Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜନ୍ତୁ ଶିକାର ବେଳେ ଧରିଲା ବନବିଭାଗ: ୨ ଟି ବନ୍ଧୁକ ସହ ୫ ଶିକାରୀ ଗିରଫ
ଅପରାଧ

ଜନ୍ତୁ ଶିକାର ବେଳେ ଧରିଲା ବନବିଭାଗ: ୨ ଟି ବନ୍ଧୁକ ସହ ୫ ଶିକାରୀ ଗିରଫ

October 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବନାଂଚଳରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଜନ୍ତୁମାନଙ୍କୁ ଶିକାର କରିବା ପାଇଁ ଚୋରା ବନ୍ଧୁକ ଧରି ରାତିରେ ଶିକାରୀମାନେ ବୁଲୁଥିବାର ନଜିର ରହିଛି। ଗତକାଲି ରାତିରେ ନାକଟିଦେଉଳ ବନାଂଚଳ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଅବାଧରେ ୫ ଜଣ ଶିକାରୀ ଚୋରା ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଥିବାର ବନ ବିଭାଗ ଖବର ପାଇ ସେମାନଙ୍କୁ ଧରିବାରେ ସଫଳ ହୋଇଛି।

ନାକଟିଦେଉଳ ବନାଂଚଳର ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କ ଠାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳ ଅଂଚଳର କେତେଜଣ ଯୁବକ ଜନ୍ତୁ ଶିକାର ପାଇଁ ଖୋଲଗଡ ସଂରକ୍ଷିତ କାଉଁଶିପାଳ ଗ୍ରାମରେ ଥିବା ଜଙ୍ଗଲକୁ ଯାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ସେଇ ଜଙ୍ଗଲକୁ ଯାଇ ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୨ ଟି ଦେଶୀ ବନ୍ଧୁକ, ଦୁଇଟି ମୋଟର ସାଇକେଲ ଏବଂ ଏକ ମୁଶା ଜାତୀୟ ଜନ୍ତୁକୁ ଜବତ କରିବାରେ ସଫଳ ହୋଇଥିଲା। ସେମାନଙ୍କୁ ବନ ବିଭାଗ ଅଟକ ରଖିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିଥିଲା। ବନବିଭାଗ ଜନ୍ତୁ ଶିକାର ତଥା ବନ୍ଧୁକ ରଖିବା ଅଭିଯୋଗରେ ସିମିିଳିପାଳ , ବନ୍ଧୁପାଲି ଓ କାଦୋବାହାଳି ଅଂଚଳର ସୁମନ୍ତ ମାଝୀ, ଆର୍ତ୍ତ ଦେହୁରି, ଜିତେନ୍ଦ୍ର ସାହୁ, ମଦନ ସାହୁ ଓ ନରେନ୍ଦ୍ର ସାହୁଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ୍ ନାମଞୁର ହେବାରୁ ସେମାନଙ୍କୁ ଜେଲ୍ ହାଜକୁ ପଠାଇଦେଇଥିବା ଜଣା ପଡିଛି।

ଦିନକୁ ଦିନ ଏ ଅଂଚଳରେ ଅବାଧରେ ଜନ୍ତୁ ଶିକାର ଚାଲିଥିଲେ ମଧ୍ୟ ବନ ବିଭାଗ ଏ ସଂପର୍କରେ ଖବର କିଛି ପାଇ ପାରି ନଥିବାରୁ ଏଇ ବନ୍ଧୁକ ଧାରି ଜନ୍ତୁ ଶିକାରୀମାନଙ୍କୁ ଧରିବାରେ ବିଫଳ ହେଉଥିଲା। ଗତକାଲି ରାତିରେ ବନ ବିଭାଗ ଏକ ବଡ ସଫଳତା ପାଇ ଥିବାରୁ ସବୁଠି ପ୍ରଶଂସାର ପାତ୍ର ହୋଇଛନ୍ତି। ଏହି ଚଢଉରେ ବନପାଳ ସଞୟ କୁମାର ସାହୁ , ରଞନ କୁମାର ନାଏକ ଫରେଷ୍ଟଗାର୍ଡ, ରେବତୀ ପ୍ରଧାନ ଫରେଷ୍ଟ ଗାର୍ଡ ପ୍ରମୁଖ ସାମିଲ୍ ହୋଇଥିଲେ।

ଜନ୍ତୁ ଶିକାର ନାକଟିଦେଉଳ ବନାଂଚଳ ଶିକାରୀ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Latest News

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.