Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଟୀକାକେନ୍ଦ୍ରରେ ଅନିୟମିତତା, ସମ୍ବାଦ ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ
ଅପରାଧ

ଟୀକାକେନ୍ଦ୍ରରେ ଅନିୟମିତତା, ସମ୍ବାଦ ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

September 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମହାମାରୀ କରୋନାକୁ ପ୍ରତିହତ ପାଇଁ ଏକ ମାତ୍ର ବିଶଲ୍ୟ କରଣୀ ଟୀକାକରଣ ହୋଇଥିବାବେଳେ ସରକାର ଟିକାକରଣ ବ୍ୟବସ୍ଥାକୁ ବ୍ୟାପକ କରୁଛନ୍ତି। ଟୀକାକରଣ ଅଭିଯାନକୁ ସରଳିକରଣ କରିବାପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଏବଂ ପଂଚାୟତ ସ୍ତରରେ ବିଭିନ୍ନ କେନ୍ଦ୍ରରେ ଟୀକା ଦେବା ଲାଗି ବ୍ୟବସ୍ଥା କରୁଛନ୍ତି। ସୁପରିଚାଳନା ନିମିତ୍ତ କିଛି ଟୀକା କେନ୍ଦ୍ରରେ ଅନଲାଇନ ବ୍ୟବସ୍ଥା କରାଯାଇଥିବା ବେଳେ କିଛି ଟୀକା କେନ୍ଦ୍ରରେ ଅଫଲାଇନ ଜରିଆରେ ଟୀକାକରଣ କରାଯାଉଛି। ଯାହାର ଫାଇଦା ନେଇ ଟିକାକେନ୍ଦ୍ରଗୁଡିକ କିଛି ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ଏପରିକି ଟୀକା ପାଇଁ ଦିଆଯାଉଥିବା ଟୋକନ ଗୁଡିକ ସେମାନେ ନିଜ ସମ୍ପର୍କୀୟଙ୍କୁ ତଥା କିଛି ସ୍ଥାନୀୟ କୁଜିନେତାଙ୍କୁ ଦେଉଥିବାବେଳ ସାଧାରଣ ଜନତା ଏଥିରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଟୀକା କେନ୍ଦ୍ରରେ ସମାନ ଧରଣର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।

ପ୍ରକାଶ ଥାଉକି ବାଣପୁର ଏନଏସି ୯ ନଂ ୱାର୍ଡରେ ଟୀକାକରଣକୁ ନେଇ ଟିକାକେନ୍ଦ୍ରରେ ଅନିୟମିତତା ହେଉଥିବା ଖବର ପାଇ ଶେଖ ରୋଶନ ନାମକ ଜଣେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ନିଜ ସହଯୋଗୀଙ୍କ ସହ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ କିଛି ସ୍ଥାନୀୟ ବ୍ୟକ୍ତି ଟୀକାକେନ୍ଦ୍ରକୁ ପରିଚାଳିତ କରୁଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ରୋଶନ ସଙ୍ଗେ ସଙ୍ଗେ ବାଣପୁର ମେଡିକାଲ ପ୍ରଶାସନ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ ଦ୍ୱାରା ଜଣାଇବା ପରେ କିଛି ସମୟ ପରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଟୀକାକରଣ ପୁନଶ୍ଚ ଆରମ୍ଭ ହୋଇଥିଲା।

ତେବେ ପୋଲିସ ଆସିବା ଭିତରେ କିଛି ସ୍ଥାନୀୟ ବ୍ୟକ୍ତି ଜନୈକ ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଧ ଭାବେ ଆକ୍ରମଣ କରାଯାଇଥିଲା। ଏନେଇ ବାଣପୁର ଥାନାରେ ସାମ୍ବାଦିକଜଣଙ୍କ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି କେସ ନଂ ୩୨୭/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଅନୁରୂପଭାବେ ଅପରପକ୍ଷ ମଧ୍ୟ ଉକ୍ତ ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏତଲା ଆଧାରରେ ପୋଲିସ ୩୨୮/୨୧ ରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଥିଲା।

ଘଟଣା ସମ୍ବନ୍ଧରେ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ତଦନ୍ତ କଲା ପରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ସେହିପରି ଭାବେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଆଗକୁ ପୋଲିସ ପ୍ରଶାସନର ସହଯୋଗରେ ଟୀକାକରଣ କରାଯିବ ଏବଂ ଘଟଣାର ତଦନ୍ତ କରାଯିବ।

ହେଲେ ଏଠରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ଜଣେ ସାମ୍ବାଦିକ ଯେତେବେଳେ ଲୋକଙ୍କ ସମସ୍ୟାକୁ ନେଇ ସମ୍ବାଦ ପରିବେଷଣ କରିବାକୁ ତତ୍ପରତା ଦେଖାଉଛି କିମ୍ବା ସରକାରଙ୍କ କାର୍ଯ୍ୟକ୍ରମରେ ହେଉଥିବା ଅନିୟମିତତାକୁ ବିରୋଧ କରୁଛି, ସେଥିପାଇଁ ତାଙ୍କୁ ମିଥ୍ୟା ଆରୋପ ଲଗାଇ ହଇରାଣ କରିବା କଣ ସମାଜ ପାଇଁ ଶୁଭଂକର? ଯଦି ଏହି ଘଟଣାରେ ଏଭଳି କିଛି ଅପ୍ରତିକର ପରିସ୍ଥିତି ଉପୁଜୁଛି, ତେବେ ନିଶ୍ଚିତ ଏହା ଉପରେ ସ୍ଥାନୀୟ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା ଉଚିତ। ଯାହା ଫଳରେ ସାଧାରଣ ନାଗରିକଙ୍କୁ ନ୍ୟାୟ ମିଳିପାରିବ।

ତେବେ ରାଜ୍ୟବ୍ୟାପୀ ବାରମ୍ବାର ସାମ୍ବାଦିକ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଥିଲେ ମଧ୍ୟ ଏ ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରି ଯଥାଶୀଘ୍ର ପଦକ୍ଷେପ ନେବା ଅପରିହାର୍ଯ୍ୟ ହୋଇପଡିଛି।

ଅନିୟମିତତା ଟୀକାକେନ୍ଦ୍ର ବାଣପୁର ସାମ୍ବାଦିକଙ୍କୁ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026
Latest News

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.