Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚାନ୍ଦପୁର: ପିଡ଼ିଏସ ସାମଗ୍ରୀ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ, ପିଇଓ ଫେରାର
ଅପରାଧ

ଚାନ୍ଦପୁର: ପିଡ଼ିଏସ ସାମଗ୍ରୀ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ, ପିଇଓ ଫେରାର

November 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ: ଗରିବ ହିତାଧିକାରୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି।  କିନ୍ତୁ ତାହାକୁ କିଛି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, ଜନପ୍ରତିନିଧି ଏବଂ ସେମାନଙ୍କ ସମ୍ପର୍କୀୟମାନେ ବାଟମାରଣା କରିବା ପାଇଁ ଚେଷ୍ଟା କରୁଛନ୍ତି। ଯାହାର ଏକାଧିକ ଉଦାହରଣ ପୂର୍ବରୁ ରହିଛି। ତେବେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କେରଣ୍ଡାଟାଙ୍ଗୀ ପଞ୍ଚାୟତରେ ସମାନ ଜିନିଷ ଦେଖିବାକୁ ମିଳିଛି।

ଉକ୍ତ ପଞ୍ଚାୟତରେ ଆସୁଥିବା ପିଡ଼ିଏସ ସାମଗ୍ରୀ ଯଥା ଗହମ, ଚାଉଳ, କେରୋସିନ ଆଦିକୁ ଚୋରି କରି ବେସରକାରୀ ଦରରେ ବିକିବା ଅଭିଯୋଗରେ ଚାନ୍ଦପୁର ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଉକ୍ତ ଦୁଇ ଅଭିଯୁକ୍ତମାନେ ହେଲେ କେରଣ୍ଡାଟାଙ୍ଗୀ ଗ୍ରାମର କେଦାର ସ୍ୱାଇଁ ଏବଂ ପୂର୍ଣଚନ୍ଦ୍ର ଦଳାଇ। ସେହିଭଳି ଉକ୍ତ ଦୁଇ ଜଣଙ୍କ ସମେତ ପଞ୍ଚାୟତ ପିଇଓ ସୁନୀଲ ବେହେରା ଏବଂ ସରପଞ୍ଚଙ୍କ ଭାଇ ଧୀରେନ୍ଦ୍ର ପ୍ରଧାନ ମଧ୍ୟ ପିଡ଼ିଏସ ସାମଗ୍ରୀ ଚୋରି ଓ ଆତ୍ମସାତରେ ସମ୍ପୃକ୍ତ ଥିବା ବେଳେ ଉକ୍ତ ଦୁଇ ଜଣ ଅଦ୍ୟାବଧି ଫେରାର ଥିବା ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ତେବେ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବାବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ଥାନାରେ ଚୋରି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ କେସ ନମ୍ବର ୭୭/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିବାର ଆଇଆଇସି କହିଛନ୍ତି।

ସୂଚନା ଥାଉକି ବିଗତ ଦିନରେ ରଣପୁର ଅଞ୍ଚଳରେ ଉକ୍ତ ପିଡ଼ିଏସ ସାମଗ୍ରୀ ଚୋରିକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହାପରେ ରଣପୁର ବିଡ଼ିଓ ଚାନ୍ଦପୁର ପୋଲିସକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଚାନ୍ଦପୁର ଦୁଇ ଗିରଫ ନୟାଗଡ଼ ଜିଲ୍ଲା ପିଡ଼ିଏସ ସାମଗ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

March 30, 2026

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

March 30, 2026

ଓଡିଶାରେ ଯୁଦ୍ଧର ପ୍ରଭାବ, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ

March 30, 2026
Latest News

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026

ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

March 30, 2026

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

March 30, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ମାମଲା: କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.