Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଟାଲ ଜଙ୍ଗଲରେ ଅନୁପ୍ରବେଶକାରୀଙ୍କ ଉତ୍ପାତ: ୩୩ ଜଣ ଗିରଫ
ଅପରାଧ

ଟାଲ ଜଙ୍ଗଲରେ ଅନୁପ୍ରବେଶକାରୀଙ୍କ ଉତ୍ପାତ: ୩୩ ଜଣ ଗିରଫ

September 8, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ବାହାର ରାଜ୍ୟର ଅନୁପ୍ରବେଶ କାରୀମାନଙ୍କର ଆଡ୍ଡା ଜମିବାରେ ଲାଗିଛି। ଘଂଚ ଅରଣ୍ୟ ଭିତରକୁ ଅନାୟାସରେ ପ୍ରବେଶ କରି ସେମାନେ ଜଙ୍ଗଲକୁ କାଟି ବସତି ସ୍ଥାପନ କରୁଛନ୍ତି। ଏ ସଂପର୍କରେ ବନ ବିଭାଗ ମଧ୍ୟ ଜାଣି ପାରୁ ନ ଥିବା ଅଭିଯୋଗ ହେଉଛି। ଏବେ ଏହି ଅନୁପ୍ରବେଶ କାରୀମାନଙ୍କ ପାଇଁ ରେଢାଖୋଲ ବନଖଣ୍ଡର ଗାଁ ଗୁଡିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେ ପଟେ ତହସିଲ୍ ବିଭାଗ ମୋଟା ଅଙ୍କର ଫାଇଦା ପାଇ ଅନୁପ୍ରବେଶ କାରୀମାନଙ୍କୁ ଜମିପଟ୍ଟା ପ୍ରଦାନ କରୁଥିବା ବେଳେ ଏ ପଟେ ବନବିଭାଗ ଅନୁପ୍ରବେଶ କାରୀମାନଙ୍କୁ ଧରିବାରେ ସଫଳ ହେଉଛି।

ରେଢାଖୋଲ ବନଖଣ୍ଡ ବଡବାହାଳ ରେଞଅଧିନସ୍ଥ ଟାଲ ଜଙ୍ଗଲରେ ବହୁ ଅନୁପ୍ରବେଶ କାରୀ ଆସି ଜଙ୍ଗଲକୁ ପଦା କରି ବସତି ସ୍ଥାପନ କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ବହୁମାରଣାସ୍ତ୍ର ଜବତ କରିବା ସହ ୩୩ ଜଣଙ୍କୁ ଅଟକ ରଖିଥିବା ବନବିଭାଗ ପ୍ରକାଶ କରିଛି।

କିଛିଦିନ ହେଲା ଟାଲ ଗ୍ରାମ ସଂରକ୍ଷିତ ଜଙ୍ଗଲର ଗଡାଖୋଲ ନିକଟରେ ଝାଡଖଣ୍ଡି ଅନୁପ୍ରବେଶ କାରୀମାନେ ଆସି ବସତି ସ୍ଥାପନ କରିବାକୁ ଜଙ୍ଗଲ ସଫା କରୁଥିଲେ। ରେଢାଖୋଲ ଡିଏଫ୍‌ଓ ରମାକାନ୍ତ ନାଏକ କୈାଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏସିଏଫ୍ , ରେଞଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ। ବନବିଭାଗର ଏକ ଟିମ୍ ଏହି ଟାଲ ସଂରକ୍ଷିତ ଜଙ୍ଗଲ ଗଡାଖୋଲ ନିକଟକୁ ଯାଇ ଚଢଉ କରିଥିଲେ।

