Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚିଲିକାରେ ବଢ଼ି ଚାଲିଛି ପକ୍ଷୀ ଶିକାର: ଆଉ ୨ ଶିକାରୀ ଗିରଫ, ଚିନ୍ତାରେ ପ୍ରକୃତିପ୍ରେମୀ
ଅପରାଧ

ଚିଲିକାରେ ବଢ଼ି ଚାଲିଛି ପକ୍ଷୀ ଶିକାର: ଆଉ ୨ ଶିକାରୀ ଗିରଫ, ଚିନ୍ତାରେ ପ୍ରକୃତିପ୍ରେମୀ

December 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ବିଗତ ପନ୍ଦର ଦିନ ମଧ୍ୟରେ ବିଶ୍ଵପ୍ରସିଦ୍ଧ ଚିଲିକା ହ୍ରଦରୁ ପକ୍ଷୀ ଶିକାର କରି ଏକାଧିକ ଶିକାରୀ ଗିରଫ ହୋଇଛନ୍ତି। ତଥାପି କମୁନି ପକ୍ଷୀଶିକାର। ଆଜି ପୁଣି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଦୁଇ ଜଣ ଶୀକାରୀ ଧରାପଡ଼ି ଗିରଫ ହୋଇଛନ୍ତି।

ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଭୂଷଣ୍ଡପୁର ଚିଲିକାର ୧୩ ନମ୍ବର କୁଦ ନିକଟରୁ ଦୁଇ ଜଣ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶିକାରୀଙ୍କ ନିକଟରୁ ବନ୍ୟପ୍ରାଣୀ ବିଭାଗ ସାତ ଗୋଟି ମୃତ ପକ୍ଷୀ ଜବତ କରିଛି। ଗିରଫ ଶୀକାରୀ ଦ୍ବୟ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳେଇପଦର ଗ୍ରାମର ଦୁଷ୍ମନ୍ତ ବେହେରା (୩୫) ଏବଂ ସୁରେନ୍ଦ୍ର ବେହେରା (୪୬)। ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୨ଟି/୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଂଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।

ତେବେ ଗୋଟେ ପଟେ ବନ୍ୟପ୍ରାଣୀ ବିଭାଗ ପ୍ରତିଦିନ ପକ୍ଷୀ ଶିକାରୀଙ୍କୁ ଗିରଫ କରି ବାହା ବାହା ସାଉଣ୍ଟୁଥିବା ବେଳେ ଅନ୍ୟପକ୍ଷରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରକୃତିପ୍ରେମୀ।  ଚିଲିକାରେ ପାଟ୍ରୋଲିଂକୁ ଆହୁରି ବଢେଇବା ସହ ଏ ଦିଗରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉ ବୋଲି ପ୍ରକୃତିପ୍ରେମୀ ମତ ରଖିଛନ୍ତି।

ତେବେ ପକ୍ଷୀଶିକାରକୁ ରୋକିବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରିଣୀ ଆଇଏଫଏସ ଜ୍ୟୋତି କୋଟାଲଙ୍କୁ ଆମ ପ୍ରତିନିଧି ପଚାରିବାରୁ, ଚିଲିକାରେ ପାଟ୍ରୋଲିଙ୍ଗ ବଢିଥିବାର ସେ କହିଛନ୍ତି। ତତସହିତ ଆରପିଏଫ ର ଯବାନମାନେ ମଧ୍ୟ ପାଟ୍ରୋଲିଂ କରୁଛନ୍ତି। ବିଶେଷକରି ଟାଙ୍ଗୀ ରେଞ୍ଜରେ ବ୍ୟାପକ ବନ୍ୟପ୍ରାଣୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେହିଭଳି ପକ୍ଷୀ ସୁରକ୍ଷା କ୍ୟାମ୍ପର କର୍ମଚାରୀମାନେ ମଧ୍ୟ ପାଟ୍ରୋଲିଂରେ ସହଯୋଗ କରୁଛନ୍ତି।

ପାଟ୍ରୋଲିଂ ପାଇଁ ବୋଟ ମଧ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବାର ଡ଼ିଏଫଓ କହିଛନ୍ତି। ତେବେ ଆଗକୁ ଆହୁରି କଡ଼ାକଡି ପାଟ୍ରୋଲିଂ ଏବଂ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଡ଼ିଏଫଓ ସୁଶ୍ରୀ କୋଟାଲ କହିଛନ୍ତି।

ଚିଲିକା ପକ୍ଷୀ ଶିକାର ଶିକାରୀ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026
Latest News

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.