Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଇଲ୍ ଜଙ୍ଗଲରେ ବୋମା ବିଛାଇ ଜନ୍ତୁ ଶିକାର: ୧୩ ହାତ ତିଆରି ବୋମା ସହ ୩ ଗିରଫ

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଂଚଳ ରାଇଲ୍ ଗ୍ରାମରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରିବାକୁ ଉଦ୍ୟମ କରୁଥିବା ବେଳେ ବନବିଭାଗ ହାତରେ ସମ୍ବଲପୁର ଜିଲାର ଜଣେ ଏବଂ ଅନୁଗୋଳ ଜିଲ୍ଲାର ୨ ଜଣ ଅଭିଯୁକ୍ତକୁ ବନବିଭାଗ ଧରିବାରେ ସଫଳ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ୬.୩୦ ମିନିଟରେ ନାକଟିଦେଉଳ ରେଞ ରାଇଲ୍ ଗ୍ରାମ ନିକଟସ୍ଥ ଜଙ୍ଗଲରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ କୌଣସି  ସୂତ୍ରରୁ ଖବର ପାଇ  ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି। ରାଇଲ ଗ୍ରାମର  ଅଭିଯୁକ୍ତ ରମେଶ ଦେହୁରୀ(୩୭)ଙ୍କ ପାଖରୁ ୧୩ ଟି ଅଫୁଟା ହାତ ତିଆରି ବୋମା ବନବିଭାଗ ଜବତ କରିବା ସହ ଏଥିରେ ସଂପୃକ୍ତି ଥିବା ଅନୁଗୋଳ ଜିଲ୍ଲା  ଛେଣ୍ଡିପଦା ଥାନା ମାରୁଢିପ ଗ୍ରାମର ଭ୍ରମରବର ସେଠୀ(୪୭) ଏବଂ ସେଇ ମାରୁଢିପ ଗ୍ରାମର ବରୁଣ ନାଏକ (୩୭)କୁ ଗିରଫ କରିଛି। ଏହି ଅଭିଯୁକ୍ତ ମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି। ଏହି ଚଢଉରେ ଫରେଷ୍ଟର ସ୍ୱପ୍ନେଶ୍ୱର ଦେହୁରୀ, ଫରେଷ୍ଟ ଗାର୍ଡ ଗୋବିନ୍ଦ ମାଝୀ ତଥା ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ।

ସୂଚନା ଥାଉକି , ଗତ କିଛି ଦିନ ତଳେ ନାକଟିଦେଉଳ ବନାଂଚଳରେ ଅବାଧରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରୁଥିବା ବେଳେ ନାକଟିଦେଉଳ ବନବିଭାଗ ଏହି କାର୍ଯ୍ୟରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିବା ସହ ୧୬ ଟି ହାତ ତିଆରି ବୋମା ଜବତ କରିଥିଲା ଏଥି ସହ ଗୋଟିଏ ବୋମା ଫୁଟି ଗୋଟିଏ କୁକୁରର ମୁହଁ ଉଡି ଯାଇଥିଲା।  ନାକଟିଦେଉଳ ରେଞ ଅଧିନସ୍ଥ ଘୋଷରାମାଳ ଲୁସୁରା ନିକଟସ୍ଥ ଲମ୍ପାଫୁଲି ଡିପିଏଫ୍ ନିକଟରେ ବାରହା ଶିକାର କରିବା ପାଇଁ ପଥୁରିଆ ଗ୍ରାମର  ସୁଦାମ ସାହୁ (୫୫), ଶିମିଳିପାଳ ଗ୍ରାମର ସୁଦ୍ର ସାହୁ (୫୭) ହାତ ତିଆରି ବୋମା ବିଚ୍ଛାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବୋମା ବିଚ୍ଛାଇଥିବା ସ୍ଥାନକୁ ରାତିରେ ଯାଇ ଚଢଉ କରିଥିଲା। ଜଙ୍ଗଲରୁ ବନବିଭାଗ ଅଫୁଟା ୧୩ ଟି ହାତ ତିଆରି ବୋମା ଜବତ କରିବା ସହ ଏହି ବ୍ୟକ୍ତିମାନଙ୍କୁ ଧରିଥିଲା। ବୋମା ଫୁଟି ଯିବାରୁ କୁକୁରର ମୁହଁ ସଂପୂର୍ଣ ଉଡିଯାଇଥିଲା।

