ଲୁଟ୍ କରିବା ପାଇଁ ଛକି ରହିଥିବା ଲୁଟେରାକୁ ମାଡି ବସିଲା ଟାଙ୍ଗୀ ପୋଲିସ

Published: Dec 2, 2021, 8:39 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଲୁଟ୍ କରିବା ପାଇଁ ଛକି ରହିଥିବା ଜଣେ ଲୁଟେରାକୁ ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ଛକି ରହିଥିବା ଉକ୍ତ ଲୁଟେରାକୁ ପୋଲିସ ମାଡି ବସିଥିଲା। ଅଭିଯୁକ୍ତଜଣଙ୍କ ହେଲେ ଗଂଜାମ ଜିଲା ଆସିକା ଥାନା ମରାଠି ସାହି କରତାଳି ଗ୍ରାମର ଶ୍ରିକାନ୍ତ ଦାସ (୨୫)। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ ଟି ପଲସର୍ ବାଇକ୍ ଜବତ କରିଛି ଟାଙ୍ଗୀ ପୋଲିସ୍।

ସୂଚନା ମୁତାବକ ଗତ ନଭେମ୍ବର ୨୨ ତାରିଖରେ ଟାଙ୍ଗୀ ଥାନା ଝରିଆ ଗ୍ରାମର ମୂରଲୀଧର ପଲାଇ ଟାଙ୍ଗୀ ୟୁକୋ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଣ କରି ଘରକୁ ଫେରୁଥିବା ବେଳେ ବଡପାରି ଓଭରବ୍ରିଜ୍ ନିକଟରେ ଚାରି ଜଣ ଲୁଟେରା ପଲସର ବାଇକ୍ ରେ ଆସି ସମୁଦାୟ ୮୦ ହଜାର ଟଙ୍କା ସହ ଜରୁରୀ କାଗଜ ପତ୍ର ଲୁଟିନେଇଥିଲେ। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ତଦନ୍ତ ଜାରି ରଖିଥିଲେ।

ତେବେ ଏକ ବିଶେଷସୁତ୍ରରୁ ସୁଚନା ପାଇ ଟାଙ୍ଗୀ ଆଇସିଆଇସିଆଇ ବ୍ୟାଙ୍କ ନିକଟରୁ ଉକ୍ତ ଚୋରିରେ ସାମିଲ ଥିବା ଶ୍ରୀକାନ୍ତଙ୍କୁ ଆଇଆଇସି ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଟାଙ୍ଗୀ ଥାନାରେ କେସ ନମ୍ବର ୪୬୭/୨୧ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ କହିଛନ୍ତି।

Related posts