ଅଶ୍ଳୀଳ ମନ୍ତବ୍ୟ ମାମଲାରେ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜ୍ଜୁ

Published: Jan 28, 2022, 2:26 pm IST

ଭୋପାଳ: ୱେବ୍ ସିରିଜ୍ ଶୋଷ୍ଟପର୍ ସୁଟିଂ ପାଇଁ ଭୋପାଳରେ ପହଞ୍ଚିଥିବା ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବାରୁ ଶ୍ୟାମଲା ହିଲ୍ସ ପୋଲିସ୍ ଷ୍ଟେସନରେ ଏକ ଏଫ୍ଆଇଆର୍ ପଞ୍ଜିକରଣ କରାଯାଇଛି। ଆଜି ପୋଲିସ ତାଙ୍କ ସନ୍ଧାନରେ ସମ୍ଭାବ୍ୟ ସ୍ଥାନରେ ପହଞ୍ଚିବ, ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏଥିରେ ହସ୍ତକ୍ଷେପ କରି ଭୋପାଳ ପୋଲିସ କମିଶନରଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ଶ୍ୟାମାଲା ହିଲ୍ସ ପୋଲିସ ଷ୍ଟେସନର ସବ-ଇନ୍ସପେକ୍ଟର ରବିନ୍ଦ୍ର ସିଂ କହିଛନ୍ତି ଯେ, ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ୱେତା ତିୱାରୀ ଏକ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ, “ଭଗବାନ ମୋ ବ୍ରା ର ଆକାର ନେଉଛନ୍ତି” । ଏଭଳି ବୟାନକୁ ନେଇ ପିର ଗେଟ୍ ଭୋପାଳର ବାସିନ୍ଦା ସୋନୁ ପ୍ରଜାପତ ଶ୍ୟାମଲା ହିଲ୍ସ ପୋଲିସ ଷ୍ଟେସନରେ ଅଭିଯୋଗ ପରେ ଧାରା ୨୯୫ଏ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଧାର୍ମିକ ଭାବନାକୁ ଆଘାତ କରୁଥିବା ଏପରି ଅଭିଯୁକ୍ତଙ୍କ ଉପରେ ଏହି ଧାରା ଲାଗୁ କରାଯାଇଛି।

ସବ୍-ଇନ୍ସପେକ୍ଟର କହିଛନ୍ତି ଯେ, ଅପରାହ୍ନ ୨ ଟାରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଆଜି ଶ୍ୱେତା ତିୱାରୀଙ୍କୁ ଖୋଜାଖୋଜି କରାଯିବ। ସେ କହିଛନ୍ତି ଯେ, ଏହା ଏକ ଜାମିନଯୋଗ୍ୟ ଅପରାଧ। କିନ୍ତୁ ଯଦି ଅଭିଯୁକ୍ତଙ୍କ ବିରୋଧରେ ଅପରାଧ କୋର୍ଟରେ ପ୍ରମାଣିତ ହୁଏ, ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ଜୋରିମାନା କରାଯାଇପାରେ।

Related posts