Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜଙ୍ଗଲରେ ବୋମା ବିଛାଇ କରୁଥିଲେ ଜନ୍ତୁ ଶିକାର, ୧୬ ହାତ ତିଆରି ବୋମା ସହ ୩ ଗିରଫ
ଅପରାଧ

ଜଙ୍ଗଲରେ ବୋମା ବିଛାଇ କରୁଥିଲେ ଜନ୍ତୁ ଶିକାର, ୧୬ ହାତ ତିଆରି ବୋମା ସହ ୩ ଗିରଫ

November 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ବନାଂଚଳରେ ଅବାଧରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରୁଥିବା ବେଳେ ନାକଟିଦେଉଳ ବନବିଭାଗ ଏହି କାର୍ଯ୍ୟରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିବା ସହ ୧୬ ଟି ହାତ ତିଆରି ବୋମା ଜବତ କରିଛି। ଏଥି ସହ ଗୋଟିଏ ବୋମା ଫୁଟି ଗୋଟିଏ କୁକୁରର ମୁହଁ ଉଡି ଯାଇଥିବା ଜଣା ପଡିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ ଅଧିନସ୍ଥ ଘୋଷରାମାଳ ଲୁସୁରା ନିକଟସ୍ଥ ଲମ୍ପାଫୁଲି ଡିପିଏଫ୍ ନିକଟରେ ବାରହା ଶିକାର କରିବା ପାଇଁ ପଥୁରିଆ ଗ୍ରାମର ସୁଦାମ ସାହୁ (୫୫), ଶିମିଳିପାଳ ଗ୍ରାମର ସୁଦ୍ର ସାହୁ (୫୭) ହାତ ତିଆରି ବୋମା ବିଚ୍ଛାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବୋମା ବିଚ୍ଛାଇଥିବା ସ୍ଥାନକୁ ରାତିରେ ଯାଇ ଚଢାଉ କରିଥିଲା। ଜଙ୍ଗଲରୁ ବନବିଭାଗ ଅଫୁଟା ୧୩ ଟି ହାତ ତିଆରି ବୋମା ଜବତ କରିବା ସହ ଏହି ବ୍ୟକ୍ତିମାନଙ୍କୁ ଧରିଥିଲା।

ଜନ୍ତୁ ଶିକାର ପାଇଁ ଏହି ବ୍ୟକ୍ତିମାନେ ବୋମା ଉପରେ କିଛି କୁକୁଡା ଛାଲ ଦେଇଥିଲେ। କୁକୁରଟି ସେଇ କୁକୁଡା ଛାଲ ଖାଇବା ପାଇଁ ଯାଇଥିଲା। ବୋମା ଫୁଟି ଯିବାରୁ କୁକୁରର ମୁହଁ ସଂପୂର୍ଣ୍ଣ ଉଡିଯାଇଥିବା ଜଣାପଡିଛି। ଏହି ବ୍ୟକ୍ତିମାନେ ବାରମ୍ବାର ଏହି କାମରେ ଲିପ୍ତ ଥିବା ବନବିଭାଗ ପ୍ରକାଶ କରିଛି। ଏହି ବ୍ୟକ୍ତିମାନେ ବିଚ୍ଛାଇଥିବା ବୋମା ଖାଇ ବହୁ ସମୟରେ ବାରହା ମାନେ ମୃତ୍ୟୁ ବରଣ କରିଛନ୍ତି। ଅଭିଯୁକ୍ତମାନେ ବୋମା ପକାଇ ଘରକୁ ପଳାଇ ଆସୁଥିବାରୁ ଅନ୍ୟ ବ୍ୟକ୍ତିମାନେ ବାରହାକୁ ପାଇଥାନ୍ତି ଏବଂ ମାଂସକୁ ବିକ୍ରି କରିଥାନ୍ତି।

ବହୁ ଦିନ ଧରି ଏହି ବ୍ୟକ୍ତିମାନେ ବାରହାକୁ ନ ପାଇବାରୁ ଜଙ୍ଗଲରେ ହିଁ ଜଗି ରହିଥିଲେ ବୋଲି ଜଣା ପଡିଛି। ହେଲେ ସେ ଦିନ ବନବିଭାଗ ହାତରେ ଏମାନେ ଧରାପଡି ଯାଇଥିଲେ। ସେମାନଙ୍କୁ ବନବିଭାଗ ବହୁ ସମୟ ଧରି ପଚରାଉଚୁରା କରି ସେମାନଙ୍କୁ ବୋମା ଯୋଗାଉଥିବା ରିଆମାଳ ଥାନା ରାମପାଲି ଗ୍ରାମର ପରମାନନ୍ଦ ବେହେରାଙ୍କୁ (୫୨) ବନବିଭାଗ ଗିରଫ କରିଛି। ରିଆମାଳ ବନବିଭାଗ ଓ ନାକଟିଦେଉଳ ବନବିଭାଗ ମିଳିତ ଭାବରେ ପରମାନନ୍ଦଙ୍କ ଘରେ ଚଢଉ କରିଥିଲେ। ପରମାନନ୍ଦଙ୍କ ଘରୁ ବନବିଭାଗ ୩ ଟି ଅଫୁଟା ହାତ ତିଆରି ବୋମା ଜବତ ମଧ୍ୟ କରିଛି। ପରମାନନ୍ଦ ଏହି ବ୍ୟକ୍ତିମାନଙ୍କୁ ହାତ ତିଆରି ବୋମା ଯୋଗାଇ ଆସୁଥିଲା ବୋଲି ବନବିଭାଗ କହିଛି।

ଆଜି ବନବିଭାଗ ଏହି ଅପରାଧି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏହି ଚଢଉରେ ଫରେଷ୍ଟର ଠାକୁର ଚରଣ ପ୍ରଧାନ, ରତନୀ ଦେହୁରୀ ଫରେଷ୍ଟଗାର୍ଡ ତଥା ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ।

ଜନ୍ତୁ ଶିକାର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.