ବନବିଭାଗ ବହୁ ସମୟ ଧରି ପଚରାଉଚୁରା କରି ସେମାନଙ୍କୁ ବୋମା  ଯୋଗାଉଥିବା ରିଆମାଳ ଥାନା ରାମପାଲି ଗ୍ରାମର ପରମାନନ୍ଦ ବେହେରାଙ୍କୁ(୫୨) ବନବିଭାଗ ଗିରଫ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍ଗଲରେ ବୋମା ବିଛାଇ କରୁଥିଲେ ଜନ୍ତୁ ଶିକାର, ୧୬ ହାତ ତିଆରି ବୋମା ସହ ୩ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ବନାଂଚଳରେ ଅବାଧରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରୁଥିବା ବେଳେ ନାକଟିଦେଉଳ ବନବିଭାଗ ଏହି କାର୍ଯ୍ୟରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିବା ସହ ୧୬ ଟି ହାତ ତିଆରି ବୋମା ଜବତ କରିଛି। ଏଥି ସହ ଗୋଟିଏ ବୋମା ଫୁଟି ଗୋଟିଏ କୁକୁରର ମୁହଁ ଉଡି ଯାଇଥିବା ଜଣା ପଡିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ ଅଧିନସ୍ଥ ଘୋଷରାମାଳ ଲୁସୁରା ନିକଟସ୍ଥ ଲମ୍ପାଫୁଲି ଡିପିଏଫ୍ ନିକଟରେ ବାରହା ଶିକାର କରିବା ପାଇଁ ପଥୁରିଆ ଗ୍ରାମର ସୁଦାମ ସାହୁ (୫୫), ଶିମିଳିପାଳ ଗ୍ରାମର ସୁଦ୍ର ସାହୁ (୫୭) ହାତ ତିଆରି ବୋମା ବିଚ୍ଛାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବୋମା ବିଚ୍ଛାଇଥିବା ସ୍ଥାନକୁ ରାତିରେ ଯାଇ ଚଢାଉ କରିଥିଲା। ଜଙ୍ଗଲରୁ ବନବିଭାଗ ଅଫୁଟା ୧୩ ଟି ହାତ ତିଆରି ବୋମା ଜବତ କରିବା ସହ ଏହି ବ୍ୟକ୍ତିମାନଙ୍କୁ ଧରିଥିଲା।

ଜନ୍ତୁ ଶିକାର ପାଇଁ ଏହି ବ୍ୟକ୍ତିମାନେ ବୋମା ଉପରେ କିଛି କୁକୁଡା ଛାଲ ଦେଇଥିଲେ। କୁକୁରଟି ସେଇ କୁକୁଡା ଛାଲ ଖାଇବା ପାଇଁ ଯାଇଥିଲା। ବୋମା ଫୁଟି ଯିବାରୁ କୁକୁରର ମୁହଁ ସଂପୂର୍ଣ୍ଣ ଉଡିଯାଇଥିବା ଜଣାପଡିଛି। ଏହି ବ୍ୟକ୍ତିମାନେ ବାରମ୍ବାର ଏହି କାମରେ ଲିପ୍ତ ଥିବା ବନବିଭାଗ ପ୍ରକାଶ କରିଛି। ଏହି ବ୍ୟକ୍ତିମାନେ ବିଚ୍ଛାଇଥିବା ବୋମା ଖାଇ ବହୁ ସମୟରେ ବାରହା ମାନେ ମୃତ୍ୟୁ ବରଣ କରିଛନ୍ତି। ଅଭିଯୁକ୍ତମାନେ ବୋମା ପକାଇ ଘରକୁ ପଳାଇ ଆସୁଥିବାରୁ ଅନ୍ୟ ବ୍ୟକ୍ତିମାନେ ବାରହାକୁ ପାଇଥାନ୍ତି ଏବଂ ମାଂସକୁ ବିକ୍ରି କରିଥାନ୍ତି।

