Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚାନ୍ଦପୁରରେ ମାତିଛନ୍ତି ଆନ୍ତରାଜ୍ୟ ଲୁଟେରା: ଦୁଇ ମହିଳା ଗିରଫ, ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗହଣା ଜବତ
ଅପରାଧ

ଚାନ୍ଦପୁରରେ ମାତିଛନ୍ତି ଆନ୍ତରାଜ୍ୟ ଲୁଟେରା: ଦୁଇ ମହିଳା ଗିରଫ, ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗହଣା ଜବତ

September 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ସଫଳତା ମିଳିଛି। ଲୁଟ ହେବାର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ଗହଣା ପୋଲିସ ଉଦ୍ଧାର କରିଛି।

ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ସୁଶାନ୍ତ ନାୟକଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଯାଇଥିଲା। ଏ ନେଇ ସୁଶାନ୍ତ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ଆକ୍ସନ ମୁଡ଼ରେ ଆସିଥିଲା।  ଅନୁସନ୍ଧାନରେ ପୋଲିସ ଜାଣିବାକୁ ପାଇଥିଲା ଯେ, ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଆସିଥିବା ଯାଯାବର ଗ୍ୟାଙ୍ଗ ଉକ୍ତ କାଣ୍ଡ ଘଟାଇଛନ୍ତି। ସଙ୍ଗେ ସଙ୍ଗେ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇ ଚାନ୍ଦପୁର ଥାନା ଅଞ୍ଚଳର ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏବଂ ରାତିତମାମ ବିଭିନ୍ନ ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପେରସନ ଜାରି ରଖିଥିଲା।

ତେବେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ଏବଂ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁଙ୍କ ସହଯୋଗ କ୍ରମେ ଉକ୍ତ ଚୋରିରେ ସାମିଲ ଥିବା ଦୁଇ ମହିଳା ଅଭିଯୁକ୍ତଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୨ ଗ୍ରାମ ସୁନା ଗହଣା ଏବଂ ୫୩୯ ଗ୍ରାମ ରୁପା ଗହଣା ଜବତ କରିବାରେ ସକ୍ଷମ ହୋଇଛି। ଯାହାର ମୂଲ୍ୟ ୨ ଲକ୍ଷ ୧୫ ହଜାର ୯୫୦ ଟଙ୍କା ହେବ। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ କେସ ନମ୍ବର ୧୨୯/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରିରଖିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜିବାରେ ଲାଗିଛି।

ଆଇଆଇସିଙ୍କ କହିବା ମୁତାବକ ଉକ୍ତ ଗ୍ୟାଙ୍ଗରେ ଉଭୟ ପୁରୁଷ ଏବଂ ମହିଳା ଦୁର୍ବୁତ୍ତ ମାନେ ଅଛନ୍ତି। ସେମାନେ ଦିନ ବେଳେ ବିଭିନ୍ନ ଘରେ କାମ କରିବା ବାହାନାରେ ଯାଆନ୍ତି ଏବଂ ରାତିରେ ଉକ୍ତ ଘରଗୁଡିକରୁ ଚୋରି କରିଥାନ୍ତି। ଅନୁରୂପ ଭାବେ ଜନସାଧାରଣ ମାନେ ରାଜ୍ୟ ବାହାରୁ ଆସୁଥିବା ଏପରି ସଂନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଦେଖିଲେ ତୁରନ୍ତ ଥାନାକୁ ଜଣାଇବାକୁ ଚାନ୍ଦପୁର ଆଇଆଇସି ଶ୍ରୀ ଦାସ ଅନୁରୋଧ କରିଛନ୍ତି।

ତେବେ ଏହି ସବୁ ଦୁର୍ବୁତ୍ତମାନେ ନୟାଗଡ ଜିଲ୍ଲାର ଚାନ୍ଦପୁର ଅଞ୍ଚଳ ଏବଂ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ କାମ କରିବା ବାହାନାରେ ଗାଁ ଗାଁ ବୁଲି ଚୋରୀ କରୁଥିବା ସୂଚନା ମିଳିଛି।

ଚାନ୍ଦପୁର ନୟାଗଡ଼ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026
Latest News

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.