ଏହି ଚଢଉ ସମୟରେ ୩୩ ଜଣ ଅନୁପ୍ରବେଶ କାରୀକୁ ଧରିବାରେ ବନବିଭାଗ ସଫଳ ହୋଇଥିବା ବେଳେ ବହୁଜଣ ଫେରାର୍ ହେବାରେ ସକ୍ଷମ ହୋଇଥିଲେ। ଯାହା ଅନୁମାନ କରାଯାଉଛି ପାଖାପାଖୀ ୨୦ ଜଣ ଅନୁପ୍ରବେଶକାରୀ ଦଲାଲଙ୍କ ସହ ଫେରାର୍ହୋ ଇଯାଇଥିଲେ। ବନବିଭାଗ ମଧ୍ୟ ସଜାଗ ହୋଇ ଏହି ଅପରେସନରେ ସାମିଲ୍ ହୋଇଥିଲା। କାହିଁକି ନା ଅନୁପ୍ରବେଶ କାରୀମାନଙ୍କ ହାତରେ ଟାଙ୍ଗିଆ , ବର୍ଚ୍ଛା , ଧନୁତୀର ସହ ବହୁ ମାରଣାସ୍ତ୍ର ରହିଥିଲା। ସେମାନେ ସେହି ଜଙ୍ଗଲରେ ତମ୍ବୁ ପକାଇ ବହୁଦିନ ହେଲା ଗଛ କାଟିବାରେ ଲାଗି ପଡିଥିବା ବେଳେ ବନ ବିଭାଗ ବହୁ ବିଳମ୍ବରେ ଜାଣିବାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ମୂଲ୍ୟବାନ ଗଛ ଗୁଡିକ କାଟି ପଦା କରିଥିବା ଅନୁପ୍ରବେଶ କାରୀଙ୍କ ବିରୁଦ୍ଧରେ ବନବିଭାଗ କି ପଦେକ୍ଷପ ନେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନୁପ୍ରବେଶ କାରୀମାନଙ୍କୁ ରେଞ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚୁରା କରୁଛି ବନବିଭାଗ। ଏହି ଚଢଉରେ ବଡବାହାଳ ରେଞ ଅଧିକାରୀ ପ୍ରଜ୍ଞା ପରିମିତା ଦୀପ୍, ରେଢାଖୋଲ ରେଞ ଅଧିକାରୀ ମୈତ୍ରୀ ମଞିତ ବିଶ୍ୱାଳ, ନାକଟିଦେଉଳ ରେଞ ଅଧିକାରୀ ଅଶ୍ୱିନୀ ବେହେରା, ଚାରମାଳ ରେଞ ଅଧିକାରୀ ଦର୍ଶନିଆ ଭୋଇ, ବଡମାଳ ରେଞ ଅଧିକାରୀ ପ୍ରଦୀପ କୁମାର ସେଠୀ ପ୍ରମୁଖ ସାମିଲ୍ ହୋଇଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି।

ସୂଚନା ଯୋଗ୍ୟ ଯେ , କିଛିମାସ ତଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ କରିଥିବାରୁ ପ୍ରଶାସନ ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର ୫୦ ଘର ଭାଙ୍ଗି ଦେଇ ହଟାଇଥିଲା। ସେହି ସମୟରେ ଲଣ୍ଡାକୋଟ୍ ରିଜର୍ଭ ଜଙ୍ଗଲରେ ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀମାନେ ୩୦୦ ଏକର ଜଙ୍ଗଲ କାଟି ଜବର ଦଖଲ କରି ଘର କରି ରହୁଥିଲେ। ସେମାନଙ୍କୁ ହଟାଇବା ଦାବିରେ ଗତ ୧୮ ଜାନୁଆରୀରେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ମଧ୍ୟ ବସିଥିଲେ।

ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ପ୍ରତିଶୃତି ଦେଇଥିଲେ। ରେଢାଖୋଲ ଓ ନାକଟିଦେଉଳ ବନାଂଚଳ ରେ ଶହ ଶହ ଗାଁରେ ଥିବା ସଂରକ୍ଷିତ ଜଙ୍ଗଲକୁ ଅନୁପ୍ରବେଶ କାରୀଙ୍କ ଚରାଭୂଇଁ ପାଲଟିଛି। ଏମାନଙ୍କୁ ହଟାଇବା ଦିଗରେ ପ୍ରଶାସନ ଉଦ୍ୟମ କରିବାର ଆବଶ୍ୟକତା ରହିଛି ନ ହେଲେ ଏ ଅଂଚଳ ଦିନେନା ଦିନେ ତାଲିବାନି ମାନେ ଯେମିତି ଶାସନ କରୁଛନ୍ତି ସେମିତି ହେବ।

 

ଅନୁପ୍ରବେଶକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026
Latest News

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.