ବାଣପୁରର ବିଭିନ୍ନ ଗ୍ରାମରେ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ ଅନ୍ୟ ଜଣେ ଫେରାର

Published: Aug 4, 2021, 3:26 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ଜବତ ସମେତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବାଣପୁର ପୋଲିସ।

ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଏବଂ ପୁଞ୍ଜିଆମା ଶାସନ ଗ୍ରାମରେ ଚୋରା ମଦ ବିକ୍ରି ଚାଲିଥିବାର ଖବର ପାଇଥିଲେ। ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ ପାଇଁ ଏସଡ଼ିପିଓ ବାଣପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ।

ବାଣପୁର ଥାନା ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ ଜେନା ମିଳିତ ଭାବେ ଉକ୍ତ ଦୁଇ ଗ୍ରାମରେ ଚଢ଼ାଉ କରିଥିଲେ। ତେବେ ଚଢାଉ ବେଳେ ସେହି ଦୁଇ ଗ୍ରାମରୁ ପୋଲିସ ୧୨୫ ଲିଟର ଦେଶୀ ମଦ ଏବଂ ଗୋଟେ ବାଇକ ଜବତ କରିଥିବାବେଳେ ପୁଞ୍ଜିଆମା ଶାସନରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

ପୋଲିସ ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୭୮/୨୧ ଏବଂ ୨୭୯/୨୧ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

Related posts