Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନକଲି ଡାକ୍ତର ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଢେଙ୍କାନାଳ ଜିଲ୍ଲା ସଣ୍ଡା ଗ୍ରାମର ଶୁଭ୍ରଜିତ୍ ପଣ୍ଡା ନାମକ ଜଣେ ନକଲି ଡାକ୍ତରକୁ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଅନୁଯାୟୀ, ଯୁକ୍ତ ଦୁଇ ପାଠ ପଢିଥିବା ନକଲି ଡାକ୍ତର ଶୁଭ୍ରଜିତ୍ ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ କଟକ ରାଣୀହାଟ ଅଂଚଳରେ ଏକ କ୍ଲିନିକ୍ ଚଳାଇବା ସହ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଉସ୍ତା ଗ୍ରାମରେ ଏକ ଶାଖା ଖୋଲି ପ୍ରତ୍ୟେକ ଶନିବାର ଦିନ ରୋଗୀ ଚିକିତ୍ସା କରୁଥିଲେ। ଗତ କିଛି ଦିନ ତଳେ ସେହି ଅଞ୍ଚଳରେ ଜଣେ ବୃଦ୍ଧା ଜ୍ୱର ରୋଗରେ ପୀଡିତ ହୋଇ ଶୁଭ୍ରଜିତ୍ ପାଖରେ ୩ ଶହ ଟଙ୍କା ଦେଇ ଚିକିତ୍ସିତ ହେବା ସହ ଔଷଧ ନେଇ ଖାଇଥିଲେ ମଧ୍ୟ ଜ୍ୱର ରୋଗର ପରିମାଣ ବୃଦ୍ଧି ପାଇଥିଲା। ଏହି ନକଲି ଡାକ୍ତର କୁ ସମସ୍ୟା ସମ୍ପର୍କରେ ଜଣାଇଲେ ମଧ୍ୟ ସେ ଗୁରୁତ୍ବ ନଦେଇ ବାରମ୍ବାର ଔଷଧ ଲେଖି ଚାଲିଥିଲେ।

ଏହି ଭଳି ପରିସ୍ଥିତିରେ ବୃଦ୍ଧା ଜଣଙ୍କୁ ପରିବାର ଲୋକେ ଭୁବନେଶ୍ବରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ କରି ଘରକୁ ଫେରି ଆସି ଉକ୍ତ ଘଟଣା ବିଷୟରେ ବ୍ରହ୍ମପୁର ଏସ୍ ପି ଙ୍କୁ ଅଭିଯୋଗ କରିଥିଲେ। ଏସ୍ ପି ମହଦେୟ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଏକ ଟିମ୍ ଗଠନ କରି ଗତକାଲି ଡେଙ୍ଗାଉସ୍ତା ସ୍ଥିତ କ୍ଲିନିକ୍ ରେ ଚଢ଼ାଉ କରି ଶୁଭ୍ରଜିତ୍ କୁ ଅଟକ ରଖି ପଚରାଉଚୁରା କରିବା ବେଳେ ତାର ସବୁ କଳାକାରନାମା ପଦା ପଡ଼ିଥିଲା।

ଏତଦବ୍ୟତୀତ ନକଲି ଡାକ୍ତର ଶୁଭ୍ରଜିତ୍ ର କଟକ ରାଣୀହାଟ ସ୍ଥିତ କ୍ଲିନିକ୍ ରେ ଚଢ଼ାଉ କରି ବହୁ ନକଲି କାଗଜ ପତ୍ର ପୋଲିସ ଜବତ କରିଛି।

