ସକାଳେ ପ୍ରଧାନମନ୍ତ୍ରୀ ଜଣାଇଥିଲେ ଶୁଭେଚ୍ଛା, ସନ୍ଧ୍ୟାରେ କୁସ୍ତି ଖେଳାଳି ନିଶା ଦାହିୟାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

Published: Nov 10, 2021, 7:06 pm IST

ନୂଆଦିଲ୍ଲୀ: ଜାତୀୟ ସ୍ତରର କୁସ୍ତି ଖେଳାଳି, ତାଙ୍କ ଭାଇ ଏବଂ ମାଆଙ୍କୁ ହରିୟାଣାର ସୋନିପତରେ ଅଜଣା ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ସୋନିପତର ହଲାଲପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। କୁସ୍ତି ଖେଳାଳି ନିଶା ଦାହିୟା ଏବଂ ତାଙ୍କ ଭାଇ ସୁରଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ନିଶାଙ୍କ ମା’ ଧନପତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ରୋହତକ ପିଜିଆଇକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ଗୁଳି ବିନିମୟର କାରଣ ଜଣାପଡିନାହିଁ। ଖରଖୋଦା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ସୋନିପତର ସିଭିଲ ହସ୍ପିଟାଲକୁ ପଠାଇଛି।

ସୂଚନାଯୋଗ୍ୟ ଯେ, ନିଶାଙ୍କୁ ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିଲେ। ନିଶା ୬୫ କିଲୋଗ୍ରାମ ବର୍ଗରେ ସିନିୟର ଅଣ୍ଡର ୨୩ ବିଶ୍ୱ ରେସଲିଂ ଚାମ୍ପିଅନସିପ୍ ୨୦୨୧ ରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ପରେ ନିଶାଙ୍କ ସମେତ ଅନ୍ୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

Related posts