Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆଉ ଜଣେ ଧଳା ଜହର ବେପାରୀକୁ ବାନ୍ଧିଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଜବତ କଲା ତିନି ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର
ଅପରାଧ

ଆଉ ଜଣେ ଧଳା ଜହର ବେପାରୀକୁ ବାନ୍ଧିଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଜବତ କଲା ତିନି ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର

July 31, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳେ ଗୁରୁଜଙ୍ଗ ମେଳଣ ପଡିଆରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଗୁରୁଜଙ୍ଗ ମେଳଣ ପଡିଆରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ଜଣେ ଯୁବକ ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ଯୁବକଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ୩୦.୦୮ ଗ୍ରାମ ବ୍ରାଉନ ସୁଗାର ପୋଲିସ ଯୁବକଙ୍କ ନିକଟରୁ ଜବତ କରିଥିଲା। ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଇଲ ଜଣାପଡିଛି। ଯୁବକ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେୱାନ ସାହିର ସର୍ବେଶ୍ୱର ବେହେରା (୨୯)।

ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୯୬/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏସଆଇ ପଦ୍ମଲୋଚନ ବେହରା, ଦିଗବିଜୟ ବିଶ୍ୱାଳ ଏବଂ ବିଜୟ କୁମାର ବେହେରା ଆଦି ସାମିଲ ଥିଲେ।

ଖୋର୍ଦ୍ଧା ଟାଉନ ଥାନା ପୋଲିସ ବଡ ସଫଳତା ବ୍ରାଉନ ସୁଗାର
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ 

September 10, 2026

ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ୧୯-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026

ଅଭିଷେକ ବାନାର୍ଜୀଙ୍କ ଘରୁ ବ୍ୟକ୍ତିଗତ ସଚିବଙ୍କୁ ଗିରଫ କଲା CID 

September 10, 2026
Latest News

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ 

September 10, 2026

ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ୧୯-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ

September 10, 2026

IDBI Bank Privatization: ଘରୋଇକରଣ ଦୌଡ଼ରେ Fairfax ଆଗରେ!, କ’ଣ ପଡ଼ିବ ପ୍ରଭାବ?

September 10, 2026

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.