Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନକଲି ଡାକ୍ତରଙ୍କ ଖୋଲୁଛି ଗୁମର: ୧୪ ନୁହେଁ ୧୭ ମହିଳାଙ୍କୁ କରିଥିଲେ ବିବାହ, ବଢିପାରେ ପତ୍ନୀଙ୍କ ସଂଖ୍ୟା
ଅପରାଧ

ନକଲି ଡାକ୍ତରଙ୍କ ଖୋଲୁଛି ଗୁମର: ୧୪ ନୁହେଁ ୧୭ ମହିଳାଙ୍କୁ କରିଥିଲେ ବିବାହ, ବଢିପାରେ ପତ୍ନୀଙ୍କ ସଂଖ୍ୟା

February 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଧୀରେ ଧୀରେ ନକଲି ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି। ନକଲି ଡାକ୍ତର ରମେଶ ସ୍ଵାଇଁଙ୍କ କଳା କାରନାମା ଏବେ ବାହାରକୁ ଆସୁଛି। ୧୪ ଜଣ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବିବାହ କରିଥିବାର ଅଭିଯୋଗ ପରେ ଏବେ ଆଉ ୩ ଜଣ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଜଣାପଡିଛି। ଆଜି ଛତିଶଗଡ, ଆସାମ ଏବଂ ଓଡିଶାର ୩ ଜଣ ପତ୍ନୀଙ୍କର ସନ୍ଧାନ ମିଳିଛି।

ଗୌହାଟିର ଜଣେ ମହିଳା ଡାକ୍ତରଙ୍କୁ ସେ ବିବାହ କରିଥିବା ବେଳେ ଛତିଶଗଡର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଓଡିଶାର ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି।  ଏହି ୩ ଜଣଙ୍କୁ ମିଶାଇ ମୋଟ ୧୭ ମହିଳାଙ୍କୁ ନକଲି ଡାକ୍ତର ବିବାହ କରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି। ଏନେଇ ଆହୁରି ଖୋଳତାଡ କରୁଛି ପୋଲିସ। ଅଧିକ ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି। ଏହି ସ୍ଵତନ୍ତ୍ର ଟିମରେ ମହିଳା ଥାନା ଆଇଆଇସି ଏବଂ ଦୁଇଜଣ ସବ ଇନ୍ସପେକ୍ଟରଙ୍କୁ ନେଇ ଟିମ ଗଠନ ହୋଇଛି।

ତେବେ ନକଲି ଡାକ୍ତରଙ୍କୁ ରିମାଣ୍ଡରେ ଆଣିବ ଏହି ସ୍ଵତନ୍ତ୍ର ଟିମ ଏବଂ ତାହାଠାରୁ ଅଧିକ ତଥ୍ୟ ସଂଗ୍ରହ କରିବ। କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି ନାମରେ ଅନେକ ଲୋକଙ୍କୁ ରମେଶ ମହାନ୍ତି ଠକିଥିବା ସୂଚନା ରହିଛି। ଏମବିବିଏସ ଆଡମିଶନ ନାଁରେ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠକିଥିବା ଜଣାପଡିଛି। ଏନେଇ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ନକଲି ଡାକ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

April 30, 2026

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026

ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା..

April 29, 2026
Latest News

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

April 30, 2026

ଆଜି ଏପ୍ରିଲ ୩୦ ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 30, 2026

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.