୍ତଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ବାଣପୁର ପୋଲିସ: ଶାଳିଆ ଡ୍ୟାମ ସିରିଜ୍ ଡକାୟତିରେ ଥିଲେ ସମ୍ପୃକ୍ତ
ଅପରାଧ

ପାଞ୍ଚ ଆନ୍ତଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ବାଣପୁର ପୋଲିସ: ଶାଳିଆ ଡ୍ୟାମ ସିରିଜ୍ ଡକାୟତିରେ ଥିଲେ ସମ୍ପୃକ୍ତ

July 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ଦୀର୍ଘଦିନ ପରେ ସଫଳତା ମିଳିଛି। ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି। ଖୋର୍ଦ୍ଧା ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ବାଣପୁର ଥାନା ଅଧିନସ୍ଥ ଶାଳିଆ ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲୁଟ ଘଟଣାର ଅଭିଯୋଗ ଥାନାକୁ ଆସୁଥିଲେ ମଧ୍ୟ ପୋଲିସ ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇପାରୁନଥିଲା। ପ୍ରତିଥର ସମାନ ଜାଗାରେ ସମାନ ଢଙ୍ଗରେ ଲୋକଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ କରି ଲୁଟୁଥିଲେ। ତେବେ ସେହି ଦିନଠାରୁ ବାଣପୁର ପୋଲିସ ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ୫ ଜଣ ଡକାୟତଙ୍କୁ ଗିରଫ କରିଛି। ଏ ନେଇ ଆଜି ସଂନ୍ଧ୍ୟାରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ଏସଡ଼ିପିଓ ଙ୍କ ସୂଚନା ମୁତାବକ ଗତକାଲି ମଧ୍ୟରାତ୍ରରେ ଶାଳିଆ ଡ୍ୟାମ ନିକଟରେ କିଛି ଦୁର୍ବୁତ୍ତମାନେ ଡକାୟତି କରିବାପାଇଁ ଯୋଜନା କରୁଥିଲେ। କୌଣସି ଏକ ବିଶେଷ ସୂତ୍ରରୁ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଉକ୍ତ ସୂଚନା ପାଇଥିଲେ। ବିଳମ୍ବ ନକରି ସଙ୍ଗେସଙ୍ଗେ ଏ ନେଇ ଥାନାଧିକାରୀ ଏସଡ଼ିପିଓଙ୍କୁ ସୂଚନା ଦେଇଥିଲେ। ଏସଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ଏବଂ ଆଇଆଇସିଙ୍କ ତତ୍ୱାବଧାନରେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥଳରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୫ ଜଣ ଡକାୟତଙ୍କୁ ପୋଲିସ କାବୁ କରିଥିବାବେଳେ ଅନ୍ୟ ୨ ଡକାୟତ ରାତ୍ରିର ସୁଯୋଗ ନେଇ ଫେରାର ହୋଇଯାଇଥିଲେ।

ତଦନ୍ତ ସମୟରେ ଉକ୍ତ ୫ ଡକାୟତ ପୂର୍ବରୁ ଶାଳିଆ ଡ୍ୟାମ ନିକଟରେ ହୋଇଥିବା ଦୁଇଟି ଡକାୟତି ଘଟଣାରେ ସମ୍ପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି। ସେମାନଙ୍କ ନାମରେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନାରେ ପୂର୍ବରୁ ଚାରି ଗୋଟି ଅପରାଧିକ ମାମଲା ରହିଛି।  ପୋଲିସ ସେମାନଙ୍କ ନିକଟରୁ ଗୋଟାଏ ଦେଶୀ ପିସ୍ତଲ, ୫ ମୋବାଇଲ ଫୋନ, ଗୋଟେ ଖଣ୍ଡା, ଗୋଟେ ଚାପଡ଼, ଗୋଟେ ଛୁରୀ, ଗୋଟେ ହାତୁଡି, ବ୍ଲେଡ, ଦିଆସିଲି ଡବା, ସିଗାରେଟ, ଦୁଇଟି ବିଦେଶୀ ମଦ ବୋତଲ ଓ ୩ ଟି ବାଇକ ଜବତ କରିଥିବାବେଳେ ଆଜି ବାଣପୁର ଆଇଆଇସି ବାଲୁଗାଁରୁ ଆଉ ଏକ ବାଇକ ଜବତ କରିଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣ ବାଲୁଗାଁର ହୋଇଥିବାବେଳେ ଅନ୍ୟ ୩ ଜଣ ଖଲ୍ଲିକୋଟ ଅଞ୍ଚଳର ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୬୩/୨୧ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଏହାର ତଦନ୍ତ ଖୋଦ ବାଣପୁର ଆଇଆଇସି କରୁଛନ୍ତି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶାରେ ଗିରଫ ଅଭିଯୁକ୍ତ ମାନଙ୍କ ପରିଚୟ ଗୋପନ ରଖିଛି ପୋଲିସ।

ତେବେ ଉକ୍ତ ଅନୁସନ୍ଧାନରେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏସଆଇ ରାଜକିଶୋର ବେହେରାଙ୍କ ଭୂମିକାକୁ ଏସଡ଼ିପିଓ ଉଚ୍ଚ ପ୍ରସଂଶିତ କରିଛନ୍ତି। ଉକ୍ତ ସମ୍ମିଳନୀରେ ଏସଡ଼ିପିଓଙ୍କ ସମେତ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଏସଆଇ ରାଜକିଶୋର ବେହେରା, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ଏଏସଆଇ ଶ୍ରୀନିବାସ ପ୍ରଧାନ ଆଦି ଉପସ୍ଥିତ ଥିଲେ।

ବାଣପୁର ପୋଲିସ ଶାଳିଆ ଡ୍ୟାମ
Share. Facebook Twitter LinkedIn Email WhatsApp Copy Link

Related Posts

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026
Latest News

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.