Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଏକତରଫା ପ୍ରେମ ଯୋଗୁଁ ବଡ଼ସିରେଇପୁର ଗ୍ରାମରେ ହୋଇଥିଲା ହତ୍ୟାକାଣ୍ଡ: ପର୍ଦ୍ଦାଫାଶ କଲା ବାଣପୁର ପୋଲିସ
ଅପରାଧ

ଏକତରଫା ପ୍ରେମ ଯୋଗୁଁ ବଡ଼ସିରେଇପୁର ଗ୍ରାମରେ ହୋଇଥିଲା ହତ୍ୟାକାଣ୍ଡ: ପର୍ଦ୍ଦାଫାଶ କଲା ବାଣପୁର ପୋଲିସ

August 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ।

ଏସଡ଼ିପିଓଙ୍କ ସୂଚନା ମୁତାବକ ଏକତରଫା ପ୍ରେମ ଲାଗି ଉକ୍ତ ହତ୍ୟାଟି ହୋଇଥିଲା। ଉକ୍ତ ହତ୍ୟାକାଣ୍ଡ ଘଟଣାରେ ସମୁଦାୟ ୬ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ପ୍ରାପ୍ତବୟସ୍କ ଅଛନ୍ତି। ସୂଚନା ମୁତାବକ ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ନାବାଳକ ଏବଂ ମୃତକ ସନ୍ତୋଷ ମହାରଣା ଉଭୟେ ଗୋଟିଏ ଝିଅକୁ ଏକତରଫା ପ୍ରେମ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଝଗଡା ମଧ୍ୟ ହୋଇଥିଲା।

ତେବେ ଯେହେତୁ ସନ୍ତୋଷ ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କ ଠାରୁ ବୟସରେ ବଡ଼ ଥିଲେ ତେଣୁ ତାଙ୍କୁ ପ୍ରତିବାଦ କରିବାର ସାହସ ନାବାଳକଙ୍କ ନଥିଲା। ତେଣୁ ଏ କ୍ଷେତ୍ରରେ ମୁଖ୍ୟ ନାବାଳକଙ୍କୁ ଭଗବାନ ଦାସ, ଧୀରେନ୍ଦ୍ର ସ୍ୱାଇଁ, ବିଚିତ୍ର ସାମଲ ନାମକ ତିନି ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ଉକ୍ତ ହତ୍ୟା କାଣ୍ଡ କରିବା ନିମନ୍ତେ ଉସକାଇବା ସହ ଦରକାର ପଡିଲେ ଏଥିପାଇଁ ତାଙ୍କୁ ଅନ୍ୟାୟ ଆନୁସଙ୍ଗିକ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ।

ପୂର୍ବଯୋଜନା ମୁତାବକ ଘଟଣା ଦିନ ଝିଅର ଜଣେ ନାବାଳକ ମାମୁଁଙ୍କ ସହିତ ମୃତକଙ୍କ ଝଗଡା ଓ ମାରପିଟ ହୋଇଥିଲା। ଏହାପରେ ମୁଖ୍ୟ ନାବାଳକ ଏବଂ ଅନ୍ୟ ଦୁଇ ନାବାଳକ ମିଶି ମୃତ ସନ୍ତୋଷଙ୍କ ସହ ପୁଣି ଝଗଡା କରିଥିଲେ। ସେହି ସମୟରେ ଫେରାର ଥିବା ଜଣେ ନାବାଳକ ମୁଖ୍ୟ ନାବାଳକଙ୍କୁ ଏକ ଛୁରୀ ଦେଇଥିଲେ ଯାହା ଦ୍ୱାରା ମୁଖ୍ୟ ନାବାଳକ ଉକ୍ତ ଛୁରୀ ଦ୍ୱାରା ସନ୍ତୋଷଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ସମସ୍ତ ତିନି ନାବାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅନୁସନ୍ଧାନ କରିବା ପରେ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ନାବାଳକ ଏବଂ ତିନି ଜଣ ପ୍ରାପ୍ତ ବୟସ୍କ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକ ଅଦ୍ୟାବଧି ଫେରାର ଅଛନ୍ତି। ତେବେ ଦୁଇ ନାବାଳକଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡ଼ଙ୍କ ସମ୍ମୁଖରେ ହାଜର କରାଯିବା ସହ ଅନ୍ୟ ପ୍ରାପ୍ତ ବୟସ୍କ ଅଭିଯୁକ୍ତ ମାନଙ୍କୁ ବାଣପୁର କୋର୍ଟରେ ହାଜର କରାଯିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ହତ୍ୟା କାଣ୍ଡ ଭିଆଇଲା ପରେ ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କୁ ଅଭିଯୁକ୍ତ ବିଚିତ୍ର ଏବଂ ଅଭିଯୁକ୍ତ ଧୀରେନ୍ଦ୍ର ଅନ୍ୟ ଜଣଙ୍କ ଘରେ ଲୁଚାଇ ରଖିଥିଲେ ଯାହାକୁ ପୋଲିସ ବହୁ ଖୋଜାଖୋଜି କରିବା ପରେ ଠାବ କରଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାରେ ଫେରାର ଥିବା ନାବାଳକଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଶଙ୍କର ସ୍ୱାଇଁଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।  ଉକ୍ତ କେସର ପ୍ରତ୍ୟକ୍ଷ ତତ୍ୱାବଧାନ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା କରୁଥିବା ବେଳେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ଏସଆଇ ରାଜକିଶୋର ବେହେରା, ପ୍ରସନ୍ନ ଜେନା ଏବଂ ଉମାକାନ୍ତ ସାହୁଙ୍କ ଉଲ୍ଲେଖନୀୟ ଭୂମିକା ଥିବା ଏସଡ଼ିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏକତରଫା ପ୍ରେମ ପର୍ଦ୍ଦାଫାଶ ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026
Latest News

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.