Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନିର୍ବାଚନ ସମୟରେ ମହଙ୍ଗା ପଡିଲା ମଦ ଟଙ୍କା ବାଣ୍ଟିବା, ୩ ପ୍ରାର୍ଥୀଙ୍କୁ ଅଟକ ରଖିଲା ଚାନ୍ଦପୁର ପୋଲିସ
ଅପରାଧ

ନିର୍ବାଚନ ସମୟରେ ମହଙ୍ଗା ପଡିଲା ମଦ ଟଙ୍କା ବାଣ୍ଟିବା, ୩ ପ୍ରାର୍ଥୀଙ୍କୁ ଅଟକ ରଖିଲା ଚାନ୍ଦପୁର ପୋଲିସ

February 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚାନ୍ଦପୁର: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ଏଭଳି ଘଡି ସନ୍ଧି ମୂହୁର୍ତ୍ତରେ ସବୁ ରାଜନୈତିକ ଦଳ ନିଜ ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଜୋର ଲଗାଇଦେଇଛନ୍ତି।

ଏପରି ସ୍ଥଳେ ନୟାଗଡ ଜିଲା ଚାନ୍ଦପୁର ଥାନା ମୟୁର ଝାଲିଆ ପଂଚାୟତରେ ଆସନ୍ତା କାଲି ନିର୍ବାଚନ ହେବ। ଏହି ପଂଚାୟତରୁ ପ୍ରତିଦ୍ୱନ୍ଦିତା କରୁଥିବା ସରପଂଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଗତ କାଲି ବିଳମ୍ବିତ ରାତିରେ କେତେକ ଲୋକ ଟଙ୍କା ବାଣ୍ଟୁଥିବା ବେଳେ ସେଠାରେ ପହଂଚି ଗ୍ରାମବାସୀ ମାନେ ବିରୋଧ କରିଥିଲେ। ଗ୍ରାମବାସୀମାନଙ୍କର ବିରୋଧ ଦେଖି ପ୍ରାର୍ଥୀ ମାନେ ଆଣିଥିବା ମଦ ଟଙ୍କା ସହ ଖସି ପଳାଉଥିବା ବେଳେ ଗ୍ରାମବାସୀ ମାନେ ପ୍ରାର୍ଥୀଙ୍କୁ ଘେରିଯାଇ ଚାନ୍ଦପୁର ପୋଲିସ୍ କୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ପହଂଚି ୨ଜଣ ପ୍ରାର୍ଥୀଙ୍କ ସହ ଜଣେ ୱାର୍ଡ ସଭ୍ୟାଙ୍କର ପ୍ରାର୍ଥୀଙ୍କୁ ଅଟକ ରଖିଛନ୍ତି। ସେମାନେ ହେଲେ ସରପଂଚ ପ୍ରାର୍ଥୀ ସୁଶାନ୍ତ କୁମାର କଳସ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ ତ୍ରିପାଠୀ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ପ୍ରାର୍ଥୀଙ୍କ ସ୍ୱାମୀ ନଣ୍ଡା ମହାରଣା।

ଏହି ୩ ଜଣଙ୍କୁ ଚାନ୍ଦପୁର ପୋଲିସ୍ ଅଟକ ରଖି ତଦନ୍ତ ଚଳାଇଛି। ସେମାନଙ୍କ ନିକଟରୁ ୨ ଟି ବାଇକ୍ ସହ ୧୦ ଲିଟର ମଦ ଜବତ ଓ ପୁସିଂ କାର୍ଡ ଜବତ କରାଯାଇଛି।

ଚାନ୍ଦପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

୪ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଗୋଟିଏ ମାସ ମଧ୍ୟରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

June 29, 2026

ରାମ ମନ୍ଦିର ଦାନ ଚୋରି ମାମଲା: ତୁରନ୍ତ ଶୁଣାଣି କରିବାକୁ ମନା କଲେ  ସୁପ୍ରିମକୋର୍ଟ

June 29, 2026

ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

June 29, 2026

୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା ଉଦଯାପିତ

June 29, 2026
Latest News

୪ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଗୋଟିଏ ମାସ ମଧ୍ୟରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

June 29, 2026

ରାମ ମନ୍ଦିର ଦାନ ଚୋରି ମାମଲା: ତୁରନ୍ତ ଶୁଣାଣି କରିବାକୁ ମନା କଲେ  ସୁପ୍ରିମକୋର୍ଟ

June 29, 2026

ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

June 29, 2026

୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା ଉଦଯାପିତ

June 29, 2026

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.