ବହୁ ଦିନ ଧରି ଏହି ବ୍ୟକ୍ତିମାନେ ବାରହାକୁ ନ ପାଇବାରୁ ଜଙ୍ଗଲରେ ହିଁ ଜଗି ରହିଥିଲେ ବୋଲି ଜଣା ପଡିଛି। ହେଲେ ସେ ଦିନ ବନବିଭାଗ ହାତରେ ଏମାନେ ଧରାପଡି ଯାଇଥିଲେ। ସେମାନଙ୍କୁ ବନବିଭାଗ ବହୁ ସମୟ ଧରି ପଚରାଉଚୁରା କରି ସେମାନଙ୍କୁ ବୋମା ଯୋଗାଉଥିବା ରିଆମାଳ ଥାନା ରାମପାଲି ଗ୍ରାମର ପରମାନନ୍ଦ ବେହେରାଙ୍କୁ (୫୨) ବନବିଭାଗ ଗିରଫ କରିଛି। ରିଆମାଳ ବନବିଭାଗ ଓ ନାକଟିଦେଉଳ ବନବିଭାଗ ମିଳିତ ଭାବରେ ପରମାନନ୍ଦଙ୍କ ଘରେ ଚଢଉ କରିଥିଲେ। ପରମାନନ୍ଦଙ୍କ ଘରୁ ବନବିଭାଗ ୩ ଟି ଅଫୁଟା ହାତ ତିଆରି ବୋମା ଜବତ ମଧ୍ୟ କରିଛି। ପରମାନନ୍ଦ ଏହି ବ୍ୟକ୍ତିମାନଙ୍କୁ ହାତ ତିଆରି ବୋମା ଯୋଗାଇ ଆସୁଥିଲା ବୋଲି ବନବିଭାଗ କହିଛି।

ଆଜି ବନବିଭାଗ ଏହି ଅପରାଧି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏହି ଚଢଉରେ ଫରେଷ୍ଟର ଠାକୁର ଚରଣ ପ୍ରଧାନ, ରତନୀ ଦେହୁରୀ ଫରେଷ୍ଟଗାର୍ଡ ତଥା ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜନ୍ତୁ ଶିକାର ଅଭିଯୋଗରେ ୨ ଗିରଫ, ଦେଶୀ ବନ୍ଧୁକ ସହ ୨୦ କେଜି ସମ୍ବର ମାଂସ ଜବତ

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ରେଢାଖୋଲ ବନଖଣ୍ଡରେ ଅବାଧରେ ଜନ୍ତୁ ଶିକାର ଚାଲିଛି। ବନବିଭାଗ ଜନ୍ତୁ ଶିକାରୀମାନଙ୍କୁ ଗିରଫ କରିଦେଲା ପରେ କାମ ସରିଲା। ଜାମିନ୍ ରେ ସେମାନେ ଆସିଲା ପରେ ଶିକାରୀମାନେ ନିର୍ଭୟରେ ପୁଣି ଜନ୍ତୁ ଶିକାର କରିବା କାମରେ ଲାଗିପଡୁଛନ୍ତି। ବନବିଭାଗ, ଥାନା ଆଦିକୁ ସେମାନଙ୍କର ଟିକିଏ ବି ଭୟ ନାହିଁ। ଯା’ ଫଳରେ ଜନ୍ତୁ ଶିକାର କରିବା ନିତ୍ୟନୈମିତିକ ଘଟଣା ହୋଇଗଲାଣି।

ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧିନସ୍ଥ ବନ୍ତଲେଇ ଗ୍ରାମ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରୁ ସମ୍ବର ମାରି ତାର ମାଂସ ବିକ୍ରି କରିବା ପାଇଁ ୨ ଜଣ ଯୁବକ ଏକ ମୋଟର ସାଇକେଲରେ ନେଉଥିବା ବେଳେ ବନବିଭାଗ ହାତରେ ଧରାପଡି ଜେଲ୍ ଯିବା ଘଟଣା ଘଟିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜର ବନ୍ତଲେଇ ଗ୍ରାମର ରାଜେଶ ସ୍ୱାଇଁ ଏବଂ ଅଭିମନ୍ୟୁ ଗିରି ଲଣ୍ଡାକୋର୍ଟ ଜଙ୍ଗଲରୁ ସମ୍ବର ମାରି ତାରମାଂସ ବିର୍କି କରିବା ପାଇଁ ୧୯ ଜେ ୧୦୮୪ ନମ୍ବର ଥିବା ଏକ ବାଇକରେ ହେଲେଇ ଗ୍ରାମକୁ ଯାଉଥିବା ବେଳେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଧରିଥିଲେ। ସେମାନଙ୍କ ପାଖରୁ ୨୦ କେଜି ସମ୍ବର ମାଂସ , ଏକ ବାଇକ୍ ଏବଂ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିଲା।

ଏହି ଚଢଉରେ ଚାରମାଳ ରେଞର ଦର୍ଶନିଆ ଭୋଇ , ଫରେଷ୍ଟର , ପ୍ରବଣ କୁମାର ସାହୁ , ବିଜୟ କୁମାର ବିଶ୍ୱାଳ ସାମିଲ୍ ହୋଇଥିଲେ। ଆଜି ଏହି ଶିକାରୀ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପ୍ରକାଶ କରିଛି। ଜବତ ମାଂସକୁ ମାଟିରେ ପୋତି ଦିଆଯାଇଥିବା ଜଣା ପଡିଛ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜନ୍ତୁ ଶିକାର ବେଳେ ଧରିଲା ବନବିଭାଗ: ୨ ଟି ବନ୍ଧୁକ ସହ ୫ ଶିକାରୀ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବନାଂଚଳରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଜନ୍ତୁମାନଙ୍କୁ ଶିକାର କରିବା ପାଇଁ ଚୋରା ବନ୍ଧୁକ ଧରି ରାତିରେ ଶିକାରୀମାନେ ବୁଲୁଥିବାର ନଜିର ରହିଛି। ଗତକାଲି ରାତିରେ ନାକଟିଦେଉଳ ବନାଂଚଳ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଅବାଧରେ ୫ ଜଣ ଶିକାରୀ ଚୋରା ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଥିବାର ବନ ବିଭାଗ ଖବର ପାଇ ସେମାନଙ୍କୁ ଧରିବାରେ ସଫଳ ହୋଇଛି।

ନାକଟିଦେଉଳ ବନାଂଚଳର ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କ ଠାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳ ଅଂଚଳର କେତେଜଣ ଯୁବକ ଜନ୍ତୁ ଶିକାର ପାଇଁ ଖୋଲଗଡ ସଂରକ୍ଷିତ କାଉଁଶିପାଳ ଗ୍ରାମରେ ଥିବା ଜଙ୍ଗଲକୁ ଯାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ସେଇ ଜଙ୍ଗଲକୁ ଯାଇ ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୨ ଟି ଦେଶୀ ବନ୍ଧୁକ, ଦୁଇଟି ମୋଟର ସାଇକେଲ ଏବଂ ଏକ ମୁଶା ଜାତୀୟ ଜନ୍ତୁକୁ ଜବତ କରିବାରେ ସଫଳ ହୋଇଥିଲା। ସେମାନଙ୍କୁ ବନ ବିଭାଗ ଅଟକ ରଖିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିଥିଲା। ବନବିଭାଗ ଜନ୍ତୁ ଶିକାର ତଥା ବନ୍ଧୁକ ରଖିବା ଅଭିଯୋଗରେ ସିମିିଳିପାଳ , ବନ୍ଧୁପାଲି ଓ କାଦୋବାହାଳି ଅଂଚଳର ସୁମନ୍ତ ମାଝୀ, ଆର୍ତ୍ତ ଦେହୁରି, ଜିତେନ୍ଦ୍ର ସାହୁ, ମଦନ ସାହୁ ଓ ନରେନ୍ଦ୍ର ସାହୁଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ୍ ନାମଞୁର ହେବାରୁ ସେମାନଙ୍କୁ ଜେଲ୍ ହାଜକୁ ପଠାଇଦେଇଥିବା ଜଣା ପଡିଛି।

