Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବନ୍ଧୁକ ମୁନରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଅଭିଯୋଗ: ବାଲୁଗାଁ ପୋଲିସର ତଦନ୍ତ ଜାରି
ଅପରାଧ

ବନ୍ଧୁକ ମୁନରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଅଭିଯୋଗ: ବାଲୁଗାଁ ପୋଲିସର ତଦନ୍ତ ଜାରି

September 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବଡ଼କୁଳ ନିକଟରେ ଆଜି ଅପରାହ୍ନରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବନ୍ଧୁକ ଦେଖାଇ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ପୁରୀ ଜିଲ୍ଲା କଣାସ ଅଞ୍ଚଳର ଲିପୁନ ପାଟଶାଣୀ ଭାରତ ଫାଇନାନ୍ସ କମ୍ପାନୀ, ବାଲୁଗାଁ ଶାଖାରେ କାର୍ଯ୍ୟରତ ଥିଲେ। ଆଜି ଅପରାହ୍ନ ସାଢେ ତିନି ଘଟିକା ସମୟରେ ଲିପୁନ ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ ଗ୍ରାମରୁ ୩୮ ହଜାର ୮ ସହ ୯୯ ଟଙ୍କା ଗ୍ରୁପ ଟଙ୍କା କଲେକ୍ସନ କରି ଫେରୁଥିଲେ। କିନ୍ତୁ ବଡ଼କୁଳ ଓଭରବ୍ରିଜ ନିକଟରେ ହଠାତ ଏକ ନାଲି ରଙ୍ଗର ପଲସର ବାଇକରେ ତିନି ଜଣ ଯୁବକ ପଛପଟୁ ଆସି ଲିପୁନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଲିପୁନଙ୍କ ଠାରୁ ଲୁଟେରାମାନେ ସମସ୍ତ ଟଙ୍କା ଲୁଟିନେବା ସହ ତାଙ୍କ ନିକଟରୁ ଏକ ଟ୍ୟାବଲେଟ, ବାଇଓ ମାଟ୍ରିକ ଯନ୍ତ୍ର, ଭୋଟର କାର୍ଡ ଏବଂ ଆରସି ବହି ମଧ୍ୟ ଲୁଟି ବାଣପୁର ଆଡକୁ ଫେରାର ହୋଇଯାଇଥିଲେ।

ତେବେ ଲିପୁନ ସଙ୍ଗେସଙ୍ଗେ ଏ ନେଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ ଯୋଗେ ଜଣାଇବାରୁ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଂ ଏସପିଓ ଦୀପକ ଦାସ ତୁରନ୍ତ ପହଁଚି ଲିପୁନଙ୍କୁ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରାଇଥିଲେ। ତେବେ ଏ ସମ୍ପର୍କରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କୁ ପଚାରିବାରୁ ଉକ୍ତ ଘଟଣା ଘଟିଥିବାର କହିଥିବାବେଳେ କିନ୍ତୁ ଏଯାବତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବାର କହିଛନ୍ତି। ତଥାପି ପୋଲିସ ନିଜଆଡୁ ତଦନ୍ତ ଜାରିରଖିଥିବାର ଆଇଆଇସି କହିଛନ୍ତି।

ତଦନ୍ତ ଜାରି ବନ୍ଧୁକ ମୁନରେ ବାଲୁଗାଁ ପୋଲିସ ଲୁଟ୍ ଅଭିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

‘ପିଏମ୍ – ଭିବିଆରୱାଇ’: ପ୍ରାୟ ୨,୪୦୦ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

June 17, 2026

ଜି-୭ ଶିଖର ସମ୍ମିଳନୀ ଅବସରରେ ଏଭିଆନ୍‌ରେ ଜର୍ମାନ ଚାନ୍‌ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 17, 2026

ବସୁମତି ସ୍ନାନରେ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ

June 17, 2026

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

June 17, 2026
Latest News

‘ପିଏମ୍ – ଭିବିଆରୱାଇ’: ପ୍ରାୟ ୨,୪୦୦ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

June 17, 2026

ଜି-୭ ଶିଖର ସମ୍ମିଳନୀ ଅବସରରେ ଏଭିଆନ୍‌ରେ ଜର୍ମାନ ଚାନ୍‌ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 17, 2026

ବସୁମତି ସ୍ନାନରେ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ

June 17, 2026

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

June 17, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ ହେଲା ଟ୍ରେନ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.