Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡ଼ପୋଖରିଆ ଜାତୀୟ ରାଜପଥରେ ମାତିଲେ ଲୁଟେରା, ଅପହୃତ ଗାଡ଼ିଚାଳକଙ୍କୁ ଉଦ୍ଧାର କଲା ପୋଲିସ
ଅପରାଧ

ବଡ଼ପୋଖରିଆ ଜାତୀୟ ରାଜପଥରେ ମାତିଲେ ଲୁଟେରା, ଅପହୃତ ଗାଡ଼ିଚାଳକଙ୍କୁ ଉଦ୍ଧାର କଲା ପୋଲିସ

December 31, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପାଦୁର୍ଭାବ ବଢିଚାଲିଛି। ଜାତୀୟ ରାଜପଥରୁ ୩ ଟି ଗାଡିରୁ ଲୁଟେରାମାନେ ଟଙ୍କା ପଇସା ଲୁଟିନେଇଛନ୍ତି। ଲୁଟ ପରେ ମଧ୍ୟ ଡ୍ରାଇଭରକୁ ଅପହରଣ କରିନେଇଛନ୍ତି। ଅଧିକ ଟଙ୍କା ଲୋଭରେ ଟ୍ରକ୍ ଚାଳକଙ୍କୁ ଲୁଟେରାମାନେ ଅପହରଣ କରିନେଇଛନ୍ତି। ୧୬ ନଂ ଜାତୀୟ ରାଜପଥ ବଡ ପୋଖରିଆ ନିକଟରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ପାରାଦ୍ୱୀପରୁ ହାଇଡ୍ରୋକ୍ଲୋରାଇଡ୍ ଏସିଡ୍ ଲୋଡ୍ କରି ଆନ୍ଧ୍ରପ୍ରଦେଶ ଅଭିମୁଖେ ୩ ଟି ଟ୍ୟାଙ୍କର ବାହାରି ଥିଲେ। ହେଲେ ବଡ ପୋଖରିଆ ନିକଟରେ ଏକ କାରରେ ୪ ଜଣ ଲୁଟେରା ଆସି ଟ୍ୟାଙ୍କର ସମ୍ମୁଖରେ କାରକୁ ରଖିଦେଇଥିଲେ। ଫଳରେ ୩ ଟି ଯାକ ଟ୍ୟାଙ୍କର ଅଟକିଯାଇଥିଲା। ଲୁଟେରାମାନେ ୩ ଚାଳକ ମାନଙ୍କୁ କାଠ ଫାଳିଆ ଓ ଲୁହା ରଡ୍ ରେ ଆକ୍ରମଣ କରି ପାଖା ପାଖି ୫୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣା ପଡିଛି। ଏହା ସହ ଏକ ଟ୍ୟାଙ୍କର ଚାଳକଙ୍କୁ ଅପହରଣ କରିନେଇଥିବା ସାଥି ଚାଳକ ମାନେ ଅଭିଯୋଗ କରିଛନ୍ତି।

ଅପହରଣ ହୋଇଥିବା ଚାଳକଙ୍କ ନାମ ଭେଙ୍କେଟଶ୍ୱର ରାଓ ଏବଂ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି ଜଣା ପଡିଛି। ଲୁଟେରାଙ୍କ ଆକ୍ରମଣରେ ଏନ୍ ଅଜୟ କୁମାର, ନରସିଂହା ରାଓ ଏବଂ ସନ୍ତୋଷ ଯାଦବ ଆହତ ହୋଇଛନ୍ତି। ସ୍ଥାନୀୟ ଜନସାଧାରଣ ଆହତଙ୍କୁ ୧୦୮ ଆମ୍ବୁଲାନସ ଯୋଗେଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସା ପରେ ସମସ୍ତଙ୍କୁ ଛାଡିଦିଆଯାଇଛି।

ଖବର ପାଇ ନିରାକାରପୁର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି। ଅପରପକ୍ଷେ ଅପହୃତ ଗାଡ଼ିଚାଳକ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଉଦ୍ଧାର ହୋଇଥିବା ଆଇଆଇସି ଗୀତାଞ୍ଜଳି ନାୟକ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଜାତୀୟ ରାଜପଥ ନିରାକାରପୁର ବଡ଼ପୋଖରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Latest News

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.