ରାଇଲ୍ ଜଙ୍ଗଲରେ ବୋମା ବିଛାଇ ଜନ୍ତୁ ଶିକାର: ୧୩ ହାତ ତିଆରି ବୋମା ସହ ୩ ଗିରଫ

Published: Nov 11, 2022, 10:06 pm IST

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଂଚଳ ରାଇଲ୍ ଗ୍ରାମରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରିବାକୁ ଉଦ୍ୟମ କରୁଥିବା ବେଳେ ବନବିଭାଗ ହାତରେ ସମ୍ବଲପୁର ଜିଲାର ଜଣେ ଏବଂ ଅନୁଗୋଳ ଜିଲ୍ଲାର ୨ ଜଣ ଅଭିଯୁକ୍ତକୁ ବନବିଭାଗ ଧରିବାରେ ସଫଳ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ୬.୩୦ ମିନିଟରେ ନାକଟିଦେଉଳ ରେଞ ରାଇଲ୍ ଗ୍ରାମ ନିକଟସ୍ଥ ଜଙ୍ଗଲରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ କୌଣସି  ସୂତ୍ରରୁ ଖବର ପାଇ  ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି। ରାଇଲ ଗ୍ରାମର  ଅଭିଯୁକ୍ତ ରମେଶ ଦେହୁରୀ(୩୭)ଙ୍କ ପାଖରୁ ୧୩ ଟି ଅଫୁଟା ହାତ ତିଆରି ବୋମା ବନବିଭାଗ ଜବତ କରିବା ସହ ଏଥିରେ ସଂପୃକ୍ତି ଥିବା ଅନୁଗୋଳ ଜିଲ୍ଲା  ଛେଣ୍ଡିପଦା ଥାନା ମାରୁଢିପ ଗ୍ରାମର ଭ୍ରମରବର ସେଠୀ(୪୭) ଏବଂ ସେଇ ମାରୁଢିପ ଗ୍ରାମର ବରୁଣ ନାଏକ (୩୭)କୁ ଗିରଫ କରିଛି। ଏହି ଅଭିଯୁକ୍ତ ମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି। ଏହି ଚଢଉରେ ଫରେଷ୍ଟର ସ୍ୱପ୍ନେଶ୍ୱର ଦେହୁରୀ, ଫରେଷ୍ଟ ଗାର୍ଡ ଗୋବିନ୍ଦ ମାଝୀ ତଥା ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ।

ସୂଚନା ଥାଉକି , ଗତ କିଛି ଦିନ ତଳେ ନାକଟିଦେଉଳ ବନାଂଚଳରେ ଅବାଧରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରୁଥିବା ବେଳେ ନାକଟିଦେଉଳ ବନବିଭାଗ ଏହି କାର୍ଯ୍ୟରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିବା ସହ ୧୬ ଟି ହାତ ତିଆରି ବୋମା ଜବତ କରିଥିଲା ଏଥି ସହ ଗୋଟିଏ ବୋମା ଫୁଟି ଗୋଟିଏ କୁକୁରର ମୁହଁ ଉଡି ଯାଇଥିଲା।  ନାକଟିଦେଉଳ ରେଞ ଅଧିନସ୍ଥ ଘୋଷରାମାଳ ଲୁସୁରା ନିକଟସ୍ଥ ଲମ୍ପାଫୁଲି ଡିପିଏଫ୍ ନିକଟରେ ବାରହା ଶିକାର କରିବା ପାଇଁ ପଥୁରିଆ ଗ୍ରାମର  ସୁଦାମ ସାହୁ (୫୫), ଶିମିଳିପାଳ ଗ୍ରାମର ସୁଦ୍ର ସାହୁ (୫୭) ହାତ ତିଆରି ବୋମା ବିଚ୍ଛାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବୋମା ବିଚ୍ଛାଇଥିବା ସ୍ଥାନକୁ ରାତିରେ ଯାଇ ଚଢଉ କରିଥିଲା। ଜଙ୍ଗଲରୁ ବନବିଭାଗ ଅଫୁଟା ୧୩ ଟି ହାତ ତିଆରି ବୋମା ଜବତ କରିବା ସହ ଏହି ବ୍ୟକ୍ତିମାନଙ୍କୁ ଧରିଥିଲା। ବୋମା ଫୁଟି ଯିବାରୁ କୁକୁରର ମୁହଁ ସଂପୂର୍ଣ ଉଡିଯାଇଥିଲା।

ବନବିଭାଗ ବହୁ ସମୟ ଧରି ପଚରାଉଚୁରା କରି ସେମାନଙ୍କୁ ବୋମା  ଯୋଗାଉଥିବା ରିଆମାଳ ଥାନା ରାମପାଲି ଗ୍ରାମର ପରମାନନ୍ଦ ବେହେରାଙ୍କୁ(୫୨) ବନବିଭାଗ ଗିରଫ କରିଥିଲା।

Related posts