Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଧାନ ବିକ୍ରି କରି ଠକେଇର ଶିକାର ହେଲେ ଚାଷୀ: ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର
ଅପରାଧ

ଧାନ ବିକ୍ରି କରି ଠକେଇର ଶିକାର ହେଲେ ଚାଷୀ: ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର

September 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଡ଼ମାଳ ଅଞ୍ଚଳର ୮ ଜଣ ଚାଷୀ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି। ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ୬ ମାସ ହେଲା ବେପାରୀ ଧରାଛୁଆଁ ଦେଉନଥିବା କୁହାଯାଉଛି।

ଅଭିଯୋଗ ଅନୁଯାୟୀ, ଖରିଫ ଋତୁରେ ବଡ଼ମାଳ ଅଞ୍ଚଳ ଚାଷୀ ସୀତାରାମ ଥାପା, ଦୀନବନ୍ଧୁ ସାହୁ, ବାବୁଲାଲ ରଣା, କଳ୍ପତରୁ ଷଣ୍ଢ, ମଣି ସେଠୀ, ଶୁକଦେବ ପ୍ରଧାନ, ବତିଷ୍ଟ ସାହୁ, ଓ ସୁବାଷ ସାହୁ ମଣ୍ଡିରେ ଧାନ ବିକ୍ରି କରି ବଳକା ଧାନକୁ ବରଗଡ଼ ଜିଲ୍ଲା ଗୋଡଭଗାର ଜଣେ ବ୍ୟକ୍ତିକୁ ୬ ମାସ ହେବ ଧାନ ବିକ୍ରି କରିଥିଲେ। ଧାନ ନେଲା ପରେ ବେପାରୀ ଜଣକ ଧରାଛୁଆଁ ଦେଉ ନ ଥିଲା। ବାରମ୍ବାର ଚାଷୀମାନେ ତାଙ୍କ ପାଖକୁ ଯାଇ ନିରାଶ ହୋଇ ଫେରିଥିଲେ। ବାଧ୍ୟ ହୋଇ ଚାଷୀ ପୋଲିସର ଆଶ୍ରୟ ନେଇଥିଲେ।

ଏହା ପରେ ବେପାରୀ ଜଣକ ଚାଷୀଙ୍କ ନାଁରେ ପାଖାପାଖି ୪ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ହେଲେ ଚେକ୍ ଗୁଡ଼ିକ ବାଉଁଶ ହୋଇ ଯାଇଥିଲା। ତା ପରେ ବେପାରୀକୁ ଜଣାଇବାରୁ ସେ ୧୫ ଦିନ ମଧ୍ୟରେ ଟଙ୍କା ଫେରେଇବାକୁ କହି କୋର୍ଟରେ ଚୁକ୍ତିନାମା ମଧ୍ୟ କରିଥିଲେ।

ଚୁକ୍ତିନାମା ଅବଧି ପୂରଣ ହେବା ପରେ ବେପାରୀର ଖବର ମିଳୁନାହିଁ। ଫୋନ କଲ୍ ବନ୍ଦ ଥିବାବେଳେ ଠିକଣା ଦେଇ ଥିବା ଘରେ ମଧ୍ୟ ରହୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ଚାଷୀ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଧାନ ବିକ୍ରି ରେଢ଼ାଖୋଲ ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬: ଜାତୀୟ ସ୍ତରରେ ଓଡ଼ିଶାର ବାଜିମାତ, ରାଉରକେଲା ଓ କଳିଙ୍ଗନଗର ପ୍ରଥମ

September 7, 2026

IAS ଅଦଳବଦଳ: ସୁରେଶ ବଶିଷ୍ଠଙ୍କୁ ନୂଆ ଦାୟିତ୍ୱ, OMC ଅଧ୍ୟକ୍ଷ ହେଲେ ସୁଧାଂଶୁ ସାମଲ

September 7, 2026

ଓଡ଼ିଶା କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୮ ପ୍ରସ୍ତାବକୁ ମଞ୍ଜୁରୀ

September 7, 2026

ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ

September 7, 2026
Latest News

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬: ଜାତୀୟ ସ୍ତରରେ ଓଡ଼ିଶାର ବାଜିମାତ, ରାଉରକେଲା ଓ କଳିଙ୍ଗନଗର ପ୍ରଥମ

September 7, 2026

IAS ଅଦଳବଦଳ: ସୁରେଶ ବଶିଷ୍ଠଙ୍କୁ ନୂଆ ଦାୟିତ୍ୱ, OMC ଅଧ୍ୟକ୍ଷ ହେଲେ ସୁଧାଂଶୁ ସାମଲ

September 7, 2026

ଓଡ଼ିଶା କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୮ ପ୍ରସ୍ତାବକୁ ମଞ୍ଜୁରୀ

September 7, 2026

ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ

September 7, 2026

ସିପିଗ୍ରାମ୍ସ ପୋର୍ଟାଲ ଯୋଗୁଁ ସମସ୍ୟାର ସମାଧାନ: ଯାଜପୁରରେ ହେଲା ରାସ୍ତା ମରାମତି

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.