ବାଣପୁରରେ ବିଭତ୍ସ ହତ୍ୟାକାଣ୍ଡ: ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି କେନାଲ ହୁଡାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

Published: Aug 13, 2021, 10:37 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲି ଗ୍ରାମରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ। କାଁହୁ ଚରଣ ପରିଡା (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ଦୁର୍ବୁତ୍ତମାନେ କୌଣସି ଏକ ଧାରୁଆ ଅସ୍ତ୍ରରେ ହାଣିଥିବା କୁହାଯାଉଛି। କାହ୍ନୁଙ୍କ ଶରୀରର ଏକାଧିକ ଅଙ୍ଗକୁ ଦୁର୍ବୁତ୍ତମାନେ ନୃଶଂସ ଭାବେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ କାହ୍ନୁଙ୍କ ମୃତ ଦେହକୁ କେନାଲ ହୁଡାରେ ଫୋପାଡିଦେଇଥିବାର ଅଭିଯୋଗ ହୋଇଛି।

ଆଜି ସକାଳୁ ଏ ନେଇ ମୃତକଙ୍କ ପତ୍ନୀ ବାଣପୁର ଥାନାରେ ଜଣାଇବାରୁ ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ଆଇଆଇସି ସଦଳବଳେ ପହଞ୍ଚି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛନ୍ତି। ଅପରପକ୍ଷରେ ଉକ୍ତ ହତ୍ୟାକାଣ୍ଡଟି ପୂର୍ବ ଶତ୍ରୁତାକୁ ନେଇ ହୋଇଥିବାର ସନ୍ଦେହ କରାଯାଉଛି।

Related posts