ପ୍ରକାଶ ଥାଉକି ଶୁଭ୍ରଜିତ୍ ନିଜକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି ପରିଚୟ ଦେଇ ତେଲେଙ୍ଗାନାର ଏକ କର୍ମଶାଳାରେ ଭାଗ ନେଇ ଧରାପଡ଼ି ଜେଲ ଯାଇଥିବାର ପ୍ରମାଣ ମିଳିଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ଡାକ୍ତରଙ୍କ ଖୋଲୁଛି ଗୁମର: ୧୪ ନୁହେଁ ୧୭ ମହିଳାଙ୍କୁ କରିଥିଲେ ବିବାହ, ବଢିପାରେ ପତ୍ନୀଙ୍କ ସଂଖ୍ୟା

ଭୁବନେଶ୍ଵର: ଧୀରେ ଧୀରେ ନକଲି ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି। ନକଲି ଡାକ୍ତର ରମେଶ ସ୍ଵାଇଁଙ୍କ କଳା କାରନାମା ଏବେ ବାହାରକୁ ଆସୁଛି। ୧୪ ଜଣ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବିବାହ କରିଥିବାର ଅଭିଯୋଗ ପରେ ଏବେ ଆଉ ୩ ଜଣ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଜଣାପଡିଛି। ଆଜି ଛତିଶଗଡ, ଆସାମ ଏବଂ ଓଡିଶାର ୩ ଜଣ ପତ୍ନୀଙ୍କର ସନ୍ଧାନ ମିଳିଛି।

ଗୌହାଟିର ଜଣେ ମହିଳା ଡାକ୍ତରଙ୍କୁ ସେ ବିବାହ କରିଥିବା ବେଳେ ଛତିଶଗଡର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଓଡିଶାର ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି।  ଏହି ୩ ଜଣଙ୍କୁ ମିଶାଇ ମୋଟ ୧୭ ମହିଳାଙ୍କୁ ନକଲି ଡାକ୍ତର ବିବାହ କରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି। ଏନେଇ ଆହୁରି ଖୋଳତାଡ କରୁଛି ପୋଲିସ। ଅଧିକ ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି। ଏହି ସ୍ଵତନ୍ତ୍ର ଟିମରେ ମହିଳା ଥାନା ଆଇଆଇସି ଏବଂ ଦୁଇଜଣ ସବ ଇନ୍ସପେକ୍ଟରଙ୍କୁ ନେଇ ଟିମ ଗଠନ ହୋଇଛି।

ତେବେ ନକଲି ଡାକ୍ତରଙ୍କୁ ରିମାଣ୍ଡରେ ଆଣିବ ଏହି ସ୍ଵତନ୍ତ୍ର ଟିମ ଏବଂ ତାହାଠାରୁ ଅଧିକ ତଥ୍ୟ ସଂଗ୍ରହ କରିବ। କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି ନାମରେ ଅନେକ ଲୋକଙ୍କୁ ରମେଶ ମହାନ୍ତି ଠକିଥିବା ସୂଚନା ରହିଛି। ଏମବିବିଏସ ଆଡମିଶନ ନାଁରେ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠକିଥିବା ଜଣାପଡିଛି। ଏନେଇ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନକଲି ଡାକ୍ତରଙ୍କ ଔଷଧରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ମିଳିଥିବା ସୂଚନା ଅନୁସାରେ ଗର୍ଭବତୀ ମହିଳା ଜଣକ ଅସୁସ୍ଥ ହେବା ପରେ ସ୍ଥାନୀୟ ଅଞ୍ଚଳର ଜଣେ କ୍ବାକ୍‌ଙ୍କ ନିକଟକୁ ଯାଇଥିଲେ । କ୍ବାକ୍‌ ଜଣକ ସମ୍ପୃକ୍ତ ମହିଳାଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ । ଏହାପରେ ମହିଳା ଜଣକ ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ ରାଇଘର ଓ ପରେ ନବରଙ୍ଗପୁର ଜଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ।  କିନ୍ତୁ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଥିଲେ । ତେବେ କ୍ବାକ୍‌ ଜଣକ ଫେରାର ରହିଥିବାବେଳେ ପୋଲିସ୍‌ ମହିଳାଙ୍କ ମୃତଦେହ ଜବତ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।