Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର-ବାଲୁଗାଁ ବାଇପାସ ନିକଟରୁ ବନ୍ଧୁକ ଦେଖାଇ ଲୁଟ୍: ମୋବାଇଲ, ବ୍ରେସଲେଟ ଲୁଟିନେଲେ ଦୁର୍ବୃତ୍ତ
ଅପରାଧ

ବାଣପୁର-ବାଲୁଗାଁ ବାଇପାସ ନିକଟରୁ ବନ୍ଧୁକ ଦେଖାଇ ଲୁଟ୍: ମୋବାଇଲ, ବ୍ରେସଲେଟ ଲୁଟିନେଲେ ଦୁର୍ବୃତ୍ତ

September 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ବନ୍ଧୁକ ଦେଖାଇ ଗାଡ଼ି ଡ୍ରାଇଭର ଏବଂ ସହଯୋଗୀଙ୍କ ନିକଟରୁ ମୋବାଇଲ, ବ୍ରେସଲେଟ ଓ ଟଙ୍କା ଦୁର୍ବୁତ୍ତ ମାନେ ଲୁଟିନେଇଛନ୍ତି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସର ବ୍ରାହ୍ମଣକୁଶଡିହ ଛକ ନିକଟରେ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ଦୁଇ ଘଟିକା ସମୟରେ ବ୍ରହ୍ମପୁରରୁ ଭଦ୍ରକ ଅଭିମୁଖେ (ଓଡ଼ି -୦୪-ଏନ -୧୩୨୦) ନମ୍ବର ବିଶିଷ୍ଟ ଏକ ଫଳ ବୋଝେଇ ମହିନ୍ଦ୍ରା ମିନି ଟ୍ରକ ଯାଉଥିବା ବେଳେ ବାଣପୁର-ବାଲୁଗାଁ ବାଇପାସ ବ୍ରାହ୍ମଣକୁଶଡିହ ଛକ ନିକଟରେ ଗାଡିଟି ଖରାପ ହୋଇଯାଇଥିଲା। ତେବେ ଖରାପ ହେବାର ଦଶ ମିନିଟ ମଧ୍ୟରେ ଉକ୍ତ ଗାଡିକୁ ପୂର୍ବରୁ ପିଛା କରୁଥିବା ଏକ ନମ୍ବର ବିହୀନ ହଳଦିଆ ରଙ୍ଗର ଟାଟା ଏସି ଗାଡ଼ିରେ ୮ ଜଣ ଦୁର୍ବୁତ୍ତ ଆସି ଫଳ ବୋଝେଇ ଗାଡ଼ି ଚାଳକ ଅରକ୍ଷିତ ସାହୁ(୨୭) ଏବଂ ସହଯୋଗୀ ମାନସ ରାଉତ(୨୫) ଙ୍କୁ ବନ୍ଧୁକ ଦେଖାଇବା ସହ ଛୁରାରେ ଆକ୍ରମଣ ମଧ୍ୟ କରିଥିଲେ ଯାହାଦ୍ୱାରା ଗାଡ଼ି ଚାଳକ ଆହତ ହୋଇଥିଲେ।

ତେବେ ଉଭୟ ଗାଡ଼ିଚାଳକ ଓ ସହଯୋଗୀଙ୍କ ଠାରୁ ଦୁର୍ବୁତ୍ତମାନେ ଦୁଇ ଗୋଟି ମୋବାଇଲ, ଗୋଟେ ରୁପା ବ୍ରେସଲେଟ ଏବଂ ଦୁଇ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଙ୍ଗ ଟିମ ଏସପିଓ ବିଜୟ ବଳିୟାରସିଂହ ପହଁଚି ଉଭୟ ଗାଡ଼ିଚାଳକ ଓ ସହଯୋଗୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଥାନାରେ ଏ ନେଇ ସୂଚନା ଦେଇଛନ୍ତି। ସେମାନେ ହକି ଷ୍ଟିକ, ପଥର, ଭୁଜାଲି ଆଦି ଗାଡ଼ିରେ ରଖିଥିବାର ଅରକ୍ଷିତ କହିଛନ୍ତି। ତେବେ ପାଟ୍ରୋଲିଙ୍ଗ ଟିମ ଦୁର୍ବୁତ୍ତ ମାନଙ୍କ ପିଛା କରିଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ ସଫଳ ହୋଇପାରିନଥିଲେ।

ବନ୍ଧୁକ ଦେଖାଇ ଲୁଟ୍ ବାଣପୁର-ବାଲୁଗାଁ ବାଇପାସ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026
Latest News

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.