ଦିନକୁ ଦିନ ଏ ଅଂଚଳରେ ଅବାଧରେ ଜନ୍ତୁ ଶିକାର ଚାଲିଥିଲେ ମଧ୍ୟ ବନ ବିଭାଗ ଏ ସଂପର୍କରେ ଖବର କିଛି ପାଇ ପାରି ନଥିବାରୁ ଏଇ ବନ୍ଧୁକ ଧାରି ଜନ୍ତୁ ଶିକାରୀମାନଙ୍କୁ ଧରିବାରେ ବିଫଳ ହେଉଥିଲା। ଗତକାଲି ରାତିରେ ବନ ବିଭାଗ ଏକ ବଡ ସଫଳତା ପାଇ ଥିବାରୁ ସବୁଠି ପ୍ରଶଂସାର ପାତ୍ର ହୋଇଛନ୍ତି। ଏହି ଚଢଉରେ ବନପାଳ ସଞୟ କୁମାର ସାହୁ , ରଞନ କୁମାର ନାଏକ ଫରେଷ୍ଟଗାର୍ଡ, ରେବତୀ ପ୍ରଧାନ ଫରେଷ୍ଟ ଗାର୍ଡ ପ୍ରମୁଖ ସାମିଲ୍ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜନ୍ତୁ ଶିକାର ଅଭିଯୋଗରେ ୩ ଅଟକ

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ଅଂଚଳରେ ଜନ୍ତୁ ଶିକାର ଚାଲିଥିବା ଅଭିଯୋଗ ହେଉଛି। ବହୁ ଗ୍ରାମରେ ଶିକାରୀମାନେ ବିଦ୍ୟୁତ ତାର ବିଛାଇ କିମ୍ବା ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଥିଲେ ମଧ୍ୟ ବନ ବିଭାଗ ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାନ୍ତି। ଯା’ ଫଳରେ ବନ ବିଭାଗକୁ ମୁଣ୍ଡବ୍ୟଥାର କାରଣ ହୋଇଛି।

ନାକଟିଦେଉଳ ବ୍ଲକ୍ କିସିଣ୍ଡା ରେଞ ଅଧିନସ୍ଥ ଜେମାଜୁରୀ ଗାଁ ନିକଟସ୍ଥ କେନ୍ଦୁମୁଣ୍ଡାଠାରେ ଶିକାରୀମାନେ ଜନ୍ତୁ ଶିକାରପାଇଁ ବିଦ୍ୟୁତ୍ ତାର ବିଛାଉଥିବାର ବନ ବିଭାଗ ଖବର ପାଇ ଚଢଉ କରି ୩ ଜଣଙ୍କୁ ଅଟକ ରଖିଥିବା ଖବର ହସ୍ତଗତ ହୋଇଛି। ଅଟକ ମାନେ ହେଲେ ଜେମାଜୋରୀ ଗ୍ରାମର ଭାବଗ୍ରାହୀ କିସାନ୍‌, ଚରଣ କିସାନ୍ ଓ ଶରତ କିସାନ। ଏମାନେ ସମସ୍ତେ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଛି। ଆହୁରି ତଥ୍ୟ ହାସଲ ପାଇଁ ବନ ବିଭାଗ ତଦନ୍ତ କରୁଛି।