Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁ: ଗ୍ରାମରୁ ବାସନ୍ଦ ବ୍ୟକ୍ତିଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି
ଅପରାଧ

ବାଲୁଗାଁ: ଗ୍ରାମରୁ ବାସନ୍ଦ ବ୍ୟକ୍ତିଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

November 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ
ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ଛେଡାପଦର ଗ୍ରାମର ବାଉରିବନ୍ଧୁ ଜାଲି (୬୫) ଗତକାଲି ସଂନ୍ଧ୍ୟାରେ ନିଜ ଘରେ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ମୃତ ବ୍ୟକ୍ତି ଜଣକ କିଛି ଦିନ ହେବ ପାରିବାରିକ କଳହ ସମସ୍ୟାକୁ ନେଇ ଦୁଶ୍ଚିନ୍ତାରେ ରହୁଥିଲେ। ଏପରିକି ପରିବାର କଳହକୁ ନେଇ ଗ୍ରାମ ସଭାରେ ମଧ୍ୟ ଆଲୋଚନା କରାଯାଇଥିଲା। ମାତ୍ର ନିଜ ଘର କଥା ଆମେ ନିଜେ ବୁଝିବୁ ଓ ଆପଣମାନେ ଏଥିରେ କୌଣସି ରାଜନୀତି ନ କରନ୍ତୁ କହି ଏହାର ଘୋର ବିରୋଧ କରିଥିଲେ ମୃତ ବାଉରିବନ୍ଧୁ। ଏଥିଲାଗି କଙ୍ଗାରୁ କୋର୍ଟ ପରି ବାଉରିବନ୍ଧୁଙ୍କୁ ଗ୍ରାମରୁ ବାସନ୍ଦ କରିଦିଆଯାଇଥିଲା। ଏପରିକି ନିଆଁ, ପାଣି ବାସନ୍ଦ ସାଙ୍ଗକୁ କାହା ସହ କଥାବାର୍ତ୍ତା ହେଲେ ଜରିମାନା ଦେବାକୁ ହେବ ବୋଲି ଫରମାନ ଜାରି କରାଯାଇଥିବା ଶୁଣିବାକୁ ମିଳିଛି।

ଯାହାଫଳରେ ବାଉରିବନ୍ଧୁ ମାନସିକ ଦୁଶ୍ଚିନ୍ତାରେ ଏଭଳି କରିଥିବା ନେଇ ସ୍ଥାନୀୟ ଜନସାଧାରଣ ଆଲୋଚନା କରୁଛନ୍ତି। ତେବେ ଏ ନେଇ ମୃତକଙ୍କ ପତ୍ନୀ କସ୍ତୁରୀ ଦେଇ ନାଭାଲ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିବାରୁ ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପହଞ୍ଚି ଶବକୁ ଜବତ କରିବା ସହ କେସ ନମ୍ବର ୧୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ଆତ୍ମହତ୍ୟା ଛେଡାପଦର ଗ୍ରାମ ପାରିବାରିକ କଳହ ବାଲୁଗାଁ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026
Latest News

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.